ସଂକ୍ଷେପରେ ଆଜିର ତାଜା ଖବର - Wednesday, 21 September 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଲୁଟେରାଙ୍କ ହବ୍‌ ମୋ ବସ୍‌ ! ଲଗାତର ହେଉଛି ଚୋରି, ଯାତ୍ରା କରିବାକୁ ଭୟ କରୁଛନ୍ତି ଯାତ୍ରୀ

ମୋ ବସ୍‌ରେ ବଢୁଛି ଚୋରି । କ୍ୟାନସର ରୋଗୀଙ୍କଠୁ ଲୁଟିନେଲେ ୧୫ ହଜାର । More

ମଜୁରୀ ଖଟୁଛି ବାପା; ଖଟରେ ଶୋଇଛି ଭେଣ୍ତିଆ ପୁଅ, ସାହାଯ୍ୟ ମିଳିଲେ..

କିଟିକିଟି ଅନ୍ଧାର ଘର ଭିତରେ ଶୋଇଛି ୧୭ ବର୍ଷୀୟ ଦିବ୍ୟାଙ୍ଗ ପୁଅ। ହାତ ହଲୁନି କି ଗୋଡ ହଲୁନି...ମାଆ ଚାଲିଯିବା ପରେ ସବୁ ସେବା ଏବେ ବାପାଙ୍କ ଉପରେ। ଦିନସାରା ମଜୁରୀ ଖଟନ୍ତି...ଖରା ବେଳେ ଆସି ପୁଅର ସେବା କରନ୍ତି। ପାଖରେ ଟଙ୍କା ନଥିବାରୁ ପୁଅର ଚିକିତ୍ସା ବି ହେଇପାରୁନି କି ସରକାରଙ୍କ ପକ୍ଷରୁ ସହାୟତା ବି ମିଳୁନି... More

IAS ବାବୁଙ୍କ କେତେ ରହିଛି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି, କାହିଁକି ଲୁଚାଉଛନ୍ତି ତଥ୍ୟ ? ଆସନ୍ତୁ ଜାଣିବା..

ବାବୁ କାହିଁକି ଲୁଚାଉଛନ୍ତି ଅସ୍ଥାବର ସମ୍ପତ୍ତି ତାଲିକା ? ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ପାଇଁ ସମ୍ପତ୍ତି ତାଲିକା ବାଧ୍ୟତାମୂଳକ । More

ସରଗରମ ଗଞ୍ଜାମ ରାଜନୀତି ! ପ୍ରଦୀପଙ୍କୁ କାଉଣ୍ଟର କରି ବିଜେଡିର ମିଶ୍ରଣ ପର୍ବ, ମୁହଁ ଖୋଲିଲେନି ଗୋପବନ୍ଧୁ

ଗଞ୍ଜାମ ରାଜନୀତି ଧିରେ ଧିରେ ଗୋଳିଆ ହେଉଥିବା ବେଳେ ଏଥିରୁ ଫାଇଦା ଉଠାଇବା ଚକ୍କରରେ ରହିଛି ଆମ୍ ଆଦମୀ ପାର୍ଟି । More

ଭୋକରେ ଆଉଟୁ ପାଉଟୁ ସ୍କୁଲ୍‌ ଛୁଆ; ମଧ୍ୟାହ୍ନ ଭୋଜନ ବଦଳରେ ୫ ଟଙ୍କିଆ ବିସ୍କୁଟ ଦେଇ ଶିକ୍ଷକ ଛୁ...

ବାଃ ବାଃରେ ସରକାରୀ ସ୍କୁଲ। ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଭାତ, ଡାଲମା ଓ ଅଣ୍ଡା ବଦଳରେ ମିଳୁଛି ୫ ଟଙ୍କିଆ ବିସ୍କୁଟ। ଅଧାଦିନ ଖାଇବା ପାଇଁ ବି ମିଳୁନି। ଖରାବେଳେ ସ୍କୁଲରେ ତାଲା ଠୁଙ୍କି ପଳାଉଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ। More

ଧର୍ମର ଜୟ କହିଲେ ଅପରାଜିତା, ଏକାମ୍ର-କୋଣାର୍କ ସୌନ୍ଦର୍ଯ୍ୟକରଣକୁ NMAର ଅନୁମତି

ଅଧା ପ୍ରକଳ୍ପର ଡିପିଆର ସଂଶୋଧନ ନିର୍ଦ୍ଦେଶ । ନିୟନ୍ତ୍ରିତ ଅଞ୍ଚଳରେ ହେବ ଅନନ୍ତ ବାସୁଦେବ ରୋଷଘର  । More

ଗାଁ ଲୋକଙ୍କୁ ବଡ଼ ଦୁଃଖ ଦେଲା ପାଣି ଟ୍ୟାଙ୍କର, ପ୍ରଶାସନ କିଛି ଶୁଣୁନି

କେତେ ବିପଦପୂର୍ଣ୍ଣ ଭାବେ ଏହି କାଠଗଣ୍ଡି ବ୍ରିଜ୍‌ ଦେଇ ଯାହାୟତ କରୁଛନ୍ତି ଲୋକେ ତାହା ଆପଣ ନଦେଖି ମଧ୍ୟ ଅନୁମାନ କରିପାରୁଥିବେ । More

ପ୍ରଥମ ଅରିନ୍ଦମ ଦାସ ସ୍ମାରକୀ ସ୍କଲାର୍ସିପ୍ ପ୍ରଦାନ କଲା ଓଟିଭି

ଅମ୍ଲାନଙ୍କ କଲେଜ୍ ଫି ଓ ବାର୍ଷିକ ହଷ୍ଟେଲ୍ ଫି ବାବଦ ସମସ୍ତ ରାଶି ଦିଆଯାଇଛି । More

ସାଇବର ଠକଙ୍କଠାରୁ କେମିତି ବର୍ତ୍ତିବେ ସାଧାରଣ ଲୋକ ? ଟ୍ରିକ୍‌ କହିଲେ ଭୁବେନେଶ୍ୱର DCP

କେତେବେଳେ ପୁରସ୍କାର ତ କେତେବେଳେ ଲଟେରୀ ଆଦିର ମଧ୍ୟ ଅଫର ଦେଇପାରନ୍ତି ଠକମାନେ । ତେଣୁ ଏଥିପ୍ରତି ସାବଧାନ ରୁହନ୍ତୁ ଲୋକେ । ତେବେ ଏମିତି କିଛି ଅଫର ଦେଖାଇ ସାଇବର ଠକ ପ୍ରଥମେ OTP ମାଗିପାରନ୍ତି । More

ରାଜଧାନୀରେ ବିଷ ପିଇ ୨ ମୃତ

ପରିବାର ଠାରୁ ଅଲଗା ହେବା ପରେ ଦୁହେଁ ଏକାଠି ରହୁଥିଲେ More

ମୋ ବସ୍‌ରୁ ଯାତ୍ରୀଙ୍କ ଠାରୁ ଚୋରି

ମୋ ବସ୍‌ରେ ଜଣେ କ୍ୟାନ୍ସର ରୋଗୀଙ୍କଠାରୁ ୧୫ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏମ୍ସ ହସ୍ପିଟାଲ୍‌ରୁ କଟକ OMP ଛକ ଯାଉଥିବା ୧୯ ନମ୍ବର ମୋ ବସ୍‌ରେ ଏହି ଚୋରି ହୋଇଛି। More

ଦିଲ୍ଲୀରେ କମାଲ କଲେ ପଦ୍ମପୁର ଝିଅ : ୬ ଲକ୍ଷ ପ୍ରକଳ୍ପକୁ ପଛରେ ପକାଇ ପୁରଷ୍କାର ଜିତିଲେ

ଏମିତି ଝିଅ ଭଗବାନ୍‌ ସମସ୍ତଙ୍କୁ ଦିଅନ୍ତୁ । ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିଥିବା ଓଡ଼ିଶା ଝିଅ ଆଜି ଜାତୀୟ ସ୍ତରରେ ବାଜି ମାରି ନେଇଛନ୍ତି । More

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। More

ଏଣିକି ଗ୍ରାମାଞ୍ଚଳରେ ହାତ ପାହାନ୍ତାରେ ମିଳିବ ସହରୀ ସୁବିଧା

ପଞ୍ଚାୟତର ବିକାଶ ପାଇଁ ନବ ର୍ନିବାଚିତ ସରପଞ୍ଚ ଶିକ୍ଷାଲାଭ କରୁଛନ୍ତି। ର୍ନିବାଚନ ପରେ ପଞ୍ଚାୟତ ସ୍ତରରେ ଉନ୍ନୟନମୂଳକ କାମ କିଭଳି ହେବ ସେଥିପାଇଁ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ ହେଉଛି।  More

ଓଭରଲୋଡିଂ କରି ଗାଡ଼ିରେ ଯାତାୟତ କରୁଛନ୍ତି କି ? ସାବଧାନ ! ନହେଲେ ଗଣିବେ ୨୦ ହଜାର ଟଙ୍କା ଫାଇନ୍‌

୨୦୨୧ ମସିହାରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁର ୧୪% ଓଭରଲୋଡିଂ ଦୁର୍ଘଟଣା ଜନିତ ବୋଲି ଜଣାପଡ଼ିଛି। ଏହା ଜଣାପଡ଼ିବା ପରେ ଏବେ ଓଭରଲୋଡିଂକୁ ପରିବହନ ବିଭାଗ ଗୁରୁତ୍ୱର ସହ ନେଇଛି। More

ସ୍ଥଳଭାଗ ମୁହାଁ ଲଘୁଚାପ ! ଆସନ୍ତାକାଲି ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଆଜି ରାଜ୍ୟରେ ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ପଶ୍ଚିମ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। More

ମାଆଙ୍କୁ ସମର୍ପଣ ଭାବରେ ଦିଆଯାଉଛି ପ୍ରତୀକାତ୍ମକ ନରବଳି

ଷୋଡ଼ଶ ପର୍ବର ପ୍ରଥମ ଦିନରେ ଘର ତ୍ୟାଗ କରି ମାଆଙ୍କ ପାଖରେ ସମର୍ପିତ ହୋଇଥାନ୍ତି ବଳି ଜେନା।  More

ମଦ ତିଆରିର ଗୁପ୍ତ କୋଠରୀ ଖୁଲାସା; ସୁଡ଼ଙ୍ଗ ଭିତରେ ଥିଲା ଦେଶୀ ମଦ ଭାଟି

ରାଜଧାନୀରେ ମଦ ତିଆରିର ଗୁପ୍ତ କୋଠରୀ ଖୁଲାସା। ସାଲିଆସାହି ଇଡ୍କୋ ବସ୍ତିରେ ସୁଡ଼ଙ୍ଗ ଭିତରେ ଚାଲିଥିଲା ଦେଶୀ ମଦ ଭାଟି। ଚଢ଼ାଉ କରି ଖୁଲାସା କଲା କମିଶନରେଟ ପୋଲିସ। ହଜାର ହଜାର ଲିଟର ମଦ ସହ ପୋଚ ଜବତ ହୋଇଛି। More

ପ୍ରୋହିବିଟେଡ୍ ଏରିଆ ବାହାରେ ହେବ ଶ୍ରୀଜଗନ୍ନାଥ ରିସେପସନ୍ ସେଣ୍ଟର

ପ୍ରଶ୍ନ, ଏବେ କେଉଁଠି ନିର୍ମାଣ ହେବ ଏହି ରିସେପସନ୍ ସେଣ୍ଟର ? More

ଜୟନାରାୟଣ ମିଶ୍ରଙ୍କ ଫସଲ ଅମଳ ଥିଓରୀକୁ ନେଇ ରାଜନୀତି ସରଗରମ

୨୪ ନିର୍ବାଚନ ପାଇଁ ବିଜେପିର ବଡ଼ ଷ୍ଟ୍ରାଟେଜି ।ଏବେ ସାର ଦିଆଯାଉଛି, ୨୪ରେ ଅମଳ ହେବ ବୋଲି କହିଲେ ଜୟନାରାୟଣ। ଜୟନାରାୟଣଙ୍କ ଫସଲ ଅମଳ ଥିଓରୀକୁ କଂଗ୍ରେସର କଟାକ୍ଷ। ୨୪ରେ ଲୋକେ ଏହାର ଜବାବ ଦେବେ ବୋଲି କହିଲା ବିଜେଡି। More

ହାଇସିକ୍ୟୁରିଟି ନମ୍ବରପ୍ଲେଟ୍ ନଲଗାଇଲେ ଅକ୍ଟୋବରରୁ ଫାଇନ୍‌ ଗଣିବେ ୧୦ ହଜାର !

ଡେଡଲାଇନ୍ ଆଉ ବଢ଼ାଯିବ ନାହିଁ ବୋଲି ସଫା ସଫା କହିଦେଇଛି ପରିବହନ ବିଭାଗ More