ସାଲିଆ ସାହିରୁ ସ୍ପେନ୍ ଫୁଟବଲ୍ କ୍ଳବକୁ ଯିବେ ସୁଲେଖା ଓ ଶ୍ରୀଜଲ

ବସ୍ତିରୁ ବିମାନରେ ବସି ସ୍ପେନ ଯିବେ ସାଲିଆ ସାହିର ସୁଲେଖା ଓ ଶ୍ରୀଜଲ । ସ୍ପେନରେ ଫୁଟବଲ ଖେଳିବେ ସାଲିଆ ସାହିର ପ୍ରତିଭା ।

Slum to Spain

ସ୍ପେନରେ ଫୁଟବଲ ଖେଳିବେ ସାଲିଆ ସାହିର ପ୍ରତିଭା । ବସ୍ତିରୁ ବିମାନରେ ବସି ସ୍ପେନ ଯିବେ ସାଲିଆ ସାହିର ସୁଲେଖା ଓ ଶ୍ରୀଜଲ । ସୁଲେଖା ଜଣେ ଦିନ ମଜୁରିଆଙ୍କ ଝିଅ । ବୟସ ୧୫ବର୍ଷ  ହେବ । ଏବେ ବସ୍ତିରୁ ବିଦେଶ ଯିବେ ଓ ସ୍ପେନର ଏକ ଜଣାଶୁଣା ଫୁଟବଲ୍ କ୍ଲବରେ ଖେଳିବେ । ଯାହାକୁ ନେଇ ଏବେ ଜୋର ଧରିଲାଣି ଚର୍ଚ୍ଚା । ସେହିପରି ସୁନ୍ଦରଗଡ଼ ଜିଲ୍ଲାର ଏକ ନିପଟ ମଫସଲ ଗାଁର ଶ୍ରୀଜଲ କିସ୍କୁ। ବୟସ ୧୨ ବର୍ଷ । ପରିବାର ଅବସ୍ଥା ଏମିତି ଯେ ଓଳିଏ ଖାଇଲେ ଓଳିଏ ଉପବାସରେ ରହିବାକୁ ପଡେ । ହେଲେ ଦୁଇ ଫୁଟବଲ୍ ପ୍ରତିଭା ଏବେ ବିମାନରେ ବସି ବିଦେଶ ଯାତ୍ରା କରିବେ ।

ସ୍ପେନରେ ଥିବା ଶିଲା ଫୁଟବଲ୍ କ୍ଲବ୍ ଏବଂ SPF ରସ ଫୁଟବଲ୍ କ୍ଲବରେ ଗୋଟିଏ ମାସ ପ୍ରଶିକ୍ଷଣ ନେବେ । ତାପରେ ସ୍ପେନରେ ଥିବା ବିଭିନ୍ନ ଫୁଟବଲ୍ କ୍ଲବ୍‌ରେ ଖେଳିବାକୁ ଟ୍ରାଏଲ ଦେବେ । ନିଜର ପ୍ରତିଭାରେ ପ୍ରଭାବିତ କରି ୟୁରୋପିଅନ ଲିଗରେ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି ଏଇ ଦୁଇ ଯୁବ ଫୁଟବଲ ପ୍ରତିଭା । ଭୁବନେଶ୍ୱରର ଆରଡର୍ ଫୁଟବଲ୍ ଏକାଡେମୀ ଏବଂ ଓଡ଼ିଏମ୍ ଗ୍ଲୋବାଲ ସ୍କୁଲ ସହ ସ୍ପେନର ମ୍ୟାକ୍ସ ସ୍ପୋର୍ଟସ ଫାଉଣ୍ଡେସନ ପକ୍ଷରୁ ଟାଲେଣ୍ଟ ସ୍କାଉଟିଙ୍ଗ ଆୟୋଜନ ହୋଇଥିଲା । ଏଥିରେ ରାଜ୍ୟର ୧୮୦ଜଣ ପ୍ରତିଭା ଯୋଗ ଦେଇଥିଲେ । ତେବେ ସୁଲେଖା ଓ ଶ୍ରୀଜଲ ସମସ୍ତଙ୍କୁ ପ୍ରଭାବିତ କରିଥିଲେ ।

ସ୍ପେନରେ ଗୋଟିଏ ମାସ ପ୍ରଶିକ୍ଷଣ ନେବା ପରେ ବିଭିନ୍ନ କ୍ଲବରେ ସାମିଲ ହୋଇ ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛନ୍ତି ସୁଲେଖା ଓ ଶ୍ରୀଜଲ । ତେବେ ବସ୍ତିରେ ରହିବା ପରେ ବି ବିଦେଶ ଯାତ୍ରା କରୁଥିବାରୁ ତାଙ୍କୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା ।