Advertisment

ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ପାଇଁ କଂଗ୍ରେସ ସରକାର ଖର୍ଚ୍ଚ କରିବ ୬୨ ହଜାର କୋଟି

ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ, ଏବେ ପୂରଣ କରିବେ । କର୍ଣ୍ଣାଟକରେ କଂଗ୍ରେସ କ୍ଷମତାକୁ ଫେରିବା ପରେ ଜନକଲ୍ୟାଣ ଯୋଜନାରେ ଖର୍ଚ୍ଚ କରିବ ୬୨ ହଜାର କୋଟି । ଏତେ ଟଙ୍କା ଖର୍ଚ୍ଚ କରିବାକୁ ନେଇ ବଢିଲା ଚର୍ଚ୍ଚା

ଅଦ୍ୟତନ ହୋଇଛି
Karnataka

Karnataka

Advertisment

କର୍ଣ୍ଣାଟକରେ ପୁଣି ଆରମ୍ଭ ହେଲା ସିଦ୍ଦ ଶାସନ । ବେଙ୍ଗାଲୁରୁର କାନ୍ତିରଭା ଷ୍ଟାଡିୟମରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ୭୫ ବର୍ଷୀୟ ସିଦ୍ଦରମୈୟା । ନିଜକୁ ଜଣେ ଦକ୍ଷ ରାଜନେତା ବୋଲି ସବୁବେଳେ ପ୍ରମାଣିତ କରି ଆସିଛନ୍ତି । ତାଙ୍କ ରାଜନୈତିକ ଜୀବନ ବି ଅତି ସରଳ । ଯେବେଠାରୁ ସେ ରାଜନୀତିରେ ପ୍ରବେଶ କରିଛନ୍ତି ସବୁବେଳେ ଇତିହାସ ରଚିଛନ୍ତି । ସଫଳତା ସତେ ଯେମିତି ତାଙ୍କର ସାଙ୍ଗରେ ସାଥି ହୋଇରହିଛି ।

Advertisment

କର୍ଣ୍ଣାଟକ ଭଳି ରାଜ୍ୟରେ, ଯେଉଁଠି ବଡ଼ ବଡ଼ ନାମକରା ବା ଫାୟାର ବ୍ରାଣ୍ଡ ଲିଡରଙ୍କ ଶାସନ ବେଶୀଦିନ ତିଷ୍ଠି ପାରିନି, ସେଠି ସିଦ୍ଦରମୈୟା ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଗାଦିରେ ବସି ୫ ବର୍ଷରୁ ଅଧିକ ସମୟ ଶାସନ କରି ଇତିହାସ ରଚିଛନ୍ତି । ୧୯୮୫ ମସିହା ପରେ ପ୍ରଥମ ଥର ପାଇଁ ଯଦି କୌଣସି ମୁଖ୍ୟମନ୍ତ୍ରୀ ୫ ବର୍ଷ ଶାସନକାଳ ପୂରଣ କରିଛନ୍ତି ସେ ହେଉଛନ୍ତି ଏକମାତ୍ର ନେତା ସିଦ୍ଦରମୈୟା ।

୨୦୧୩ ମସିହାରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ୫ ବର୍ଷ ୪ ଦିନ ଶାସନ କରିଛନ୍ତି ସେ । ତାଙ୍କ ପରେ ଆଜି ପର୍ଯ୍ୟନ୍ତ କୌଣସି ମୁଖ୍ୟମନ୍ତ୍ରୀ ୫ ବର୍ଷ ଶାସନ କାଳ ପୂରଣ କରି ପାରିନାହାନ୍ତି । ସିଦ୍ଦଙ୍କ କାର୍ଯ୍ୟକାଳ ଆରମ୍ଭ ହେବା ପୂର୍ବରୁ ଏବଂ ତାଙ୍କର କାର୍ଯ୍ୟକାଳ ସରିବା ପରେ ଅନେକ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଦେବ ଗୌଡ଼ା, ବିରାପ୍ପା ମୋଇଲି, ୟେଦୁରପ୍ପା, କୁମାର ସ୍ୱାମୀଙ୍କ ଭଳି ଅନେକ ନେତାଙ୍କ ନାଁ ଲିଷ୍ଟରେ ରହିଛି । ଯେଉଁମାନେ ମୁଖ୍ୟମନ୍ତ୍ରୀ ଭାବେ ୫ ବର୍ଷର ଶାସନକାଳ ପୂରଣ କରିପାରିନାହାନ୍ତି । ଏବେ ୨୦୨୩ରେ ସେ ପୁଣି ମୁଖ୍ୟମନ୍ତ୍ରୀ ଗାଦିରେ ବସିଛନ୍ତି ।

Advertisment

୭୫ ବର୍ଷୀୟ ସିଦ୍ଦରମୈୟା କୃଷକ ପରିବାରରେ ଜନ୍ମ ହୋଇଥିବା ବେଳେ ମହୀଶୁର ବିଶ୍ୱବିଦ୍ୟାଳୟରୁ ଏଲ୍ଏଲବିରେ ଡିଗ୍ରି ହାସଲ କରିଛନ୍ତି । ବରିଷ୍ଠ ଆଇନଜୀବୀ ନାନ୍ ଜୁଣ୍ଡ ସ୍ୱାମୀ ସିଦ୍ଦରମେୟାଙ୍କୁ ରାଜନୀତି କ୍ଷେତ୍ରରେ ପ୍ରବେଶ କରାଇଥିଲେ। ସିଦ୍ଦରମୈୟା ମହୀଶୁର ତାଲୁକାରେ ପ୍ରଥମ ନିର୍ବାଚନ ଜିତିଥିଲେ । ୧୯୮୩ରେ ସିଦ୍ଦରମୈୟା ଭାରତୀୟ ଲୋକ ଦଳ ଟିକେଟରେ ଚାମୁଣ୍ଡେଶ୍ୱରୀ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଜିତିବା ପରେ କର୍ଣ୍ଣାଟକ ବିଧାନସଭାରେ ପ୍ରବେଶ କରିଥିଲେ।

ଏହାପରେ ସିଦ୍ଦରମେୟା ଜନତା ଦଳରେ ଯୋଗଦେଲେ। ଜନତା ଦଳ ଭାଙ୍ଗିଯିବା ପରେ ଏଚ୍.ଡି ଦେବଗୌଡ଼ା ଜନତା ଦଳ (ସେକୁଲାର) ଦଳ ଗଢ଼ିଲେ। ସିଦ୍ଦରମେୟା ଏହାପରେ ୧୯୯୯ରେ ଜେଡିଏସ୍‌ରେ ଯୋଗଦେଲେ। ଏପରିକି ସେ ଦଳର କର୍ଣ୍ଣାଟକ ପ୍ରଦେଶ ସଭାପତି ହେଲେ। ୨୦୦୫ରେ ସିଦ୍ଦରମେୟା କଂଗ୍ରେସରେ ଯୋଗ ଦେଇଥିଲେ। ୭୫ ବର୍ଷୀୟ ସିଦ୍ଦରମୈୟା ୨୦୧୩ରେ ପ୍ରଥମ କରି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଡି ଦେବରାଜ ୟୁଆରଏସ୍ (୧୯୭୨-୧୯୮୦)ଙ୍କ ପରେ ସେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ୫ ବର୍ଷର କାର୍ଯ୍ୟକାଳ ଶେଷ କରିଛନ୍ତି । ତେବେ ୨୦୧୮ରେ ସେ ଦଳକୁ ପୁଣି କ୍ଷମତାକୁ ଫେରାଇ ପାରିନଥିଲେ ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ