Advertisment

ବଦଳିବେ କି କଂଗ୍ରେସ ମୁଖିଆ? ଗାନ୍ଧୀ ପରିବାର ନା ଆଉ କିଏ ସମ୍ଭାଳିବେ କଂଗ୍ରେସ ଦାୟିତ୍ୱ ?

ଗାନ୍ଧୀ ପରିବାରକୁ ପୁଣି ଥରେ ହାଇକମାଣ୍ଡ ଦାୟିତ୍ୱ ମିଳିବ ନା ଦଳର ମଙ୍ଗ ଆଉ କିଏ ସମ୍ଭାଳିବେ ତାହା ଆଜି ପରଠୁ ସ୍ପଷ୍ଟ ହେବ

Special story

Special story

Advertisment

କଂଗ୍ରେସର କଣ ହେବ ? ବଦଳିବେ କି କଂଗ୍ରେସ ମୁଖିଆ? ନା ଚିରାଚରିତ ଢଙ୍ଗରେ ଚାଲିବ କଂଗ୍ରେସ ? ପୁଣି ଥରେ ଗାନ୍ଧୀ ପରିବାର ନା ବାହାରର କିଏ ସମ୍ଭାଳିବେ ଦାୟିତ୍ୱ ? ଏବେ ଏପରି କିଛି ପ୍ରଶ୍ନ ଘୁରି ବୁଲୁଛି । ଆଜି ବସୁଛି ଗୁରୁତ୍ୱପୂର୍ଣ୍ଣ କଂଗ୍ରେସ କାର୍ଯ୍ୟକାରିଣୀ-CWC । ସେପ୍ଟେମ୍ବର ୨୦ ସୁଦ୍ଧା ଦଳ ନୂଆ ସଭାପତି ପଦ ପାଇଁ ନିର୍ବାଚନ ହେବ । ଏଥିପାଇଁ ଆଜି ସୂଚୀ ଘୋଷଣା ହୋଇପାରେ । ସଭାପତି ଚୟନ ପ୍ରକ୍ରିୟା ନେଇ ସମସ୍ତ ତାରିଖର ବବରଣୀ ବି ଆଜି ପ୍ରକାଶ ପାଇପାରେ । ଏନେଇ ବିସ୍ତୁତ ଭାବେ କଂଗ୍ରେସର ସର୍ବୋଚ୍ଚ କ୍ଷମତା କେନ୍ଦ୍ର CWCରେ ଆଲୋଚନା ହେବ ।

Advertisment

ଗାନ୍ଧୀ ପରିବାରକୁ ପୁଣି ଥରେ ହାଇକମାଣ୍ଡ ଦାୟିତ୍ୱ ମିଳିବ ନା ଦଳର ମଙ୍ଗ ଆଉ କିଏ ସମ୍ଭାଳିବେ ତାହା ଆଜି ପରଠୁ ସ୍ପଷ୍ଟ ହେବ । ତେବେ ଦୁଇ ଦିନ ତଳେ ହି ଦଳର ବରିଷ୍ଠ ଓ ପୁରୁଖା ନେତା ଗୁଲାମନବୀ ଆଜାଦ୍ ଇସ୍ତଫା ଦେଇଛନ୍ତି । ତାସହ ଦଳରେ ଦେଖା ଦେଇଥିବା ବିପର୍ଯ୍ୟୟ ପାଇଁ ରାହୁଲ ଗାନ୍ଧୀଙ୍କୁ ଦାୟୀ କରିଛନ୍ତି । ତେଣୁ ଗୁଲାମଙ୍କ ବିଷୋଦଗାର ପରେ ଏହାକୁ ନେଇ ଦଳର ଅନ୍ୟ ବରିଷ୍ଠ ନେତାଙ୍କ କଣ ରହୁଛି ପ୍ରତିକ୍ରିୟା ତାହା ବେଶ୍ ଗୁରୁତ୍ୱବହନ କରୁଛି ।

ସେପଟେ ଗତକାଲି କଂଗ୍ରେସର ହର୍ତ୍ତାକର୍ତ୍ତା ଦଇବ ବିଧାତା ସାଜିବାକୁ ରାହୁଲ ଗାନ୍ଧୀଙ୍କୁ ବାଧ୍ୟ କରାଯିବ ବୋଲି ବରିଷ୍ଠ ନେତା ଏମ. ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି । କାରଣ ଦଳରେ ତାଙ୍କ ବ୍ୟତୀତ ଅନ୍ୟ କୌଣସି ଦ୍ୱିତୀୟ ବ୍ୟକ୍ତିତ୍ୱ ନାହାନ୍ତି, ଯିଏ ପୂରା ଭାରତରେ ପରିଚିତ । ଦଳର ନେତୃତ୍ୱ ନେବାକୁ ଚାହୁଁଥିବା ବ୍ୟକ୍ତି ସାରା ଦେଶରେ ଜଣାଶୁଣା ହେବା ଉଚିତ । କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ତଥା ପଶ୍ଚିମବଙ୍ଗରୁ ଗୁଜୁରାଟ ପର୍ଯ୍ୟନ୍ତ ତାଙ୍କୁ ସମର୍ଥନ କରାଯିବା ଉଚିତ। କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ ସଭାପତି ପଦ ପାଇଁ ଅନିଚ୍ଛା ପ୍ରକାଶ କରୁଥିବା ବେଳେ ତାଙ୍କର ବିକଳ୍ପ ଚେହେରା କଂଗ୍ରେସରେ ନାହିଁ ବୋଲି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି । ତାଙ୍କୁ ଦଳ ପାଇଁ, ଦେଶ ପାଇଁ, ରାଷ୍ଟ୍ରିୟ ସ୍ୱୟଂସେବକ ସଂଗଠନ (ଆରଏସଏସ) - ଭାରତୀୟ ଜନତା ପାର୍ଟି (ବିଜେପି) ସହ ଲଢ଼ିବା ସହ ଦେଶକୁ ଏକଜୁଟ ରଖିବା ପାଇଁ ଦାୟିତ୍ୱ ନେବାକୁ ପଡ଼ିବ ।

Advertisment
CWC Meeting
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ