Advertisment

ନିର୍ବାଚନ ଜିତିବା ପରେ ବି ଟେନ୍‌ସନ୍‌ରେ କଂଗ୍ରେସ, କାହାକୁ କରିବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ?

ଦିନ ଗଡିଲେ କଂଗ୍ରେସ ପାଇଁ ଜଟିଳ ହୋଇପାରେ ସମସ୍ୟା। କର୍ଣ୍ଣାଟକ ସ୍ଥିତି ଯେ, ରାଜସ୍ଥାନ ଭଳି ନହେବ ସେନେଇ କଂଗ୍ରେସ ଶିବିର ଉଦ୍ୟମ କରିବ।

ଅଦ୍ୟତନ ହୋଇଛି
Who Will Be Next CM Of Karnataka

Who Will Be Next CM Of Karnataka

Advertisment

କର୍ଣ୍ଣାଟକରେ କଂଗ୍ରେସକୁ ପୂର୍ଣ୍ଣ ବହୁମତ ମିଳିଛି। ୨୨୪ ଆସନରୁ କଂଗ୍ରେସକୁ ମିଳିଛି ୧୩୬।  ବିଜେପି ୬୫ଟି ସିଟ୍‌ରେ ବିଜୟୀ ହୋଇଥିବା ବେଳେ ଜେଡିଏସ୍‌କୁ ମିଳିଛି ୧୯ ଆସନ। କର୍ଣ୍ଣାଟକରେ ସରକାର ଗଢିବାକୁ ଯାଉଛି କଂଗ୍ରେସ।

Advertisment

ଏହାରି ଭିତରେ ପ୍ରଶ୍ନ ଉଠୁଛି, କିଏ ହେବେ ମୁଖ୍ୟମନ୍ତ୍ରୀ ? ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ନା କଂଗ୍ରେସ ରାଜ୍ୟ ସଭାପତି ଡିକେ ଶିବକୁମାର। ଉଭୟଙ୍କ ନଜର ରହିଛି ମୁଖ୍ୟମନ୍ତ୍ରୀ ଗାଦି ଉପରେ। ଏଭଳି ସ୍ଥିତିରେ ଆଜି କଂଗ୍ରେସର ବିଧାୟକ ଦଳ ବୈଠକ ବସୁଛି। ଆଜି ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ପଦ ଉପରେ ମୋହର ମାରିବା ସମ୍ଭାବନା ରହିଛି।

କାରଣ, ଦିନ ଗଡିଲେ କଂଗ୍ରେସ ପାଇଁ ଜଟିଳ ହୋଇପାରେ ସମସ୍ୟା। କର୍ଣ୍ଣାଟକ ସ୍ଥିତି ଯେ, ରାଜସ୍ଥାନ ଭଳି ନହେବ ସେନେଇ କଂଗ୍ରେସ ଶିବିର ଉଦ୍ୟମ କରିବ। ହେଉଥିବା ଚର୍ଚ୍ଚା ଅନୁସାରେ, ଉଭୟ ଶିବକୁମାର ଓ ସିଦ୍ଦରମୈୟାଙ୍କୁ ଅଢେଇ ବର୍ଷ ଲେଖାଏ ମୁଖ୍ୟମନ୍ତ୍ରୀ କରାଯାଇପାରେ।

Advertisment

ସିଦ୍ଦରମୈୟା ଏଯାଏ ୯ଥର ନିର୍ବାଚନ ଜିତିଥିବା ବେଳେ ଶିବକୁମାର ଲଗାତର ୮ଥର ବିଧାୟକ ହୋଇଛନ୍ତି। ଏହା ତାଙ୍କର ଶେଷ ନିର୍ବାଚନ ବୋଲି ପୂର୍ବରୁ ସିଦ୍ଦରମୈୟା କହିସାରିଛନ୍ତି। ସେପଟେ ଶିବକୁମାରଙ୍କୁ ସୁଯୋଗ ଦେଇପାରେ କଂଗ୍ରେସ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ