ସଂକ୍ଷେପରେ ଆଜିର ତାଜା ଖବର - Monday, 28 February 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଜାଗର ପାଇଁ ରାଜଧାନୀରେ ମୁତୟନ ହେବେ ୨୭ ପ୍ଲାଟୁନ ଫୋର୍ସ

ଆସନ୍ତାକାଲି ଜାଗର ଉପଲକ୍ଷେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି। ଆଜି ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଶାସନ ପକ୍ଷରୁ ଯେଉଁ କରୋନା କଟକଣା ରହିଛି, ସେହି ନିୟମ ଅନୁପାଳନ କରାଯିବ । More

ଓଡ଼ିଆ ଛାତ୍ରୀଙ୍କ ଆକୁଳ ନିବେଦନ- ‘ଭୟ ଲାଗୁଛି, ଆମକୁ ଏଠାରୁ ନେଇ ଯାଅ’

ୟୁକ୍ରେନ୍-ଋଷିଆ ଭିତରେ ଯୁଦ୍ଧ ଚାଲିଥିବା ବେଳେ ୟୁକ୍ରେନ୍‌ରେ ଫସିଛନ୍ତି ହଜାର ହଜାର ସଂଖ୍ୟକ ଭାରତୀୟ। ସେମାନଙ୍କ ମଧ୍ୟରେ ଓଡ଼ିଶାର ଲୋକ ମଧ୍ୟ ଅଛନ୍ତି। ଯେଉଁମାନେ କି ସ୍ୱଦେଶ ଫେରିବାକୁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି। More

ବିଜେଡି ପ୍ରାର୍ଥୀଙ୍କୁ ହରାଇଲେ ପରିବା ବ୍ୟବସାୟୀ

ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ୍‌-କ ଜୋନ୍‌ରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ଟିକେଟ୍‌ରେ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚନ ଲଢ଼ିଥିବା ପରିବା ବ୍ୟବସାୟୀ ଟି. ଶ୍ରୀଧର ବିଜୟୀ ହୋଇଛନ୍ତି। More

‘ନିର୍ବାଚନ ନଲଢ଼ି ବି ମୋତେ ଠେଙ୍ଗାରେ ପିଟିଲେ, କାର୍‌ ଜାଳିଦେଲେ’

ଗୋଟିଏପଟେ ଭୋଟ୍‌ ଗଣତି ଚାଲି ଥିବାବେଳେ ଅନ୍ୟପଟେ ହିଂସା ଘଟଣା ଘଟିଥିବା ସାମ୍ନାକୁ ଆସିଛି। ଜଣେ ପୂର୍ବତନ ସରପଞ୍ଚଙ୍କ କାର୍‌କୁ  ଦୁର୍ବୃତ୍ତମାନେ ଜାଳି ଦେଇଥିବା ଅଭିଯୋଗ ହୋଇଛି।  More

ପୌର ନିର୍ବାଚନ ପାଇଁ ବାହାରିଲା ବିଜ୍ଞପ୍ତି, ୨ରୁ ନାମାଙ୍କନ ପତ୍ର ଦାଖଲ

ପୌର ନିର୍ବାଚନ ପାଇଁ ଆଜି ରାଜ୍ୟ ନିର୍ବାଚନ କମିଶନ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିଛନ୍ତି। ମାର୍ଚ୍ଚ ୨ ତାରିଖରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ୭ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ।  More

ବାପା, ମାଙ୍କ ଅମାନୁଷିକ କାଣ୍ଡ; ୬ ବର୍ଷର ଝିଅକୁ ପିଟି ପିଟି ମାରିଦେଲେ

୬ ବର୍ଷର ଝିଅକୁ ପିଟି ପିଟି ମାରିଦେଲେ ବାପା, ମାଆ । ଗଞ୍ଜାମ ଦିଗପହଣ୍ଡି ଥାନା ତେନ୍ତୁଳିଆ ସାହିରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା । More

ଦୁବ କଅଁଳୁ ନଥିବା ଜମିକୁ ଅମଳକ୍ଷମ କରିଛନ୍ତି ତପସ୍ୱିନୀ

ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅଧ୍ୟକ୍ଷା ତପସ୍ୱିନୀ ମାଝି । କାମରୁ ଟିକିଏ ଫୁରସତ୍ ମିଳିଲେ, କୋଡିକୋଦାଳ ଧରି ନିଜ ଚାଷ ଜମିକୁ ଚାଲି ଯାଆନ୍ତି । ତାଙ୍କର ଉଦ୍ୟମ ଯୋଗୁଁ ଏବେ ହସୁଛି ସବୁଜିମା । ଦିନେ ଚିନ୍ତା କଲେ ନିଜ ଗାଁ ପେଣ୍ଡରେନରେ ତାଙ୍କର ଅନେକ ଜମି ଅଛି । କିନ୍ତୁ ଚାଷବାସ ନ ହୋଇ ପଡିଆ ପଡୁଛି More

ବୃହତ ବିଜୟ ଅଭିମୁଖେ ବିଜେଡି, ଧରାଶାୟୀ ବିଜେପି ଓ କଂଗ୍ରେସ

ଗତ ଦୁଇ ଦିନର ଗଣତି ପରେ ବୃହତ ବିଜୟ ଅଭିମୁଖେ ବିଜେଡି ଥିବାବେଳେ ଧରାଶାୟୀ ହୋଇପଡ଼ିଛନ୍ତି ବିଜେପି ଓ କଂଗ୍ରେସ। ବର୍ତ୍ତମାନ ସୁଦ୍ଧା ହୋଇଥିବା ଗଣତିରେ ବିଜେଡି ବିରୋଧୀ କଂଗ୍ରେସ ଓ ବିଜେପିଠୁ ବହୁ ଆଗରେ ରହିଛି। More

ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଦ୍ୱିତୀୟ ଦିନରେ ବି ବିଜେଡିର ରାଜ୍

ଆଜି ପଞ୍ଚାୟତ ଭୋଟ୍‌ ଗଣତିର ତୃତୀୟ ଦିନ। ପଂଚାୟତ ନିର୍ବାଚନରେ ବୃହତ୍ ବିଜୟ ଅଭିମୁଖେ ବିଜୁ ଜନତା ଦଳ ଧରାଶାୟୀ ବିଜେପି ଓ କଂଗ୍ରେସ ବର୍ତ୍ତମାନ ସୁଦ୍ଧା ହୋଇଥିବା ଗଣତି ଏବଂ ହସ୍ତଗତ ହୋଇଥିବା ଟ୍ରେଣ୍ଡ ଅନୁସାରେ ୬୨୦ ଜିଲ୍ଲା ପରିଷଦ ଆସନ ଭିତରୁ ୫୫୪ଟି ଆଗୁଆ ରହିଛି ବିଜେଡି ସେହିଭଳି ବିଜେପି ୩୦ ଓ କଂଗ୍ରେସ ୨୯ଟି ଆସନରେ ଆଗୁଆ ରହିଛନ୍ତି । More

କୋରାପୁଟରେ କାମ ଦେଲାନି କି ନବୀନ ଯାଦୁ ?

ଆଜି ଦ୍ୱିତୀୟ ଦିନ ଗଣତିରେ ବି ୬ରୁ ଅଧିକ ସ୍ଥାନରେ ହାତ ଚିହ୍ନରେ ଲଢିଥିବା ପ୍ରାର୍ଥୀ ଆଗୁଆ ରହିଛନ୍ତି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ହାତଦଳର ବହୁ ଟାଣୁଆ ଆଦିବାସୀ ନେତାଙ୍କୁ ବିଜେଡି ନିଜ କ୍ୟାମ୍ପକୁ ନେଇଥିଲେ ବି କାହିଁକି କଂଗ୍ରେସକୁ ଆସ୍ଥା କଲେ ଭୋଟର ତାକୁ ନେଇ ଚାଲିଛି ଚର୍ଚ୍ଚା । More

କ୍ୟାସ ଟ୍ରାନ୍ସଫର୍‌ଠୁ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ: ବିଜେଡିର ଅପ୍ରତ୍ୟାଶିତ ବିଜୟ ପଛର କାରଣ କି ?

ପଞ୍ଚାୟତ ନିର୍ବାଚନରେ ବିଜେଡିର ବଡ଼ ବିଜୟ । ତେବେ ଏଭଳି ଅପ୍ରତ୍ୟାଶିତ ବିଜୟ ପଛରେ କାରଣ କଣ? କେଉଁ କେଉଁ ଫ୍ୟାର ବିଜେଡିକୁ ସୁହାଲଲା? More

ମୁହାଁମୁହିଁ ଜେରା ହେବେ ଭାଇ-ଭଉଣୀ: ଖୋଲିବ ଗୁମର ପେଡି

ରମେଶର କ୍ରାଇମ୍ ପାର୍ଟନର ତା ଭଉଣୀଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ପୋଲିସ । More

ସଜନା ଚାଷ କରିଛି ସ୍ୱାବଲମ୍ବୀ : ଭଲ ଦୁଇ ପସଲା ରୋଜଗାର କରୁଛନ୍ତି ତପନ ସାହୁ

ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକ ମାଲିଡିହି ତପନ ସାହୁ । ୨ ଏକର ଜମିରେ ମଧ୍ୟପ୍ରଦେଶରୁ ସଜନା, କାଜୁ, ଆମ୍ବ ଓ ଡାଲିମ୍ବ ଚାରା ଆଣି ଲଗାଇଛନ୍ତି । ଏବେ ୪ ବର୍ଷ ହେବ ସଜନା ଛୁଇଁ ବାହାରୁଥିବା ବେଲେ ବର୍ଷକୁ ଅନ୍ୟାନ୍ୟ ପରିବା ବିକ୍ରି କରି ପାଖାପାଖି ଅଢେଇ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । More

ରୋଜଗାର ଦେଲା ବିଲାତି ଚାଷ

​​​​​​​କେନ୍ଦୁଝର ଜିଲ୍ଲା ଏକ କୃଷି ବହୁଳ ଜିଲ୍ଲା । ଏହି ଜିଲ୍ଲାରେ ଆଗ ଅପେକ୍ଷା ଚାଷପ୍ରତି ଲୋକଙ୍କର ଅଧିକ ଆଗ୍ରହ ପରିଲକ୍ଷିତ ହେଉଛି । କରୋନା ମହାମାରୀ ଯୋଗୁଁ ଲୋକେ ବାହାରକୁ ନଯାଇ ନିଜ ଅଞ୍ଚଳରେ ଚାଷବାଷ କରି ପରିବାର ପ୍ରତିପୋଷଣ କରିବାକୁ ମନସ୍ଥିର କରୁଥିବା ଦେଖାଯାଉଛି More