Advertisment

Happy Birthday Bhaichung Bhutiya: କୃଷକ ପୁଅରୁ ଫୁଟବଲ୍‌ ସୁପର୍‌ଷ୍ଟାର୍ ବାଇଚୁଙ୍ଗ ଭୂତିଆ

ବାଇଚୁଙ୍ଗ ଭୂତିଆ ହେଉଛନ୍ତି ଏକମାତ୍ର ଭାରତୀୟ ଫୁଟବଲ ଖେଳାଳି ଯିଏ ଖେଳୁଥିବା ସମୟରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ। ଭାରତୀୟ ଫୁଟବଲ୍କୁ ବିଶ୍ୱ ମାନଚିତ୍ରରେ ଆଣିବା ପାଇଁ ପୁରା କ୍ରେଡିଟ୍ ଭୂତିଆକୁ ଯାଇଥାଏ। ଦଳରେ ଆତ୍ମବିଶ୍ୱାସ ଆଣିବା ଏବଂ ଆକ୍ରମଣାତ୍ମକ ଖେଳିବାର ରଣନୀତି ଭୂତିଆ ହିଁ ଆରମ୍ଭ କରିଥିଲେ।

ଅଦ୍ୟତନ ହୋଇଛି
Bhaichung Bhutiya Birthday

Birthday special bhaichung bhutia

Advertisment

ପ୍ରଥମ ଭାରତୀୟ ଫୁଟବଲ୍‌ ଖେଳାଳି, ଯିଏ ଏକ ଇଂରାଜୀ କ୍ଲବ୍‌ ପାଇଁ ଖେଳିବାକୁ ଆମନ୍ତ୍ରିତ ହୋଇଥିଲେ, ସେ ବାଇଚୁଙ୍ଗ ଭୂତିଆଙ୍କ ବ୍ୟତୀତ ଆଉ କେହି ନୁହଁନ୍ତି। ଆଜି ସେ ତାଙ୍କର ୪୬ତମ ଜନ୍ମଦିନ ପାଳନ କରୁଛନ୍ତି। ବାଇଚୁଙ୍ଗ ୧୫ ଡିସେମ୍ବର ୧୯୭୬ରେ ସିକ୍କିମର ତିନକିତାମରେ ଜନ୍ମଗ୍ରହଣ କରିଥିଲେ।

Advertisment

ଫୁଟବଲ ବ୍ୟତୀତ ଭୂତିଆ ବ୍ୟାଡମିଣ୍ଟନ, ବାସ୍କେଟବଲ ଏବଂ ଆଥଲେଟିକ୍ସରେ ମଧ୍ୟ ତାଙ୍କ ବିଦ୍ୟାଳୟର ପ୍ରତିନିଧିତ୍ୱ କରିଛନ୍ତି। ତାଙ୍କ ବାପାମାଆ ବୃତ୍ତିରେ କୃଷକ ଥିଲେ। ସେମାନେ ପ୍ରଥମେ ତାଙ୍କ ଖେଳକୁ ପସନ୍ଦ କରୁ ନଥିଲେ। ବାପାଙ୍କ ମୃତ୍ୟୁ ପରେ ସେ ମାମୁଁ କରିସ୍ ଭୂତିଆଙ୍କ ପ୍ରୋତ୍ସାହନରେ ସେଣ୍ଟ୍‌ ଜାଭିୟର ସ୍କୁଲ୍‌ରେ ପାଠ ପଢିଥିଲେ। ମାତ୍ର ୯ ନଅ ବର୍ଷ ବୟସରେ ସେ ଗାଙ୍ଗଟକ୍‌ର ତଶି ନାମଗାଲ ଏକାଡେମୀରେ ଯୋଗଦେବା ପାଇଁ ଭାରତର କ୍ରୀଡ଼ା ପ୍ରାଧିକରଣରୁ ଏକ ଫୁଟବଲ ଛାତ୍ରବୃତ୍ତି ଜିତିଥିଲେ।

୧୯୯୨ରେ, ଆଇସିଏସ୍ଇ ପରୀକ୍ଷା ଛାଡି ୧୬ ବର୍ଷରୁ କମ୍ ଦେଶ ପାଇଁ ଫୁଟବଲ୍ ଖେଳିଥିବା ବାଇଚୁଙ୍ଗଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା। ୧୬ ବର୍ଷର କ୍ୟାରିୟର୍‌ରେ ସେ ୧୦୦ରୁ ଅଧିକ୍ ମ୍ୟାଚ୍ ଖେଳିସାରିଥିଲେ ଓ ୪୩ଟି ଗୋଲ୍ କରିଥିଲେ। ସେତେବେଳେ ସେ ନିଜେ ଏକ ରେକର୍ଡ ହୋଇଯାଇଥିଲେ।

Advertisment

ଅଧିକ ପଢ଼ନ୍ତୁ: ଦିନ ମଜୁରିଆଙ୍କ ଝିଅ ଖେଳିବେ ଫୁଟବଲ ବିଶ୍ୱକପ୍

ବାଇଚୁଙ୍ଗ ହେଉଛନ୍ତି ଏକମାତ୍ର ଭାରତୀୟ ଫୁଟବଲ ଖେଳାଳି ଯିଏ ଖେଳୁଥିବା ସମୟରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ। ଭାରତୀୟ ଫୁଟବଲ୍‌କୁ ବିଶ୍ୱ ମାନଚିତ୍ରରେ ଆଣିବା ପାଇଁ ପୁରା କ୍ରେଡିଟ୍ ଭୁତିଆକୁ ଯାଇଥାଏ। ଦଳରେ ଆତ୍ମବିଶ୍ୱାସ ଆଣିବା ଏବଂ ଆକ୍ରମଣାତ୍ମକ ଖେଳିବାର ରଣନୀତି ଭୂତିଆ ହିଁ ଆରମ୍ଭ କରିଥିଲେ।

Birthday special bhaichung bhutia(ପରିବାର ସହ ବାଇଚୁଙ୍ଗ ଭୂତିଆ)

ବାଇଚୁଙ୍ଗ ଭୂତିଆ ଜଣେ ଫୁଟବଲର୍ ହୋଇଥିଲେ ମଧ୍ୟ ସେ ଚାହୁଁଛନ୍ତି ଯେ ତାଙ୍କ ପୁଅ ଦେଶ ପାଇଁ ଟେନିସ୍ ଖେଳନ୍ତୁ। ଭୂତିଆଙ୍କର ଦୁଇଟି ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ଫୁଟବଲ୍‌କୁ ଆଗକୁ ନିଏବା ପାଇଁ ଭୂତିଆ କିଛି ନା କିଛି କରନ୍ତି। ୧୦ ଜାନୁଆରୀ ୨୦୧୨ରେ ବାଇଚୁଙ୍ଗ ତାଙ୍କର ବିଦାୟ ମ୍ୟାଚ୍ ଖେଳିଥିଲେ। ଯଦିଓ ସେ ବର୍ତ୍ତମାନ ଅବସରପ୍ରାପ୍ତ, ତଥାପି ସେ ବର୍ତ୍ତମାନର ଦଳକୁ ସମର୍ଥନ ଏବଂ ସାହାଯ୍ୟ କରିବାକୁ ଭୁଲି ନାହାଁନ୍ତି। ଫୁଟବଲ୍‌କୁ ପ୍ରୋତ୍ସାହିତ କରିବା ପାଇଁ ଭୂତିଆ ଦିଲ୍ଲୀରେ ଏକ ଫୁଟବଲ ସ୍କୁଲ୍‌ ଖୋଲିଛନ୍ତି।

Advertisment
Birthday special bhaichung bhutia(ବାଇଚୁଙ୍ଗଙ୍କ ଜବରଦସ୍ତ୍ ଡ୍ୟାନ୍ସ)

ଫୁଟ୍‌ବଲ୍‌କୁ ନିଜ ଅନୁସାରେ ନଚେଇପାରୁଥିବା ବାଇଚୁଙ୍ଗ ଭୂତିଆ ନିଜେ ମଧ୍ୟ ନାଚନ୍ତି। ଏ କଥା ହୁଏତ କେହି ସହଜରେ ବିଶ୍ୱାସ କରିବେ ନାହିଁ। କିନ୍ତୁ ବାଇଚୁଙ୍ଗ ଏକ ରିଆଲିଟି ଶୋ’ ‘ଝଲକ୍‌ ଦିଖ୍‌ଲାଜା’ରେ ଅଂଶଗ୍ରହଣ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଟ୍ରଫି ଜିତିଥିଲେ। ବାଇଚୁଙ୍ଗ ଭୂତିଆ ଝଲକ୍‌ ଦିଖ୍‌ଲାଜା ୩’ ର ବିଜେତା ହୋଇଥିଲେ।

Birthday special bhaichung bhutia(ଝଲକ୍ ଦିଖ୍‌ଲାଜାରେ ବାଇଚୁଙ୍ଗ)

ଭାଇଚୁଙ୍ଗ୍‌ ଭୂତିଆ ୨୪ ଅଗଷ୍ଟ ୨୦୧୧ରେ ଫୁଟବଲରୁ ଅବସର ଘୋଷଣା କରିଥିଲେ। ଫୁଟବଲ୍‌ ପରେ ସେ ରାଜନୀତିରେ ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି।

Football Happy Birthday Bhaichung Bhutia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ