Advertisment

ସଂସଦରେ ମଶାରୀ ଲଗାଇ ଶୋଇଲେ ସାଂସଦ : ନିଲମ୍ବନ ବିରୋଧରେ ୫୦ ଘଣ୍ଟା ପର୍ଯ୍ୟନ୍ତ ଅହୋରାତ୍ର ଧାରଣା

ସଂସଦର ଉଭୟ ଗୃହରୁ ୨ ଡଜନ୍ ସାଂସଦ ସସପେଣ୍ଡ୍ । ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Special story

Special story

Advertisment

ଗୃହକାର୍ଯ୍ୟରେ ବାଧା ସୃଷ୍ଟି ପାଇଁ ବିରୋଧୀ ସାଂସଦଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ । ଗୃହରେ ଆଲୋଚନା ଚାଲିଥିବା ବେଳେ ମଧ୍ୟ ଭାଗକୁ ଆସି ସ୍ଲୋଗାନ ଦେବା ସହ ହୋହାଲ୍ଲା କରିବାରୁ ନିଲମ୍ବିତ ହୋଇଛନ୍ତି ରାଜ୍ୟସଭାରୁ ୨୦ ଏବଂ ଲୋକସଭାରୁ ୨୪ ସାଂସଦ । ଉଭୟ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଏବଂ ଉପାଧ୍ୟକ୍ଷମାନଙ୍କ ଗୃହକାର୍ଯ୍ୟ ପରିଚାଳନା ବେଳେ ବିରୋଧୀ ସାଂସଦମାନେ ଗୃହର ମର୍ଯ୍ୟାଦା ହାନି କରୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ମଧ୍ୟ ରାଜନୀତି ତେଜିଛି । ନିଲମ୍ବନ ନିଷ୍ପତ୍ତିକୁ ବିରୋଧ କରି ବିରୋଧୀ ଦଳର ନେତାମାନେ ସଂସଦ ପରିସରରେ ଦୀର୍ଘ ୫୦ ଘଣ୍ଟାରୁ ଅଧିକ ସମୟ ଧରି ଅହୋରାତ୍ର ଧାରଣା ବି ଦେଇଛନ୍ତି ।

Advertisment

ବୁଧବାର ସକାଳ ୧୧ ଟାରୁ ଆରମ୍ଭ ହୋଇଥିବା ଏହି ବିରୋଧ ଗୁରୁବାର ରାତିରେ ମଧ୍ୟ ଜାରି ରହିଛି । ମଶା କାମୁଡ଼ି ଦେଉଥିବାରୁ ସାଂସଦମାନେ ମଶାରୀ ଲଗାଇ ଗାନ୍ଧୀ ମୂର୍ତ୍ତି ତଳେ ଶୋଇଛନ୍ତି । ନିଲମ୍ବିତ ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ ମଶାରୀ ଭିତରେ ଶୋଇଥିବା ଦେଖିବାକୁ ମିଳିଛି । ସେହିପରି ଟିଏମସି ସାଂସଦ ଡେରେକ ଓବ୍ରାଇନ୍, ସୁସ୍ମିତା ଦେବ ମଧ୍ୟ ମଶାରୀ ଲଗାଇ ଶୋଇଥିବା ଦେଖିବାକୁ ମିଳିଛି ।

ଦରଦାମ ବୃଦ୍ଧି, ଜିଏସଟି ସ୍ଲାବରେ ବୃଦ୍ଧି ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଦାବି କରି ସଂସଦରେ ହୋହାଲ୍ଲା କରି ବିଶୁଙ୍ଖଳିତ ଆଚରଣ ପ୍ରଦର୍ଶନ କରିଥିବାରୁ ଏତେ ସଂଖ୍ୟକ ସାଂସଦଙ୍କୁ ୭ ଦିନ ପାଇଁ ନିଲମ୍ବନ କରାଯାଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଟିଏମସିରୁ ସୁସ୍ମିତା ଦେବ, ମୌସମ୍ ନୁର, ଶାନ୍ତି ଛେତ୍ରୀ, ଡୋଲା ସେନ୍, ଶାନ୍ତନୁ ସେନ୍, ଅଭି ରଞ୍ଜନ ବିଶ୍ୱାର, ମହମ୍ମଦ ନାଦିମୁଲ ହକ୍, ଡିଏମକରୁ ଏମ୍ ହମିଦ୍ ଅବଦ୍ଦୁଲ୍ଲା, ଏସ, କଲ୍ୟାଣ ସୁନ୍ଦରମ, ଆର ଗିରିରଞ୍ଜନ, କାନିମୋଝି ପ୍ରମୁଖ । ଏଥିସହ ଟିଆରଏସରୁ ୩, ସିପିଏମରୁ ୨, ସିପିଆଇ ଓ ଆପରୁ ଜଣେ ଲେଖାଏଁ ସାଂସଦ । ଆପ୍ ସାଂସଦ ସଞ୍ଜୟ ସିଂଙ୍କ ନିଲମ୍ବନ ପରେ ରାଗ ଗର ଗର ହେଉଛି ଆପ୍‌ ।

Advertisment
Suspended MP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ