Advertisment

ଖୁବଶୀଘ୍ର ଓଡ଼ିଶାରେ ମଦ ବ୍ୟାନ୍‌ ? ହେଲେ..

ମଦମୁକ୍ତ ହୋଇପାରିବ ତ’ ଓଡ଼ିଶା ? ବନ୍ଦ ହେବ କି ମଦ ବିକ୍ରି, ନିଶା ବ୍ୟବହାର ? ଶାସନକୁ ଆସୁ ଆସୁ ମଦମୁକ୍ତ ଓଡ଼ିଶା ଗଠନ ପାଇଁ ସତରେ କ’ଣ ଅଣ୍ଟା ଭିଡ଼ିଛି ମୋହନ ସରକାର?

undefined

Liquor Ban

Advertisment

ବିହାର, ଗୁଜରାଟ ଭଳି ଓଡ଼ିଶାରେ ବି ବନ୍ଦ ହେବ କି ମଦ ବିକ୍ରି ? ମଦ ଓ ନିଶା ମୁକ୍ତ ହେବ ଓଡ଼ିଶା, ଏଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ଆଜି ସାମାଜିକ ସୁରକ୍ଷା ମନ୍ତ୍ରୀ ସୂଚନା ଦେବା ପରେ ଏହି ପ୍ରଶ୍ନ ମୁଣ୍ଡ ଟେକିଛି। ଖଣି ପରେ ମଦରୁ ମୋଟା ଅଙ୍କର ରାଜସ୍ୱ ପାଉଥିବା ଓଡ଼ିଶା ସତରେ କ’ଣ ହୋଇପାରିବ ମଦମୁକ୍ତ ? ତେବେ ମଦ ବିରୋଧୀ କର୍ମୀଙ୍କ ମତ, ମଦ ବନ୍ଦ ଦ୍ୱାରା ରାଜସ୍ୱ କ୍ଷତି ତୁଳନାରେ ଫାଇଦା ଢେର ଅଧିକ। ଏପଟେ ମଦମୁକ୍ତ ଓଡ଼ିଶା ପ୍ରସଙ୍ଗରେ କରାଯାଇଥିବା ପ୍ରଶ୍ନକୁ ଏଡ଼ାଇଯାଇଛନ୍ତି ଅବକାରୀ ମନ୍ତ୍ରୀ।

Advertisment

ମଦମୁକ୍ତ ହୋଇପାରିବ ତ’ ଓଡ଼ିଶା ? ବନ୍ଦ ହେବ କି ମଦ ବିକ୍ରି, ନିଶା ବ୍ୟବହାର ? ଶାସନକୁ ଆସୁ ଆସୁ ମଦମୁକ୍ତ ଓଡ଼ିଶା ଗଠନ ପାଇଁ ସତରେ କ’ଣ ଅଣ୍ଟା ଭିଡ଼ିଛି ମୋହନ ସରକାର? ମଦମୁକ୍ତ ଓଡ଼ିଶା ଗଠନ ଦିଗରେ ନୂଆ ସରକାରଙ୍କ ଆଭିମୁଖ୍ୟ ନେଇ ଆଜି ସଙ୍କେତ ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଲୋକସେବା ଭବନରେ ନିଶା ନିବାରଣ ଓ ଚୋରା ଚାଲାଣ ବିରୋଧୀ ଆନ୍ତର୍ଜାତିକ ଦିବସ ପାଳନ ଅବସରରେ ମନ୍ତ୍ରୀ କହିଛନ୍ତି, ନିଶା ଦ୍ୱାରା ସମାଜ କଳୁଷିତ ହୋଇଛି। ଏକ ସୁସ୍ଥ ସମାଜ ଗଠନ ପାଇଁ ନିଶାମୁକ୍ତ ସମାଜ ଗଠନ ହେବା ଦରକାର।

ପୂର୍ବରୁ ଅନେକ ରାଜ୍ୟରେ ମଦ ବିକ୍ରି ବନ୍ଦ ହୋଇଛି। ଏଣୁ ଓଡ଼ିଶାରେ ବି ସରକାର ମଦ ବିକ୍ରି ବନ୍ଦ କରିବା ସହ ମଦମୁକ୍ତ ଓଡ଼ିଶା ଗଠନ ପାଇଁ ପ୍ରଚେଷ୍ଟା କରିବେ। ଏଥିପାଇଁ ଅବକାରୀ ବିଭାଗ ସମେତ ସରକାରୀ ସ୍ତରରେ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ। ତେବେ ମଦମୁକ୍ତ ଓଡ଼ିଶା ପାଇଁ ଅବକାରୀ ବିଭାଗ କି ପଦକ୍ଷେପ ନେଇଛି ବୋଲି କରାଯାଇଥିବା ପ୍ରଶ୍ନର ଉତ୍ତରକୁ ଏଡ଼ାଇ ଯାଇଛନ୍ତି ବିଭାଗୀୟ ମନ୍ତ୍ରୀ।

Advertisment

ରାଜ୍ୟ ରାଜସ୍ୱରେ ଖଣି ପରେ ଅବକାରୀ ରାଜସ୍ୱ ଏକ ବଡ଼ ଅଂଶୀଦାର। କେବଳ ୨୦୨୨-୨୩ ଆର୍ଥିକ ବର୍ଷ ଅବକାରୀରୁ 6 ହଜାର 455 କୋଟି ଟଙ୍କାର ରାଜସ୍ୱ ପାଇଥିଲେ ସରକାର। ଏଭଳି କ୍ଷେତ୍ରରେ ମଦ ଓ ନିଶା ଦ୍ରବ୍ୟ ବନ୍ଦ ଦ୍ୱାରା ରାଜ୍ୟ ସରକାରଙ୍କୁ ଏକ ବଡ଼ କ୍ଷତି ସହିବାକୁ ପଡ଼ିପାରେ। ତେଣୁ ମଦମୁକ୍ତ ଓଡ଼ିଶା ଗଠନର ବାସ୍ତବତା ନେଇ ଉଠୁଛି ପ୍ରଶ୍ନ। ତେବେ ମଦ ଓ ନିଶା ବିରୋଧୀ କର୍ମୀଙ୍କ କହିବା କଥା, ମଦ ଓ ନିଶାଦ୍ରବ୍ୟ ବନ୍ଦ ହେଲେ, ଯେଉଁ ଫାଇଦା ମିଳିବ ତାହା ଅବକାରୀ ରାଜସ୍ୱ କ୍ଷତିଠୁ ଢେର ଅଧିକ। ପାରିବାରିକ କହଳ, ହିଂସା, ଅପରାଧ କମିବ। ଲୋକଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ନିଶା ସେବନ ଯୋଗୁ ହେଉଥିବା ରୋଗ ଚିକିତ୍ସା ଖର୍ଚ୍ଚ ବି
କମିଯିବ।

Liquor Ban
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ