Low Pressure Rain In Odisha: ଦାଉ ସାଧୁଛି ବର୍ଷା...ଟୋକନ୍ ମିଳୁନି, ରାସ୍ତାରେ ପଡ଼ିଛି ବସ୍ତା ବସ୍ତା ଧାନ

ଚାଷୀଙ୍କ ଟୋକନ ବିଳମ୍ବରେ ଆସୁଥିବାରୁ ଧାନ ମଣ୍ଡିକୁ ନେଇପାରୁନାହାନ୍ତି l କାରଣ ବିନା ଟୋକନରେ ଏଥର ଧାନ ମଣ୍ଡିକୁ ନେଇ ପାରିବେନି ଚାଷୀ l ଅନ୍ୟପଟେ ଏଥର MSP ୨୩ଶହ ଟଙ୍କା ସହ ୮ଶହ ଇନପୁଟ ସବସିଡି ପାଇବାକୁ ହେଲେ FAQ ଧାନ ଆଣିବାକୁ ପଡ଼ିବ l ଆଉ ଏଇଥି ପାଇଁ ରାଜରାସ୍ତାରେ ଅମଳ ଧାନକୁ ଭଲରେ ଶୁଖାଉଛି ଚାଷୀ l

ଚାଷୀଙ୍କ ଚିନ୍ତା ବଢ଼ାଉଛି ଅଦିନିଆ ବର୍ଷା

ବରଗଡ଼ ଜିଲ୍ଲାରେ ନଭେମ୍ବର ୨୦ ତାରିଖରୁ ଆରମ୍ଭ ହୋଇଛି ଧାନ କିଣା ବିକା ପ୍ରକ୍ରିୟା l ଏହାରି ଭିତରେ ଆଜିକୁ ଏକ ମାସ ପୁରିଥିବା ବେଳେ ମେଘୁଆ ପାଗ ଦେଖି ଚାଷୀଙ୍କ ଚିନ୍ତା ବଢିଛି l ବିଭିନ୍ନ ସ୍ଥାନରେ ରାସ୍ତାରେ ପଡ଼ି ରହିଛି ଗଦାଗଦା ଧାନ l କିଏ ବସ୍ତାରେ ଭରି ଘରକୁ ନେବା ପାଇଁ ଲାଗିଛି ତ ଆଉ କିଏ ଟୋକନ ବିଳମ୍ବ ଥିବାରୁ ଚିନ୍ତାରେ ପଡ଼ିଛି l ବରଗଡ଼ ବିଧାୟକ ଅଶ୍ଵିନୀ ଷଡଙ୍ଗୀ କହିଛନ୍ତି କିଛି ଅବ୍ୟବସ୍ଥା ଅଛି, ତା’ର ସମାଧାନ କରାଯିବା l

ଅଧିକ ପଢ଼ନ୍ତୁ:ଆଉ ହେବନି ଆଳୁ ସଂକଟ! ନିଜ ଜମିରେ ଆଳୁ ଫଳାଇଲେ କୋରାପୁଟ ଚାଷୀ

ମେଘୁଆ ପାଗ ଦେଖି ଛାନିଆ ଚାଷୀ ରାସ୍ତାରେ ଶୁଖାଇଥିବା ଧାନକୁ ବସ୍ତାରେ ଭରୁଛି ଚାଷୀ । ମଣ୍ଡିରେ ଧାନ ନାହିଁ ହେଲେ ରାଜ ରାସ୍ତାରେ ପଡ଼ିଛି । ଏବେବି ଲାଗି ରହିଛି ଟୋକନ୍ ଟେନସନ୍। ସେପଟେ ଲଘୁଚାପ ବର୍ଷlକୁ ନେଇ ଛାନିଆ ଚାଷୀ l ଆଉ ଏଇଥି ପାଇଁ ରାସ୍ତାରେ ଶୁଖାଇଥିବା ଅମଳ ଧାନକୁ ସୁରକ୍ଷିତ ରଖିବା ପାଇଁ ତତ୍ପର ହୋଇଛନ୍ତି ଚାଷୀକୁଳ l ଏହା ହେଉଛି ବରଗଡ଼ ବରପାଲି ରାସ୍ତାର ଚିତ୍ର l ରାସ୍ତାର ଉଭୟ ପାର୍ଶ୍ବରେ ପଡ଼ିରହିଛି ଗଦାଗଦା ଧାନ l ଚାଷୀଙ୍କ ଟୋକନ ବିଳମ୍ବରେ ଆସୁଥିବାରୁ ଧାନ ମଣ୍ଡିକୁ ନେଇପାରୁନାହାନ୍ତି l କାରଣ ବିନା ଟୋକନରେ ଏଥର ଧାନ ମଣ୍ଡିକୁ ନେଇ ପାରିବେନି ଚାଷୀ l

ଅନ୍ୟପଟେ ଏଥର MSP ୨୩ଶହ ଟଙ୍କା ସହ ୮ଶହ ଇନପୁଟ ସବସିଡି ପାଇବାକୁ ହେଲେ FAQ ଧାନ ଆଣିବାକୁ ପଡ଼ିବ l ଆଉ ଏଇଥି ପାଇଁ ରାଜରାସ୍ତାରେ ଅମଳ ଧାନକୁ ଭଲରେ ଶୁଖାଉଛି ଚାଷୀ l ଏବେ ଯଦି ବର୍ଷା ହୁଏ ଆଉ ଧାନ ଓଦା ହୋଇଯିବ ତାହେଲେ ମିଲରଙ୍କ ମନମାନୀ ସହ କଟନୀ ଛଟନୀ କରିବେ ବୋଲି ଚାଷୀ କହିଛନ୍ତି l ଏହାସହ ସରକାର ଟୋକନ ସମସ୍ୟା ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି l

ବରଗଡ଼ ବ୍ଲକ ବେହେରା ମଣ୍ଡିର ଚିତ୍ର ଦେଖିଲେ ସବୁ କିଛି ବୁଝାପଡ଼ିଯିବ l ଖାଲି ପଡ଼ିଛି ମଣ୍ଡି, ଆଉ କିଛି ଚାଷୀଙ୍କ ଧାନ ଗୋଦାମ ଗୃହରେ ରହିଛି l ମଣ୍ଡିରେ ଧାନ ନାହିଁ ହେଲେ ଚଷା ପୁଅର କଷ୍ଟ ଉପାର୍ଜିତ ଶହ ଶହ ବସ୍ତା ଧାନ ଖଳାରେ ପଡ଼ି ରହିଛି l ଆଉ ଏହାର କାରଣ ହେଉଛି ଟୋକନ ଅବ୍ୟବସ୍ଥା l ତେବେ ଚାଷୀଙ୍କ ଏହି ସମସ୍ୟାକୁ ନେଇ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ କହିଛନ୍ତି କିଛି କିଛି ଅବ୍ୟବସ୍ଥା ରହିଛି l ଯେଉଁ ଟୋକନ ସମସ୍ୟା ରହିଛି ତାହାର ମଧ୍ୟ ସମାଧାନ କରାଯିବ l ଅନ୍ୟପଟେ ଏଯାଏ ଧାନ କିଣା ବିକାକୁ ଏକ ମାସ ପୁରିଥିବା ବେଳେ ୭୩ ଲକ୍ଷ କ୍ଵିଣ୍ଟାଲ ଧାନ କିଣିବାକୁ ଲକ୍ଷ ରଖାଯାଇଥିବା ବେଳେ ଏଯାଏ ୨୩ଲକ୍ଷ ୭୭ ହଜାର କ୍ଵିଣ୍ଟାଲ ଧାନ ଉଠିସାରିଛି l

ଅଧିକ ପଢ଼ନ୍ତୁ:ପିଲାଙ୍କ ଭବିଷ୍ୟତ ସହ ଖେଳ; ମନ୍ଦିର ଦୋକାନ ଘର ପାଲଟିଛି ଅଙ୍ଗନୱାଡ଼ି କେନ୍ଦ୍ର

ମଣ୍ଡିରେ ଏବେ ୫୦ ହଜାର ବସ୍ତା ଧାନ ପଡ଼ି ରହିଛି l ବିନା କଟନି ଛଟନି ସହ ଦଲାଲ ମୁକ୍ତ ଭାବେ ଧାନ କିଣା ହେଉଥିବା କୁହାଯାଉଛି l କିନ୍ତୁ ବାସ୍ତବ ଚିତ୍ର ଅଲଗା। ଅନ୍ୟପଟେ ବର୍ଷା ହେବାର ଆଶଙ୍କା ଥିବାରୁ ଚାଷୀ ଧାନକୁ ଜରି ପାଲ ଢାଙ୍କି ରଖିବାକୁ ବାଧ୍ୟ ହେଉଛି l

ଆଗକୁ ଟୋକନ ସମସ୍ୟା ଦୂର ସହ ସୁରୁଖୁରୁରେ ଧାନ କିଣା ବିକା ବିକା ହେଉଛି ନା ନାହିଁ ତାହା ଦେଖିବାକୁ ବାକି ରହିଲା l

(ରିପୋର୍ଟ: ବରଗଡ଼ରୁ ଧର୍ମଦତ୍ତ ପାଢ଼ୀ)