Advertisment

Violence Against Women: ନିଜ ଜାଲରେ ନିଜେ ଛନ୍ଦି ହେଲେ ବିରୋଧୀ

ନାରୀ ହିଂସା ପାଇଁ ସରକାର ଶୂନ୍ୟ ସହନଶୀଳ। ମାତ୍ର ଅଘଟଣ ବଢୁଛି। ବିରୋଧୀ ଏହାକୁ ମୁଦ୍ଦା କରୁଛନ୍ତି। କିନ୍ତୁ ବିଜେଡି କର୍ପୋରେଟର ଅମରେଶ ଜେନା ଓ ଛାତ୍ର କଂଗ୍ରେସ ସଭାପତି ଦୁଷ୍କର୍ମ ଘଟଣାରେ ପଡିବା ବିରୋଧୀଙ୍କ ଅସଲ ମୁଖା ଖୋଲିଦେଇଛି ବୋଲି କହିଛି ବିଜେପି।

Opposition Credibility Crisis

Opposition Credibility Crisis

Advertisment

ସରକାରକୁ ଘେରିବାକୁ ଉଭୟ ବିଜେଡି ଓ କଂଗ୍ରେସ ନାରୀ ସୁରକ୍ଷାକୁ ମୁଖ୍ୟ ମୁଦ୍ଦା କରିଛନ୍ତି। ନାରୀ ନ୍ୟାୟ ପାଇଁ ଲଢୁଛନ୍ତି। ହେଲେ ନିଜ ଦଳ ମୁହଁ କଳା। ଦୁଇଟି ଯାକ ଦଳର ନେତାଙ୍କ ନାଁରେ ଦୁଷ୍କର୍ମ ଭଳି ସାଂଘାତିକ ଅଭିଯୋଗ। ଯେତେବେଳେ ବିରୋଧୀ ଦଳର ନେତା ଖୋଦ ନାରୀ ନିର୍ଯାତନା ଘଟଣାରେ ଛନ୍ଦି ହେଉଛନ୍ତି, ନାରୀ ସୁରକ୍ଷା କଣ ରାଜନୀତି ପଶାପାଲିର ଗୋଟି କି ବୋଲି ପ୍ରଶ୍ନ ଉଠିଛି। ଯାହାକୁ ନେଇ ବିରୋଧୀଙ୍କ ଉପରେ କଡ଼ା ପ୍ରହାର କରିଛି ଶାସକ ଦଳ।

Advertisment

କିଛି ଦିନ ତଳେ କଂଗ୍ରେସ FM ଘଟଣାରେ ଓଡିଶା ବନ୍ଦ ଡାକରା ଦେଇଥିଲା। ମାତ୍ର ଦଳର ଆଭିମୁଖ୍ୟ ସେତେବେଳେ ପାଣିଚିଆ ହୋଇଯାଇଥିଲା ଯେତେବେଳେ ଛାତ୍ର କଂଗ୍ରେସର ସଭାପତି ଉଦିତ ପ୍ରଧାନ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ। ଅବଶ୍ୟ ଦଳ ତାଙ୍କୁ ନିଲମ୍ବନ କରି ଲଢେଇ ଜାରି ରଖିଛି। ସେହିପରି ବିଜେଡିର ବି ସମଦଶା। ଭୁବନେଶ୍ବର ବିଜେଡିର ପ୍ରଭାବଶାଳୀ କର୍ପୋରେଟର ଅମରେଶ ଜେନାଙ୍କ ନାଁରେ ଆସିଛି ଦୁଷ୍କର୍ମ ଅଭିଯୋଗ। ବିବାହର ପ୍ରଲୋଭନ ଦେଖାଇ ଜଣେ ନାବାଳିକାଙ୍କୁ ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରିବା ଏବଂ ପରେ ଗର୍ଭ ନଷ୍ଟ କରିଥିବା ପୀଡିତା ଜଣକ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି। ବିଜେଡି ମଧ୍ୟ କିଛି ଦିନ ତଳେ ନାରୀ ସୁରକ୍ଷା ଓ ଏଫ୍ଏମ୍ ଘଟଣାରେ ଲୋକସେବା ଭବନ ଘେରାଉ କରିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥିଲା। ମାତ୍ର ଅମରେଶଙ୍କ ଘଟଣା ପରେ ଦଳ ଏକଦମ୍ ବ୍ୟାକ୍ଫୁଟରେ। ବିଜେଡି ଭୁବନେଶ୍ବର ଜିଲ୍ଲା ସଭାପତି କହିଛନ୍ତି ଅମରେଶଙ୍କ ସମ୍ପର୍କରେ ଶୃଙ୍ଖଳା କମିଟିକୁ ଅବଗତ କରିବି। କଂଗ୍ରେସ କହିଛି ଶାସକ ଦଳ ଚକ୍ରାନ୍ତ କରି ଉଦିତଙ୍କୁ ଗିରଫ କରିଛି। ବିଜେପି କହିଛି ସତ କଣ ତାହା ଏବେ ପଦାକୁ ଆସୁଛି।

ରାଜ୍ୟରେ ଲଗାତର ଭାବେ ନାରୀ ନିର୍ଯାତନା ଓ ଦୁଷ୍କର୍ମଜନିତ ଘଟଣା ସାମ୍ନାକୁ ଆସୁଛି। ଏଫ୍.ଏମ୍. ଘଟଣା ସାରାଦେଶରେ ଚହଳ ପକାଇଦେଇଥିବାବେଳେ ସରକାର କିନ୍ତୁ କଡା ଆକ୍ସନ ନେଇଛନ୍ତି ଅଭିଯୋଗ ଆସିବା ପରେ। ଉଭୟ HOD ଓ କଲେଜ ଅଧ୍ୟକ୍ଷଙ୍କୁ ନିଲମ୍ବନ କରି ଗିରଫ କରାଯାଇଛି। ସେହିପରି ବଳଙ୍ଗା ଘଟଣାରେ ପୀଡିତାଙ୍କ ଉଚ୍ଚସ୍ତରୀୟ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ଏୟାର ଲିଫ୍ଟ କରାଯାଇଛି। ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଥିବାବେଳେ ତଦନ୍ତ ଜାରି ରହିଛି। ଅନ୍ୟପଟେ ଗତ ୨୦ ତାରିଖରେ ମାଲକାନଗିରି ଦୁଷ୍କର୍ମ ଘଟଣାରେ ୪ ଜଣ ଗିରଫ ହୋଇଛନ୍ତି। ଜଗତସିଂହପୁରର ଏକ କଲେଜ ଛାତ୍ରୀ ଅସଦାଚରଣ ଘଟଣାରେ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କୁ ନିଲମ୍ବନ କରାଯାଇଛି। ଜିଲ୍ଲାରେ ଘଟିଥିବା ଆଉ ଏକ ନାବାଳିକା ଦୁଷ୍କର୍ମ ଘଟଣାରେ ୨ଜଣ ଗିରଫ ହୋଇଛନ୍ତି। ଘଟଣା ଘଟିବା ପରେ ତୁରନ୍ତ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Advertisment

ସରକାର ନାରୀ ବିରୋଧୀ ହିଂସାରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିଥିଲେ ମଧ୍ୟ ଆହୁରି କଡା ଆକ୍ସନ ନେବାର ଆବଶ୍ୟକତା ଥିବା ସାଧାରଣରେ ଚର୍ଚ୍ଚା ହେଉଛି।

BJD BJP Congress Women Violence Crime News Odisha Politics OTV News NSUI President
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ