Advertisment

କଂଗ୍ରେସରେ ମିଶିଲେ ଅଭିନେତା ମନୋଜ ମିଶ୍ର

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ, ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରମୁଖ ଏହି ସମୟରେ ଉପସ୍ଥିତ ଥିଲେ।

Manoj Mishra

Manoj Mishra

Advertisment

ଓଡ଼ିଶାରେ ଆଞ୍ଚଳିକତାବାଦ ସହ ଓଲିଉଡରେ ଭେଦଭାବ ଅଭିଯୋଗ ଆଣି ଚର୍ଚ୍ଚାରେ ଥିବା ଅଭିନେତା ମନୋଜ ମିଶ୍ର ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ଭୁବନେଶ୍ୱର ଆସି କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗଦେଇଛନ୍ତି ମନୋଜ ମିଶ୍ର। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ, ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରମୁଖ ଏହି ସମୟରେ ଉପସ୍ଥିତ ଥିଲେ।

Advertisment

ଅଭିନେତା ମନୋଜ ମିଶ୍ରଙ୍କୁ କିଛି ପ୍ରଯୋଜକଙ୍କ ବାସନ୍ଦ ପ୍ରସଙ୍ଗକୁ ନେଇ ବଢ଼ିଥିଲା ବିବାଦ। ଏହି ବିବାଦରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ମଧ୍ୟ ଏଣ୍ଟ୍ରି ମାରିବା ସହ ମନୋଜଙ୍କ ସପକ୍ଷରେ ମତ ରଖିବା ସହ ବାସନ୍ଦ ପ୍ରତ୍ୟାହାର ନ ହେଲେ ଓଡ଼ିଶା ଦୁଇ ଭାଗ ହୋଇଯିବ ବୋଲି ପୂର୍ବରୁ ମତ ରଖିଥିଲେ।

ଓଲିଉଡ କଳିରେ ରାଜନୀତି। ଅଭିନେତା ମନୋଜ ମିଶ୍ରଙ୍କୁ ଓଡ଼ିଆ ଫିଲ୍ମ ପ୍ରଯୋଜକ ସଂଘ ବାସନ୍ଦ ବିବାଦର ଶୀଘ୍ର ସମାଧାନ ନହେଲେ ଓଡ଼ିଶା ଦୁଇ ଭାଗ ହୋଇଯିବ ବୋଲି ଚେତାବନୀ ଦେଇଥିଲେ ବଲାଙ୍ଗିର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ବଲାଙ୍ଗିର ଭରସୁଜାରେ ହେଉଥିବା ଛେଲିଆପାଟ୍ ଉତ୍ସବ ଅବସରରେ ନରସିଂହ ଖୋଲାଖୋଲି ଭାବେ ଏଭଳି ଚେତବାନୀ ଦେଇଥିଲେ।

Advertisment
Congress Odisha Politics Manoj Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ