ସଂକ୍ଷେପରେ ଆଜିର ତାଜା ଖବର - Saturday, 25 March 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଭାରତୀୟ ନାରୀର ଆଉ ଏକ ରୂପ; ଅଗ୍ନିବୀରରେ ମହିଳା

ଅଗ୍ନିପଥ ଯୋଜନା ଘୋଷଣା ହେବା ପରେ ତିନି ସେନା ମଧ୍ୟରୁ ପ୍ରଥମେ ଆଗକୁ ବଢ଼ି ନୌସେନା ଅଗ୍ନିବୀରଙ୍କ ନିଯୁକ୍ତିର ପ୍ରକ୍ରିୟା ଆରମ୍ଭ କରିଥିଲା.... ଆଉ ଏକମାତ୍ର ଆର୍ମଡ ଫୋର୍ସ ଭାବେ କେବଳ ନୌସେନା ହିଁ ମହିଳାମାନଙ୍କୁ ଅଗ୍ନିବୀର ଭାବେ ତାଲିମ୍ ଦେବା ଶେଷ କରିଛି INS ଚିଲିକାରେ । More

ଋଣ ନେଇନାହାନ୍ତି ଚାଷୀ; ଖାତାରେ ଗଡ଼ୁଛି ଲକ୍ଷ ଲକ୍ଷ ଟଙ୍କାର ୠଣ

କୋରାପୁଟ ଜିଲ୍ଲା ଝଡଙ୍ଗା ଗାଁର ପ୍ରଫୁଲ କୁମାର ସ୍ୱାଇଁ। ଚାଷ ହିଁ ତାଙ୍କର ମୁଖ୍ୟ ବେଉଷା । କୁନ୍ଦୁରା ଲ୍ୟାମ୍ପସରୁ ୨୦ ହଜାର ଟଙ୍କାର କୃଷି ଋଣ ନେଇ ଶୁଝି ସାରିଛନ୍ତି ସେ । କିନ୍ତୁ ଲ୍ୟାମ୍ପସ ଖାତାରେ ତାଙ୍କ ନାଁରେ ଏବେ ବି ଗଡୁଛି ୧ ଲକ୍ଷ ୨ ହଜାର ଟଙ୍କାର ଋଣ ରାଶି । More

ନିରିହ ଜମାକାରୀଙ୍କ କଷ୍ଟ ଅର୍ଜିତ ଟଙ୍କା ଖାଇଗଲେ ପୋଷ୍ଟ ମାଷ୍ଟର

ଡାକଘରେ ସଞ୍ଚୟ କରିଥିବା ଲକ୍ଷାଧିକ ଟଙ୍କା ହଡ଼ପ କରିଦେଇଛନ୍ତି ପୋଷ୍ଟ ମାଷ୍ଟର, ପୋଷ୍ଟଲ ଡାକ ଅଧିକ୍ଷକଙ୍କ ନିକଟର ଲିଖିତ ଅଭିଯୋଗ କଲେ ହିତାଧିକାରୀ । ରାୟଗଡ଼ାରୁ ଆସିଥିବା ଏହି ଖବର ଏବେ ସମସ୍ତକୁ ଚକିତ କରିଛି । ଟଙ୍କା ଫେରି ପାଇବାକୁ ଏବେ ଚାହିଁ ବସିଛନ୍ତି କ୍ଷତିଗ୍ରସ୍ତ.. More

କମୁଛି ମହାନଦୀ ଜଳସ୍ତର, ବିପଦରେ ୧୪ରୁ ୧୫ ଜିଲ୍ଲା, ପାଣି ମିଳିବନି କି ଲାଇନ୍ ରହିବନି..!

ଭୁବନେଶ୍ୱର ସମେତ ରାଜ୍ୟରେ ଉତ୍କଟ ପାନୀୟ ଜଳ ସମସ୍ୟା ହେବ । More

Earth Hour: ପୃଥିବୀ ପାଇଁ ଘଣ୍ଟାଟିଏ, ରାତି ୮.୩୦ରୁ ୯.୩୦ ଯାଏଁ ସବୁ ଲାଇଟ୍ ଫ୍ୟାନ୍‌ ସ୍ୱିଚ୍ ବନ୍ଦ

ବାଲୁକା କଳା ଜରିଆରେ ପୃଥିବୀର ସୁରକ୍ଷା ଲାଗି ଘଣ୍ଟାଟିଏ ଲାଇଟ୍ ବନ୍ଦ କରିବା ପାଇଁ ସଚେତନତା ବାର୍ତ୍ତା ଦେଇଛନ୍ତି ସୁଦର୍ଶନ। More

ପୁଣି ବର୍ଷିବ ! ପାଣିପାଗ ବିଭାଗ ଦେଲା ସୂଚନା...

ଆସନ୍ତା ୨୬ ତାରିଖରୁ ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ ଦେଖିବାକୁ ମିଳିବ । More

ବଲାଙ୍ଗିରରେ ବୋରୱେଲ୍‌ରୁ ବାହାରୁଛି ସୁନା ଗୁଣ୍ଡ...!

ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀଙ୍କ ନମୂନା ସଂଗ୍ରହ । ନମୂନାକୁ ପରୀକ୍ଷା ପାଇଁ ପଠାଯାଇଥିବା ସୂଚନା । More

ଚାଲିଥିଲା କନଷ୍ଟେବଳ ଚାକିରି ପାଇଁ ପିଜିକାଲ ଟେଷ୍ଟ, ଚାଲିଗଲା ଯୁବକଙ୍କ ଜୀବନ

୧୬ ଶହ ମିଟର ଦୌଡ଼ରେ ଅଚେତ, ପରେ ମୃୃତ୍ୟୁ । ପ୍ରାଥମିକ ତଦନ୍ତ ଅନୁସାରେ ହାର୍ଟ ଆଟାକ । More

ନିକୁଞ୍ଜ ବିହାରୀ ଧଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ନୂଆ SRC ଭାବେ ଅତିରିକ୍ତ ଦାୟିତ୍ୱ ସତ୍ୟବ୍ରତ ସାହୁଙ୍କୁ ଦିଆଯାଇଛି । ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହୋଇଛନ୍ତି ସତ୍ୟବ୍ରତ ସାହୁ । ଓଡ଼ିଆ ଭାଷା, ସାହିତ୍ୟ, ବିଭଗର ACS ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । More

ବ୍ରାଣ୍ଡେଡ୍ ବଟଲରେ ଡୁପ୍ଲିକେଟ୍ ମାଲ୍; ସମ୍ବଲପୁରରେ ଜବତ ହେଲା ନକଲି ମଦ ଫ୍ୟାକ୍ଟ୍ରି

ରେଡ୍ ବେଳେ ଘଟଣାସ୍ଥଳରୁ ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ୧୦ ହଜାର ଠିପି, ୪୫୨ ବୋତଲ, ୪୫୦ ଲିଟର ସ୍ପିରିଟ୍, ବ୍ଲେଣ୍ଡେଡ୍ ସ୍ପିରିଟ୍ ଭଳି ସାମଗ୍ରୀ ସହ ଗୋଟିଏ ପଂଚିଂ ମେସିନ୍ ଓ ଓଡ଼ିଶା ଅବକାରୀ ବିଭାଗର ଡୁପ୍ଲିକେଟ୍ ଆଡେସିଭ୍ ଲେବୁଲ ବି ଜବତ କରିଛି । More

ମମତାଙ୍କ ଥାର୍ଡ ଫ୍ରଣ୍ଟ ପ୍ରସ୍ତାବରେ ରାଜି ନାହାନ୍ତି କି ନବୀନ ?

ପ୍ରଥମେ ମମତା–ଅଖିଳେଶ । ଗତକାଲି ମମତା-ନବୀନ । ଆଉ ଆଜି ମମତା- ଏଚ୍ ଡି କୁମାର ସ୍ୱାମୀ । ସପ୍ତାହକ ଭିତରେ ଜଣଙ୍କ ପରେ ଜଣେ ତିନିଟି ଦଳର ମୁଖିଆଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀଙ୍କ ଭେଟଘାଟକୁ ନେଇ ସରଗରମ ରାଜନୀତି । More

ପହିଲାରୁ ସାରା ରାଜ୍ୟରେ ହଲମାର୍କ ସୁନା ବିକ୍ରି ବାଧ୍ୟତାମୂଳକ

ହଲ୍ ମାର୍କିଂ ବିଶେଷଜ୍ଞଙ୍କ ମତରେ, ନୂଆ ବ୍ୟବସ୍ଥାରେ ବିକ୍ରି ହେବାକୁ ଥିବା ପ୍ରତି ସୁନା ଗହଣାରେ ରହିବ ୩ଟି ମାର୍କ । ଗୋଟିଏ ବିଆଇଏସ୍ ଲୋଗୋ, ସୁନା ଗହଣା ଶୁଦ୍ଧତାର ଚିହ୍ନ ଓ HUID । HUIDରେ ୬ଟି ଆଲ୍ଫାନ୍ୟୁମେରିକ୍ ନମ୍ବର ବିଶିଷ୍ଟ କୋଡ୍ ରହିବ । ଏହି କୋଡ୍ ମାଧ୍ୟମରେ BIS CARE ଆପ୍ ଜରିଆରେ ସୁନା ଗହଣାର ଶୁଦ୍ଧତା, ଏହାର ନିର୍ମାତା ଓ ହଲ୍ ମାର୍କିଂ କରିଥିବା ସଂସ୍ଥା ଓ ବିକ୍ରି କରିଥିବା ଗହଣା ପ୍ରତିଷ୍ଠାନ ସମ୍ପର୍କରେ ସବୁ ଜାଣିପାରିବେ ଗ୍ରାହକ । More

ନକଲି ସାର୍ଟିଫିକେଟରେ ଅସଲି ଚାକିରି; ଧରାପଡ଼ିଲା ବଲାଙ୍ଗିର ଜିଲ୍ଲାର ୪ ପୋଷ୍ଟମାଷ୍ଟରଙ୍କ କେଳେଙ୍କାରୀ

ନକଲି ସାର୍ଟିଫିକେଟରେ ଅସଲି ଚାକିରୀ । ଡାକଘରେ ଡୁପ୍ଲିକେଟ୍ କର୍ମଚାରୀ । ଧରାପଡ଼ିଛନ୍ତି ଏକାଧିକ ୪୨୦ ପୋଷ୍ଟରମାଷ୍ଟର । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ପୋଷ୍ଟଅଫିସର ପୋଷ୍ଟ ମାଷ୍ଟର ହେଉଛନ୍ତି ଜଗନ୍ନାଥ ପୋଢ଼ । ସାମ୍ନାକୁ ଆସିଛି ବାବୁଙ୍କ ଜାଲିଆତି । ପାଟଣାଗଡ ମରୁଆଁ ପୋଷ୍ଟ ଅଫିସର ସହକାରୀ ପୋଷ୍ଟମାଷ୍ଟର କୋକିଳ ମେହେରଙ୍କ ବି ଦେଖାନାହିଁ । More