ଉତ୍ତର ଭାରତରେ ବର୍ଷା ବିତ୍ପାତ; ମୃତ୍ୟୁସଂଖ୍ୟା ୯୧କୁ ବୃଦ୍ଧି

ମଙ୍ଗଳବାର ଆଉ ୨୧ ଜଣଙ୍କ ମୃତ୍ୟୁକୁ ମିଶାଇ ସଂଖ୍ୟା ୯୧କୁ ବୃଦ୍ଧି । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଜାମ୍ମୁ-କାଶ୍ମୀରରେ ବନ୍ୟା ସ୍ଥିତି ।

flood condition

ଜୀବନ ନେଉଛି ଜଳ ପ୍ରଳୟ । ଉତ୍ତର ଭାରତରେ ବର୍ଷା ବିତ୍ପାତ । ଉବୁଟୁବୁ ଏକାଧିକ ରାଜ୍ୟ । ପାହାଡ଼ିଆ ଅଂଚଳରେ ଜଳ ପ୍ରଳୟର ବିକଟାଳ ଚିତ୍ର । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଜାମ୍ମୁ-କାଶ୍ମୀର, ହରିୟାଣାରେ ତାଣ୍ଡବ ରଚିଛି ଏହି ବର୍ଷା ।

ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ୯୧ ବର୍ଷା ବିତ୍ପାତରେ ୯୧ ଜଣଙ୍କର ମୃତ୍ୟୁ ହୋଇଛି । ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ଦିଲ୍ଲୀରେ ମଧ୍ୟ ବର୍ଷା ପାଇଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଦିଲ୍ଲୀରେ ଯମୁନାର ଜଳସ୍ତର ଧିରେ ଧିରେ ବଢିବାରେ ଲାଗିଛି । ବିପଦ ସଂକେତର ୧. ୩ମିଟର ଉପରେ ପ୍ରବାହିତ ହେଉଛି ଯମୁନା । ଦିଲ୍ଲୀରେ ଯମୁନାର ଜଳସ୍ତର ୨୦୭. ୦୮ ମିଟର ରହିଛି ।

୧୯୭୮ ପରେ ଯମୁନା ନଦୀରେ ଜଳସ୍ତର ଉପରକୁ ଆସିବା ଏହା ସର୍ବାଧିକ । ସ୍ଥିତିକୁ ନେଇ ଦିଲ୍ଲୀରେ ଓଖଲା ବ୍ୟାରେଜର ସମସ୍ତ ଗେଟକୁ ଖୋଲି ଦିଆଯାଇଛି । ପୁରୁଣା ଦିଲ୍ଲୀ ରେଲୱେ ବ୍ରିଜ୍ ଉପରେ ଆଜି ସକାଳେ ଜଳସ୍ତର ୨୦୭ ମିଟର ପାର କରିଛି । ହରିୟାଣାର ହଥିନୀକୁଣ୍ଡରୁ ୩ ଲକ୍ଷ କ୍ୟୁସେକ୍ ପାଣି ଛଡାଯିବାରୁ ଯମୁନାର ଜଳସ୍ତର ବଢ଼ିଚାଲିଛି।କୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଲାଗି ୪୫ଟି ଡଙ୍ଗା ସହ ଉଦ୍ଧାରକାରୀ ଦଳ ନିୟୋଜିତ କରାଯାଇଛି । ...

ବର୍ଷାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ହିମାଚଳପ୍ରଦେଶ । ହିମାଚଳରେ ୩୧ ଜଣଙ୍କର ମୃତ୍ୟୁ ଘଟିଛି । ପଡୋଶୀ ଉତ୍ତରାଖଣ୍ଡରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉତ୍ତରପ୍ରଦେଶ, ପଂଜାବ ଓ ରାଜସ୍ଥାନରେ ଜଣେ ଲେଖାଏଁ ଲୋକଙ୍କ ଜୀବନ ଯାଇଛି । ସେହିପରି ଭୂସ୍ଖଳନର ଭୟାନକ ଚିତ୍ର ସାମ୍ନାକୁ ଆସିଛି ।

ଏବେବି ହିମାଚଳ ପ୍ରଦେଶରେ ଅନେକ ପର୍ଯ୍ୟଟକ ଫସି ରହିଛନ୍ତି। ବନ୍ୟା ଯୋଗୁଁ ଅନେକ ସ୍ଥାନରେ ଜାତୀୟ ରାଜପଥ ଭାଙ୍ଗିଯାଇଛି । ୧୩ଶହ ରାସ୍ତାକୁ ବନ୍ଦ ରଖାଯାଇଛି । ବ୍ରିଜକୁ ସଂଯୋଗ କରୁଥିବା ରାସ୍ତା ସହ ୪୦ଟି ବଡ ବ୍ରିଜ ଭାଙ୍ଗିଯାଇଥିବା ସୂଚନା ମିଳିଛି। ଏବେ ବି ରାସ୍ତା ଉପରେ ବଡ ବଡ ପଥରଖଣ୍ଡ ଓ ଗଛ ପଡିରହିଛି ।

ସେଗୁଡିକୁ ଉଠାଇବାକୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଅପରେସନ୍ । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ପ୍ରଭାବିତ ଅଂଚଳ ବୁଲି ସ୍ଥିତି ସମୀକ୍ଷା କରିଥିଲେ । ବନ୍ୟା ଓ ଭୂସ୍ଖଳନରେ ଏଯାବତ୍ ହିମାଚଳ ପ୍ରଦେଶରେ ୩୧ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ...