Advertisment

ଜଘନ୍ୟ ଅପରାଧରେ ବିଜେଡି ନେତାଙ୍କ ଲିଙ୍କ୍ ଅଭିଯୋଗ ନେଇ ପୁଣି ଚର୍ଚ୍ଚାରେ ମାହାଙ୍ଗା

ନାବାଳିକା ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ରଫାଦଫା ପାଇଁ ବିଜେଡି ନେତା ଟଙ୍କା ମାଗିବାର ଅଡିଓ ଭାଇରାଲ, ଡିଜିପିଙ୍କୁ ଭେଟିଲା ବିଜେପି, ଟାର୍ଗେଟରେ ବିଧାୟକ ପ୍ରତାପ ଜେନା...

ଅଦ୍ୟତନ ହୋଇଛି
undefined

MAHANGA

Advertisment

ପୁଣି ଜଘନ୍ୟ ଅପରାଧରେ ବିଜେଡି ନେତାଙ୍କ ଲିଙ୍କ୍ ନେଇ ଚର୍ଚ୍ଚାରେ କଟକ ଜିଲ୍ଲାର ମାହାଙ୍ଗା। ୨୦୨୧ ମାହାଙ୍ଗା ଡବଲ ମର୍ଡର ଘଟଣାରେ ରାଜନୈତିକ ଲିଙ୍କ୍ ଲୋକଙ୍କ ମନରୁ ନଲିଭୁଣୁ ପୁଣି ଜଣେ ନାବାଳିକାଙ୍କ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ରଫାଦଫା ମାମଲାରେ ଯୋଡ଼ି ହୋଇଛି ବିଜେଡି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଶରତ ନାୟକଙ୍କ ନାଁ । ଶରତଙ୍କୁ ମାହାଙ୍ଗା ବିଧାୟକ ପ୍ରତାପ ଜେନା ସପୋର୍ଟ କରି ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛି ବିଜେପି। ସେପଟେ ଏହି ସ୍ପର୍ଶକାତର ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ଗ୍ରାମାଞ୍ଚଳ SP।...

Advertisment

ଘଟଣା ପ୍ରାୟ ଦୁଇ ମାସ ତଳର। ଜୁନ୍ ୧୮, ୨୦୨୩। କଟକ ଜିଲ୍ଲା ମାହାଙ୍ଗା ଥାନା ଶୁଖୁଆପଡା ଗାଁର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କର ଅକାଳ ମୃତ୍ୟୁ ହୋଇଥିଲା । କୁହାଯାଉଛି, ପ୍ରେମବ୍ୟାପାରକୁ ନେଇ ଛାତ୍ରୀ ଜଣକ ବେକରେ ରଶି ଲଗାଇ ଜୀବନ ହାରିଥିଲେ । ନାବାଳିକା ଛାତ୍ରୀ ପଢୁଥିବା ଗୋକନ ହାଇସ୍କୁଲର ଖେଳ ଶିକ୍ଷକଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଥିବା ଅଭିଯୋଗ ହୋଇଥିଲା । ତେବେ ଏ ପର୍ଯ୍ୟନ୍ତ ଘଟିଥିବା ସବୁ ଘଟଣା କେବଳ ଅଘଟଣ ଥିଲା । କିନ୍ତୁ ୟା ପରେ
ଭାଇରାଲ୍ ହୋଇଥିବା ଏକ ଅଡିଓରୁ ଘଟଣା ନେଇଥିଲା ନୂଆ ମୋଡ଼ ।

କୁହାଯାଉଛି ଛାତ୍ରୀଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ବିନା ପୋଷ୍ଟମର୍ଟମରେ ପୋଡ଼ି ଦିଆଯାଇଥିଲା । ପ୍ରମାଣ ନଷ୍ଟ ପାଇଁ ତାଙ୍କ ଅର୍ଦ୍ଧଦଗ୍ଧ ଶରୀର ଓ ପାଉଁଶକୁ ନଦୀରେ ଭସାଇ ଦିଆଯାଇଥିଲା । ଆଉ ଏସବୁ କାମ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେଡି ନେତା ଶରତ ନାୟକଙ୍କ ଇଂଗିତରେ ହୋଇଥିବା ଅଭିଯୋଗ ହୋଇଛି । ଏହାପରେ ଶରତ ଆରମ୍ଭ କରିଥିଲେ ସଂପୃକ୍ତ ଶିକ୍ଷକଙ୍କ ପରିବାର ସହ ସଉଦା। ଘଟଣାର ରଫାଦଫା ପାଇଁ ୭୦ ହଜାର ଟଙ୍କା ଦାବି କରିଥିଲେ। ଯାହା ଭାଇରାଲ୍ ଅଡିଓରୁ ଏକ ପ୍ରକାର ସ୍ପଷ୍ଟ ହେଉଛି।

Advertisment

ଏପଟେ ଟଙ୍କା ମୂଲଚାଲ ସଂପର୍କିତ ଅଡିଓ ଭାଇରାଲ ପରେ ମୁହଁ ଖୋଲିଛନ୍ତି ସଂପୃକ୍ତ ଖେଳ ଶିକ୍ଷକ ଓ ତାଙ୍କ ମାଆ। ଏପରିକି ଛାତ୍ରୀଙ୍କ ମୃତ୍ୟୁ କେମିତି ହେଲା, ତାର ତଦନ୍ତ ସହ ତାଙ୍କ ପରିବାରକୁ ନ୍ୟାୟ ଦାବି କରିଛନ୍ତି ଶିକ୍ଷକ।...ଏଣେ ଝିଅର ମୃତ୍ୟୁ ପରେ ତାକୁ ବଦନାମ କରିବା ପାଇଁ କିଛି ଲୋକ ଉଦ୍ୟମ କରୁଥିବା କହିଛନ୍ତି ମୃତା ନାବାଳିକାର ବାପା।

ଏପଟେ ମାହାଙ୍ଗାର ଏ ଚର୍ଚ୍ଚିତ ଘଟଣାର ଅଡିଓ ଭାଇରାଲ ପରେ ଘଟଣାକୁ ପ୍ରସଙ୍ଗକରିଛି ବିଜେପି। ଗତ ସୋମବାର ବିଜେପିର ଏକ ଟିମ୍ ପୋଲିସ ଡିଜିଙ୍କୁ ଭେଟି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା। ଅଭିଯୁକ୍ତ ଶରତ ନାୟକ ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ଖାସ୍ ଲୋକ ଓ ଘଟଣାକୁ ଚାପି ଦେବାକୁ ବିଧାୟକ ଚାପ ପକାଉଥିବା ଦଳ ଅଭିଯୋଗ କରିଛି।

Advertisment

ତେବେ ଏ ସଂପର୍କରେ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଏପଟେ ଏକ ସାମାଜିକ ସଂଗଠନ ମାମଲାକୁ ଜାତୀୟ ମାନବାଧିକାର କମିଶନଙ୍କ ଦୃଷ୍ଟିକୁ ଆଣିବା ସହିତମାହାଙ୍ଗା ଥାନାରେ ଏତଲା ମଧ୍ୟ ଦେଇଛି। ଘଟଣାର ଗୁରୁତ୍ବକୁ ଦେଖି ଜଣେ ଅତିରିକ୍ତ ଏସପି ପାହ୍ୟାର ଅଧିକାରୀ ଘଟଣାର ତଦନ୍ତ କରୁଥିବା କହିଛନ୍ତି କଟକ ଗ୍ରାମାଞ୍ଚଳ ଏସପି।...

BJD Leader
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ