Advertisment

ୟୁପିରେ ଭୀଷଣ ଗ୍ରୀଷ୍ମ ପ୍ରବାହ ! ୭୨ ଘଣ୍ଟା ମଧ୍ୟରେ ୫୪ ମୃତ

ଉତ୍ତର ପ୍ରଦେଶ ବଲିଆ ଅଞ୍ଚଳରେ ଦୁଃଖଦ ଘଟଣା

ଅଦ୍ୟତନ ହୋଇଛି
Severe Heat

Severe Heat

Advertisment

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ୫୪ ଲୋକଙ୍କ ମୃତ୍ୟୁ ଅଭିଯୋଗ । ଉତ୍ତର ପ୍ରଦେଶ ବଲିଆ ଅଞ୍ଚଳରେ ଘଟିଛି ଏଭଳି ଦୁଃଖଦ ଘଟଣା । ବଲିଆ ଜିଲ୍ଲା ହସ୍ପିଟାଲରେ ୭୨ ଘଣ୍ଟା ମଧ୍ୟରେ ୫୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଶହରୁ ଅଧିକ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଭିନ୍ନ ଭିନ୍ନ କାରଣରୁ ଏହି ମୃତ୍ୟୁ ହୋଇଥିବା ଡାକ୍ତର କହୁଥିବା ବେଳେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟ ମୃତ୍ୟୁର ଏକ କାରଣ ହୋଇଥାଇପାରେ ବୋଲି କୁହାଯାଉଛି।

Advertisment

ହସ୍ପିଟାଲରେ ଭର୍ତ୍ତି ହେଉଥିବା ଲୋକଙ୍କ ଠାରେ ଜ୍ୱର ସହ ଶ୍ୱାସକ୍ରିୟାରେ ସମସ୍ୟା ଦେଖିବାକୁ ମିଳୁଛି । ଭୀଷଣ ଗରମ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହେଉଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଉତ୍ତର ପ୍ରଦେଶରେ ଏବେ ଲୁର ପ୍ରଭାବ ଦେଖିବାକୁ ମିଳୁଛି। ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ...

ସେହିପରି ପ୍ରବଳ ଗରମରେ ବିହାରରେ ୨୭ ଜଣଙ୍କ ମୃତ୍ୟୁ ହୋଇଛି । ଗ୍ରୀଷ୍ମ ପ୍ରବାହ ଯୋଗୁ ବିହାରର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଛି । ଭୋଜପୁର ଜିଲ୍ଲାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରୋହତସ୍‌, ବଙ୍କା ଓ ଅର୍‌ୱାଲ୍‌ରେ ୪ ଜଣ, ଔରଙ୍ଗାବାଦରେ ୩ ଜଣ, ନାଳନ୍ଦା, ଜାମୁଇ, ଜାହାନାବାଦ, ଭାଗଲପୁର, ଗୟା ଓ ପାଟନାରେ ଜଣେ ଲେଖାଏ ମୃତ୍ୟୁ ଘଟିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ