ସଂକ୍ଷେପରେ ଆଜିର ତାଜା ଖବର - Thursday, 16 February 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଜୟଙ୍କୁ ଆକ୍ରମଣ ପାଇଁ ସର୍କିଟ୍‌ ହାଉସରେ ପଶିଥିଲେ ବିଜେଡି କର୍ମୀ ! ପଦରୁ ହଟାଇବା ପାଇଁ ହଙ୍ଗାମା

ବିରୋଧୀଦଳ ନେତା-IIC ଠେଲାପେଲାକୁ ନେଇ ଘମାସାନ ରାଜନୀତି । ମୋତେ ହତ୍ୟା ପାଇଁ ଚାଲିଛି ଚକ୍ରାନ୍ତ କହିଲେ ଜୟନାରାୟଣ ମିଶ୍ର । More

ରାଜ୍ୟ ସରକାରଙ୍କ ବିଶ୍ୱସ୍ତରୀୟ ମେଡିକାଲ କଲେଜ ପ୍ରକଳ୍ପ ! ସଂପୂର୍ଣ୍ଣ ଠିକା କର୍ମଚାରୀଙ୍କୁ ନେଇ ଚାଲିଛି ଡାକ୍ତରୀ ପାଠପଢା

କେନ୍ଦୁଝର ମେଡିକାଲ୍ କଲେଜରେ ୮୦ ପ୍ରତିଶତରୁ ଅଧିକ ଷ୍ଟାଫ୍ ନିଯୁକ୍ତ ହୋଇନାହାନ୍ତି । ମାତ୍ର ୧୯ ଜଣ ଠିକା କର୍ମଚାରୀରେ ଚାଲିଛି ଏହି ମେଡିକାଲ୍ କଲେଜ୍ । More

ଧର୍ମେନ୍ଦ୍ରଙ୍କ କଟାକ୍ଷ ! କହିଲେ ଚାଲୁଣି କହୁଛି ଛୁଞ୍ଚିକୁ, BJDର ଅଧା ନେତା ହତ୍ୟା ଅଭିଯୁକ୍ତ

‘କ୍ୟାବିନେଟ ମନ୍ତ୍ରୀଙ୍କୁ ASI ମାରିଲା, ସରକାର କହିଲେ ଆମେ ଧରିଲୁ 'ଗୋପାଳ ଲୁଚିଥିଲା କେଉଁଠି । ରାଜ୍ୟରେ ଆଇନ ଶୃଙ୍ଖଳା ବିଗିଡ଼ି ଗଲାଣି ।’ More

ଜୟନାରାୟଣଙ୍କୁ ଅରୁପଙ୍କ ଚେତାବନୀ ! ‘ଆମ ଭଳି ଲୋକଙ୍କ ହାବୁଡ଼ରେ ସେ ପଡ଼ନ୍ତୁ, ଜାଣିବେ’...

ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ବିଜେପିର ବିକ୍ଷୋଭ ବେଳେ ଧନୁପାଲି ମହିଳା ଥାନା ଅଧିକାରୀଙ୍କ ସହ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଠେଲାପେଲା ହୋଇଥିଲା । More

ବିଜେଡି ସରକାରଙ୍କୁ ବିଜେପିର ଟାର୍ଗେଟ୍‌- ‘ଯଦି ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରୁନ, ଆମେ କିଭଳି ସୁରକ୍ଷିତ ?’

ଭୁବନେଶ୍ୱର ରାଜଭବନ ଆଗରେ ବିଜେପିର ନେତା ଓ କର୍ମୀ ଏକାଠି ହୋଇ ପ୍ରତିବାଦ କରିଛନ୍ତି। ଏହି ଅବସରରେ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ‘ଓଡ଼ିଶାରେ ଏବେ ଆମେ ସମସ୍ତେ ଅସୁରକ୍ଷିତ। ଆଇନଶୃଙ୍ଖଳା ସ୍ଥିତିକୁ ନେଇ ଆଜି ସାରା ଓଡ଼ିଶାବାସୀ ମର୍ମାହତ।’ More

ରାସ୍ତାରୁ ମିଳିଲା ହୋମଗାର୍ଡଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ

ହୋମଗାର୍ଡଙ୍କ ଉପରେ ଅଜଣା ଗାଡ଼ି ମାଡ଼ି ଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ରାସ୍ତାରୁ ହୋମଗାର୍ଡଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ପୋଲିସ୍‌। More

ଇଞ୍ଜିନିୟର ଶ୍ୱେତା ମୃତ୍ୟୁ ମାମଲା: ଭୋରରୁ ବୟଫ୍ରେଣ୍ଡ୍‌କୁ ଗିରଫ କଲା ପୋଲିସ୍‌

ଭୁବନେଶ୍ୱରର ସଫ୍ଟୱେର୍ ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ମୃତ୍ୟୁ ମାମଲାରେ ଆକ୍ସନ ମୋଡ୍‌ରେ କମିଶନରେଟ୍ ପୋଲିସ। ଆଜି ଭୋରରୁ ବୟଫ୍ରେଣ୍ଡ୍‌ ସୌମ୍ୟଜିତ୍‌ଙ୍କୁ ପୋଲିସ ଗିରଫ କରିଛି।  More

ବଣ୍ଟନ ବ୍ୟବସ୍ଥାରେ ସାଂଘାତିକ ଅବ୍ୟବସ୍ଥା; ରାଜ୍ୟରେ ୨ ଲକ୍ଷରୁ ଅଧିକ ଜାଲ୍ ହିତାଧିକାରୀ

ଆଇନ୍ ଭାବେ ନାଁ କିଏ ଯୋଡ଼ିଲା, ଚାଉଳ କିଏ ନେଉଛି ତାକୁ ନେଇ ଉଠିଲା ପ୍ରଶ୍ନ More

୨୦୨୪ ପାଇଁ ବିଜେଡିର ବଡ଼ ପ୍ଳାନ୍‌; ସବୁ ବିଭାଗରେ SHG

ମହିଳାଙ୍କ ପାଇଁ ନିର୍ମାଣ ହେବ ଇଣ୍ଡଷ୍ଟ୍ରିଆଲ ପାର୍କ More

ହଲ୍ଲାବୋଲ ବେଳେ ହାତାହାତି; ଜୟନାରାୟଣଙ୍କ ନାଁରେ ମାମଲା

ମତେ ଧକ୍କା ମାରିଛନ୍ତି IIC: ଜୟନାରାୟଣ More

ଗୋପାଳ କାହିଁକି ଚାହୁଁ ନଥିଲା ପଦୋନ୍ନତି? ନବ ଦାସ ହତ୍ୟା ପଛରେ କିଛି ଲିଙ୍କ୍ ଅଛି କି?

ନବ ଦାସଙ୍କୁ କାହିଁକି ମାରିଲା ଗୋପାଳ ? ଏହି ଗୋଟିଏ ପ୍ରଶ୍ନରେ କେନ୍ଦ୍ରୀଭୂତ ତଦନ୍ତ ଭିତରେ ଆଜି ସାମ୍ନାକୁ ଆସିଛି ଅଭିଯୁକ୍ତ ଗୋପାଳର ନୂଆ ତଥ୍ୟ। ଗତବର୍ଷ ଦୁଇ ଦୁଇ ଥର ପଦୋନ୍ନତି ଅଫର ପାଇଥିଲେ ବି ଗୋପାଳ ରହସ୍ୟଜନକ ଭାବେ ପ୍ରତ୍ୟାଖାନ କରିଦେଇଛି। More

ମଦ ନିଶାରେ ନିଜ ଘରେ ନିଆଁ ଲଗାଇଦେଲା, ପୋଡ଼ିଗଲା ସାରା ଗାଁ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥର ଖମ୍ବ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ୩୦ ରୁ ଅଧିକ ବଖରା ଘର ଜଳିଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଜାଣିଲେ ଆପଣ ତାଜୁବ ହେବେ। More