ସଂକ୍ଷେପରେ ଆଜିର ତାଜା ଖବର - Sunday, 25 December 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଚାକିରିରୁ ବାହାର କରିଦେବାରୁ ମାଲିକଙ୍କୁ ମାରିଦେଲା ଚାକର

 ହତ୍ୟାକାଣ୍ଡର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି।  More

୨୫ ବର୍ଷର ସଫଳତା ଅପେକ୍ଷା ବିଜେଡିକୁ ଘାରିଛି ଅନ୍ତଃ କନ୍ଦଳ ଚିନ୍ତା

ଟିକଟ୍ ପାଇଁ ଅନେକ ଆଶାୟୀ ଥିବାରୁ ଯାହାକୁ ମୌକା ନମିଳିବା ସେ ବିଦ୍ରୋହୀ ହେବାର ଯଥେଷ୍ଟ ଆଶଙ୍କା ରହିଛି। More

କୋଭିଡ୍ ମୁକାବିଲାକୁ ବଡ଼ ବଳ: COWINରେ ସାମିଲ ନାଜାଲ ଭ୍ୟାକ୍ସିନ ଇନକୋଭ୍ୟାକ୍

କୋଭିଡ୍ ମୁକାବିଲା କ୍ଷେତ୍ରରେ କେନ୍ଦ୍ରର ସତର୍କତା ପରେ ରାଜ୍ୟରେ ବି ତତ୍ପରତା। More

ଷ୍ଟ୍ରିଟ୍‌ ଫୁଡ୍‌ ମେଳା : ଚିକେନ୍‌, ମଟନ୍‌ ସହ ମନ କିଣୁଛି ମସାଲା ପନିର୍‌

ଶୀତୁଆ ସଂନ୍ଧ୍ୟାରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକଙ୍କର ଲାଗିଛି ଭିଡ। ଖାଲି ସେତିକି ନୁହେଁ ମିଠା ପାନର ଆସର ମଧ୍ୟ ଦେଖିବାକୁ ମିଳୁଛି । କେବଳ ରଜ ସମୟରେ ପାନ ଷ୍ଟଲରେ ଭିଡ ଲାଗେ ବୋଲି ଆମେ ସମସ୍ତେ ଜାଣନ୍ତି। କିନ୍ତୁ ରାଉରକେଲାରେ ଅଦିନିଆ ସମୟରେ ପାନ ଦୋକାନରେ ଲାଗିଛି ଭିଡ More

କାବେରୀ ବିହନ କରିଦେଲା କମାଲ : ବିଲାତି ଚାଷରୁ ଲାଭ ଲକ୍ଷଲକ୍ଷ

ପୂର୍ବରୁ ଗାଁ ସ୍ତ୍ରୀ ଲୋକମାନେ ପରିବା ଓ ଧାନ ଚାଷ କରି ଅଳ୍ପ ପରିମାଣରେ ରୋଜଗାର କରୁଥିଲେ। ହେଲେ କାବେରୀ ବିହନରେ ଭଲ ଲାଭ ହେଉଥିବା ଜାଣିବା ପରେ ସେହି ବିହନ ଆଣି କ୍ଷେତରେ ଚାଷ କଲେ। ଆଉ ସଠିକ୍‌ ଭାବରେ ରକ୍ଷଣବେକ୍ଷଣ ବି କଲେ...ଆଉ ତା’ପରେ କ୍ଷେତରେ ଫଳିଛି ସୁନାର ଫସଲ। More

ଚୋଟ ମାରିଲା ଲାଉଡଙ୍କିଆ : ବିଷାକ୍ତ ସାପକୁ ଧରି ହସ୍ପିଟାଲ ପହଞ୍ଚିଗଲେ ଯୁବକ

କାମୁଡ଼ିଥିବା ସାପକୁ ଧରି ମେଡ଼ିକାଲରେ ଯୁବକ.... More

ହାତୀ ମୃତ୍ୟୁ ଘଟଣା : ଦୋଷ ଲୁଚାଇବାକୁ ନିରୀହ ଚାଷୀଙ୍କୁ ଗିରଫ କଲା ବନବିଭାଗ

ହାତୀ ମୃତ୍ୟୁ ହେବା ପରେ ବି ହାତ ପାହାନ୍ତାରେ ଝୁଲୁଛି ବିଦ୍ୟୁତ ତାର ଆଉ ମୁକୁଳା ହୋଇ ପଡିଛି ଟ୍ରାନ୍ସଫର୍ମର । ଏତେ ସବୁ ଘଟଣା ହେବା ପରେ ବି ନିଦାବିଷ୍ଣୁ ସାଜିଛି ବିଦ୍ୟୁତ ବିଭାଗ । ନିୟମ ଅନୁଯାୟୀ ବିଦ୍ୟୁତ ଖୁଂଟ ମଧ୍ୟରେ ଯେତିକି ଦୂରତା ରହିବାର କଥା ହେଲେ ଦେବଗଡରେ ତାହା ହୋଇ ନାହିଁ । ତେଣୁ ତାର ଗୁଡିକ ଓହଳି ପଡିଛି। ହେଲେ ବିଦ୍ୟୁତ ବିଭାଗ ଉପରେ ଏବେ ଆଙ୍ଗୁଳି ଉଠିବାରୁ ନିଜ ଦୋଷ ଲୁଚାଇବା ପାଇଁ ତରବରିଆ ‌ଭାବରେ ନୂଆ ବିଦ୍ୟୁତ ଖୁଂଟ ପକାଉଛି ବିଭାଗ । More

ଗୋବିନ୍ଦଙ୍କ ଆଇନଜୀବୀ ଦେଲେ ବିସ୍ଫୋରକ ବୟାନ: ଆତ୍ମହତ୍ୟା ପରେ ବି ବଞ୍ଚିଥିଲେ !!

ଘଟଣା ଦିନ କୋର୍ଟରେ ଥିବାବେଳେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ସଂପର୍କରେ ମୁଁ ଖବର ପାଇଥିଲି। ତୁରନ୍ତ ମୁଁ ଜେଲ୍‌ରେ ପହଞ୍ଚିଥିଲି। ସେତେବେଳେ ତାଙ୍କୁ ହସ୍ପିଟାଲ୍ ନେବା ପାଇଁ ବ୍ୟବସ୍ଥା ହେଉଥିଲା। ସେତେବେଳକୁ ତାଙ୍କର ନିଃଶ୍ୱାସ ପ୍ରଶ୍ୱାସ ଚାଲିଥିଲା। ତେବେ ଯେଉଁ ପରିବେଶ ଓ ପରିସ୍ଥିତିରେ ଏହି ଘଟଣା ଘଟିଛି, ତାହା ଆତ୍ମହତ୍ୟା ବୋଲି ଆଦୌ ବିଶ୍ୱାସ ହେଉ ନାହିଁ.. More

ପୋଖରୀ କୂଳରେ ଖେଳିବା ହେଲା କାଳ : ବୁଡ଼ିଗଲେ ଦୁଇ ଭଉଣୀ

ବଡ଼ ଦିନରେ ଦୁ‍ଃଖଦ ଘଟଣା । ଚାରିଆଡ଼େ ଖ୍ରୀଷ୍ଟମାସ ପାଇଁ ଆନନ୍ଦ ଉଲ୍ଲାସ ଚାଲିଥିବା ବେଳେ ପୋଖରୀରେ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି ଦୁଇ ଭଉଣୀ । More

କେମିତି ହେଲା ଗୋବିନ୍ଦଙ୍କ ମୃତ୍ୟୁ ? ତଦନ୍ତ କରିବେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ

ବେକର ଚିହ୍ନକୁ ନେଇ ଆଶଙ୍କା ଭିତରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । More

ରାଜ୍ୟପାଳ ଦେଲେ ନୂଆ ଜୀବନ : ଦୃଷ୍ଟିଶକ୍ତି ଫେରିପାଇଲେ ଦୁଇ ଦୃଷ୍ଟିବାଧିତ

ରାଜ୍ୟପାଳଙ୍କ ଉଦ୍ୟମରେ ହୋଇଥିବା ଅପରେସନ ସଫଳ ହୋଇଛି । More

ଆଜି ପବିତ୍ର ବଡ଼ଦିନ : ବିଭିନ୍ନ ଚର୍ଚ୍ଚରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ମଧ୍ୟରାତ୍ରରେ ଧରାବତରଣ କଲେ ପ୍ରଭୁ ଯୀଶୁ More

କେଉଁଥିରେ ହୋଇଛି ଗୋବିନ୍ଦର ମୃତ୍ୟୁ: ରଶି ନା ଗାମୁଛା ?

ସେଦିନ ହସପିଟାଲରେ ଗୋବିନ୍ଦଙ୍କୁ ମୃତ ଘୋଷଣା କରିଥିବା ଡାକ୍ତର ବି ମାନିଛନ୍ତି ତଣ୍ଟିରେ ଗାଢ ଦାଗ ଥିଲା। More

ବାଜିଲା ଡେଙ୍ଗୁରା ! ନିଲାମ ହେବ ମାର୍କଫେଡ୍ କୋଠା

କାହାର ତ୍ରୁଟି ପାଇଁ ତଳିତଳାନ୍ତ ରାଜ୍ୟ ସରକାରଙ୍କ ଏହି ଅନୁବନ୍ଧିତ ସଂସ୍ଥା? More

୨୬ରେ ମୁହାଁମୁହିଁ ହେବେ ବିଜେଡି-ବିଜେପି: ଶଙ୍ଖର ପ୍ରତିଷ୍ଠା ଦିବସ ବନାମ ପଦ୍ମର ସତ୍ୟାଗ୍ରହ

ବିଜେଡି ରାଜନୀତିରେ ଅପରାଧୀକରଣ ପ୍ରତିବାଦରେ ଆସନ୍ତା ୨୬ ତାରିଖରେ ସତ୍ୟାଗ୍ରହ କରିବ ବିଜେପି। More

ଡିଭୋର୍ସ ଦିନ ହେବ ପୁନର୍ଜନ୍ମ: ଅନୁଭବ

ଜନ୍ମଦିନ ଅବସରରେ ଭିଡିଓ ଛାଡ଼ି ମନର କଥା ଜଣାଇଲେ ସାଂସଦ ଅନୁଭବ ମହାନ୍ତି। More

ଦୁଇ କିମ୍ବଦନ୍ତୀ ତେନ୍ଦୁଲକର - ମେସୀଙ୍କ ବଡ ଉପଲବ୍ଧି ଓ ସମାନତା

ଦୁଇ କିମ୍ବଦନ୍ତୀ ଖେଳାଳି - କ୍ରିକେଟର୍ ସଚିନ ତେନ୍ଦୁଲକର ଓ ଫୁଟ୍ବଲର୍ ଲିଓନେଲ୍ ମେସୀଙ୍କ ସବୁଠାରୁ ବଡ଼ ଉପଲବ୍ଧି ମଧ୍ୟରେ ସମାନତାକୁ ନେଇ ଏବେ ଚର୍ଚ୍ଚା। କ୍ୟାରିଅର୍ରେ ବ୍ୟାପକ ସଫଳତା ସତ୍ତ୍ୱେ ଉଭୟ ତେନ୍ଦୁଲକର ଓ ମେସୀଙ୍କର ଏକ ଅଧୁରା ସ୍ୱପ୍ନ ରହିଥିଲା - ଦୁହେଁ ବିଶ୍ୱକପ୍ ଟ୍ରଫି ଜିତି ନ ଥିଲେ। କିନ୍ତୁ ଉଭୟ ନିଜ ନିଜ ଶେଷ ବିଶ୍ୱକପ୍ରେ ଏହି ସ୍ୱପ୍ନକୁ ସାକାର କରିଥିଲେ। More