Advertisment

କାଲି ବାଚସ୍ପତି ନିର୍ବାଚନ; ଏନଡିଏର ଓମ୍ ବିର୍ଲା ବନାମ ଇଣ୍ଡି ମେଣ୍ଟର କେ. ସୁରେଶ

ବାଚସ୍ପତି ପଦ ପାଇଁ ହେଲାନି ସହମତି। ଇତିହାସରେ ତୃତୀୟ ଥର ପାଇଁ ହେବ ନିର୍ବାଚନ। ଏନଡିଏର ଓମ୍ ବିର୍ଲା ବନାମ ଇଣ୍ଡି ମେଣ୍ଟର କେ. ସୁରେଶ।

ଅଦ୍ୟତନ ହୋଇଛି
undefined

Parliament Vote

Advertisment

ଦେଶର ଇତିହାସରେ ତୃତୀୟ ଥର ପାଇଁ ହେବାକୁ ଯାଉଛି ବାଚସ୍ପତି ନିର୍ବାଚନ। ମୈଦାନରେ ଏନଡିଏର ଓମ୍ ବିର୍ଲା ବନାମ ଇଣ୍ଡି ମେଣ୍ଟର କେ. ସୁରେଶ। ଆଜି ଉଭୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଆସନ୍ତାକାଲି ଦିନ ୧୧ଟାରେ ଭୋଟିଂ ହେବ। ଏନଡିଏ ପ୍ରାର୍ଥୀଙ୍କ ପାଇଁ ବିରୋଧୀଙ୍କ ସମର୍ଥନ ଲୋଡିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ହେଲେ ସମର୍ଥନ ବଦଳରେ ପ୍ରଥମେ ଉପବାଚସ୍ପତି ପଦ ଡିମାଣ୍ଡ କରିଥିଲା କଂଗ୍ରେସ। ଯାହାକୁ ନେଇ ହଟଚମଟ ପରେ ଉଭୟ ନିଜ ନିଜ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇଛନ୍ତି।

Advertisment

ବାଚସ୍ପତି ପଦ ପାଇଁ ହେଲାନି ସହମତି। ଇତିହାସରେ ତୃତୀୟ ଥର ପାଇଁ ହେବ ନିର୍ବାଚନ। ଏନଡିଏର ଓମ୍ ବିର୍ଲା ବନାମ ଇଣ୍ଡି ମେଣ୍ଟର କେ. ସୁରେଶ। ପ୍ରଥମେ କାମଚଳା ବାଚସ୍ପତି, ଆଉ ଏବେ ବାଚସ୍ପତି ପଦକୁ ନେଇ ସଂସଦରେ ଟଣାଓଟରା। ଏନଡିଏ ଓ ଇଣ୍ଡି ମେଣ୍ଟ ଭିତରେ ଆରମ୍ଭ ହୋଇଛି ବଳ କଷାକଷି। ସ୍ଥିତି ଏଭଳି ହୋଇଛି ଯେ, ଦେଶ ସ୍ୱାଧୀନ ହେବା ପରେ ତୃତୀୟଥର ପାଇଁ ବାଚସ୍ପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି। ମୈଦାନରେ ଏନଡିଏର ପ୍ରାର୍ଥୀ ପୂର୍ବତନ ବାଚସ୍ପତି ଓମ୍ ବିର୍ଲା ବନାମ ଇଣ୍ଡି ମେଣ୍ଟ ପ୍ରାର୍ଥୀ ତଥା ୮ଥରର ସାଂସଦ କେ. ସୁରେଶ। ଉଭୟ ପ୍ରାର୍ଥୀ ଆଜି ନିଜ ନିଜ ନାମାଙ୍କନ ଭରିଛନ୍ତି। ଆସନ୍ତାକାଲି ଦିନ ୧୧ଟାରେ ନିର୍ବାଚନ ହେବ। ଏହାପରେ ଜଣା ପଡ଼ିବ କିଏ ବନିବେ ବାଚସ୍ପତି। ସେପଟେ ବାଚସ୍ପତି ପଦକୁ ନେଇ ସଂସଦରେ ହୋଇଛି ତୁତୁ ମେମେ। ବିରୋଧୀଙ୍କ ପ୍ରଥମେ ଉପବାଚସ୍ପତି ପଦ ଡିମାଣ୍ଡ ପରେ ବାଚସ୍ପତିଙ୍କୁ ସମର୍ଥନ ନିଷ୍ପତିକୁ ନିନ୍ଦା କରାଯାଇଛି।

ଏନଡିଏ ପ୍ରାର୍ଥୀ ଓମ୍ ବିର୍ଲା ରାଜସ୍ଥାନ କୋଟାରୁ ସାଂସଦ ଅଛନ୍ତି। ଲଗାତାର ତୃତୀୟଥର ପାଇଁ ନିର୍ବାଚନ ଜିତି ସଂସଦକୁ ଆସିଛନ୍ତି। ସପ୍ତଦଶ ଲୋକସଭାର ସେ ଥିଲେ ବାଚସ୍ପତି। ତାଙ୍କ ସମୟରେ ଟ୍ରିପଲ ତଲାକ, ଆର୍ଟିକିଲ-୩୭୦ ଉଚ୍ଛେଦ ଭଳି ଗୁରୁତ୍ୱପୂର୍ଣ୍ଣ ବିଲ୍ ଲୋକସଭାରେ ପାରିତ ହୋଇଛି। ସେହିପରି ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ସାକ୍ଷ୍ୟ ବିଲ୍ ସହ ଜିଏସଟିରେ ଦ୍ୱିତୀୟ ଥର ଲାଗି ସଂଶୋଧନ ବିଲ୍ ମଧ୍ୟ ତାଙ୍କ ସମୟରେ ପାରିତ ହୋଇଥିଲା। ସେପଟେ ୮ ଥରର ସାଂସଦ କେ. ସୁରେଶ ଲୋକସଭାରେ ସବୁଠାରୁ ବରିଷ୍ଠ ସଦସ୍ୟ। ସେ କେରଳର ମାଭେଲିକାରା ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଛନ୍ତି। କେରଳ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଓ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସଚେତକ ଅଛନ୍ତି ସୁରେଶ।

Advertisment

ଲୋକସଭା ବାଚସ୍ପତି ନିର୍ବାଚନ, ସମ୍ବିଧାନର ୯୩ ଅନୁଚ୍ଛେଦ ଅନ୍ତର୍ଗତ। ପ୍ରାୟତଃ ବହୁମତ ଆଧାରରେ ବାଚସ୍ପତି ସ୍ଥିର କରାଯାଇଥାଏ। କ୍ଷମତାସୀନ ଦଳ ଓ ବିପକ୍ଷଙ୍କ ସର୍ବସମ୍ମତି କ୍ରମେ ବାଚସ୍ପତି ନିର୍ବାଚିତ ହୋଇଥାନ୍ତି। ତେବେ ନିର୍ବାଚନ ହେଲେ ସମସ୍ତ ସାଂସଦଙ୍କ ଭୋଟ୍ ଆଧାରରେ ନିର୍ବାଚିତ ହୋଇଥାନ୍ତି ବାଚସ୍ପତି। ଏଥର ୫୪୩ ଆସନ ବିଶିଷ୍ଟ ଲୋକସଭାରେ ଏନଡିଏର ୨୯୩ ସାଂସଦ ଥିବା ବେଳେ ବିରୋଧୀ ଇଣ୍ଡି ମେଣ୍ଟର ୨୩୪ ଜଣ ସାଂସଦ ଅଛନ୍ତି।

୧୯୫୨ରେ ଲୋକସଭାର ପ୍ରଥମ ବାଚସ୍ପତି ପଦ ପାଇଁ ନିର୍ବାଚନ ହୋଇଥିଲା। କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ଜିଭି ମାଭଲଙ୍କର। ବିରୋଧୀ ଦଳର ଏସଏସ. ମୋରେଙ୍କୁ ମାତ୍ ଦେଇ ବାଚସ୍ପତି ବନିଥିଲେ ମାଭଲଙ୍କର। ୨୪ ବର୍ଷ ପରେ ୧୯୭୬ରେ ଜରୁରୀକାଳୀନ ସ୍ଥିତି ବେଳେ ଦ୍ୱିତୀୟଥର ପାଇଁ ହୋଇଥିଲା ବାଚସ୍ପତି ନିର୍ବାଚନ। ସେତେବେଳେ କଂଗ୍ରେସର ବି.ଆର୍. ଭଗତ ବନାମ ଜନସଂଘ ସାଂସଦ ଜଗନ୍ନାଥରାଓ ଯୋଶୀଙ୍କ ମଧ୍ୟରେ ଲଢେଇ ହୋଇଥିଲା। ୩୪୪ ଭୋଟ୍ ପାଇ ବାଚସ୍ପତି ବନିଥିଲେ ବି.ଆର. ଭଗତ।

Advertisment
Parliament Parliament Vote Loksabha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ