Advertisment

ଏକନାଥ ସିନ୍ଧେଙ୍କ ନୂଆ ଟିମ୍ : ଶପଥ ନେଇପାରନ୍ତି ୧୮ ମନ୍ତ୍ରୀ

ନୂଆ କ୍ୟାବିନେଟର ଶପଥ ଗ୍ରହଣ ପାଇଁ ହୋଇଛି ବ୍ୟାପକ ପ୍ରସ୍ତୁତି

ଅଦ୍ୟତନ ହୋଇଛି
Special story

Special story

Advertisment

ଆଜି ହୋଇପାରେ ମହାରାଷ୍ଟ୍ର ମନ୍ତ୍ରୀ ମଣ୍ଡଳର ସଂପ୍ରସାରଣ । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର ପ୍ରାୟ ୪୦ ଦିନ ପରେ ଏକନାଥ ସିନ୍ଦେ ଆଜି ତାଙ୍କ କ୍ୟାବିନେଟକୁ ସଂପ୍ରସାରଣ କରିବେ । ରାଜଭବନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ନୂଆ କ୍ୟାବିନେଟର ଶପଥ ଗ୍ରହଣ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

Advertisment

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କ ନୂଆ କ୍ୟାବିନେଟରେ ଉଭୟ ବିଜେପି ଏବଂ ବିଦ୍ରୋହୀ ଶିବସେନା ଗୋଷ୍ଠୀର ୯ ଜଣ ଲେଖାଁଏ ବିଧାୟକଙ୍କୁ କ୍ୟାବିନେଟ୍ ପାହ୍ୟା ପ୍ରଦାନ କରିପାରନ୍ତି । ସେପଟେ ମୌସୁମୀ ଅଧିବେଶନ ସମାପ୍ତ ପରେ ପୂର୍ଣ୍ଣାଙ୍ଗ ମନ୍ତ୍ରିମଣ୍ଡଳ ଗଠନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଚର୍ଚ୍ଚା ଏହା ବି ହେଉଛି ଯେ, ଉପମୁଖ୍ୟମନ୍ତ୍ରୀ ଥିବା ଦେବେନ୍ଦ୍ର ଫଡନାଭିସ୍ ଗୃହ ମନ୍ତ୍ରାଳୟ ସମ୍ଭାଳିପାରନ୍ତି ।

ସିନ୍ଦେଙ୍କ ଦଳରୁ ମନ୍ତ୍ରିମଣ୍ଡଳ ପାଇଁ ସମ୍ଭାବ୍ୟ ନାମ

ଉଦୟ ସାମନ୍ତ, ସନ୍ଦୀପାନ ଭୁମେର, ଦାଦା ଭୁସେ, ଶମ୍ଭୁରାଜ ଦେଶାଇ, ଭରତ ଗୋଗାବଲେ, ରାଜେନ୍ଦ୍ର ୟଦରାବକର, ଗୁଲାବରାଓ ପାଟିଲ, ବଚୁ କଡୁ, ସଞ୍ଜୟ ଶିରସାଠ, ତାନାଜୀ ସାୱନ୍ତ, ସାଦା ସରବଣକର, ପ୍ରକାଶ ଅଭିତକର ଏବଂ ଆଶିଷ ଜୈସୱାଲ

Advertisment

ବିଜେପିରୁ ମନ୍ତ୍ରିମଣ୍ଡଳ ପାଇଁ ସମ୍ଭାବ୍ୟ ନାମ

ଚନ୍ଦ୍ରକାନ୍ତ ପାଟିଲ, ଗିରିଶ ମହାଜନ, ସୁଧୀର ମୁନଙ୍ଗଟିୱର, ସୁଭାଷ ଦେଶମୁଖ, ସୁରେଶ ଖାଡେ, ରାଧାକୃଷ୍ଣ ପାଟିଲ, ମଙ୍ଗଲ ପ୍ରଭାତ ଲୋଢ଼ା, ରବିନ୍ଦ୍ର ଚୌହାନ, ବିଜୟକୁମାର ଗାଭିଟ, ଅତୁଲ ସାଭେ, ଜୟକୁମାର ରାୱଲ, ସନ୍ଦୀପ ଧୁର୍ବ, ଗଣେଇ ନାଇକ୍‌, ନିତେଶ ରାଣେ, ରାଜେନ୍ଦ୍ର ପାଟନୀ, ରଣଧୀର ସାବରକର ଓ ଦେବୟାନୀ ଫରାନ୍ଦେ

Maharashtra Cabinet Expansion
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ