ପଞ୍ଜାବ ଲୋକସଭା ଉପ ନିର୍ବାଚନରେ ଆପ୍‌କୁ ଝଟକା; ୟୁପିର ରାମପୁର ଓ ଆଜମଗଡ଼ରେ ବିଜେପିର ବାଜିମାତ୍

ପଞ୍ଜାବ ଉପନିର୍ବାଚନରେ ୭ ହଜାର ଭୋଟ୍‌ରେ ଆପ୍‌ର ଗୁରମେଲ ସିଂହଙ୍କୁ ପରାସ୍ତ କରିଛନ୍ତି ଅକାଳି ଦଳର ପ୍ରାର୍ଥୀ ସିମରନଜିତ୍। ସେହିପରି ଉତ୍ତରପ୍ରଦେଶର ରାମପୁର ଓ ଆଜମଗଡ଼ ଆସନରେ ବିଜେପିର ବାଜିମାତ୍ ।

Bypoll results 2022 highlights: Major wins for BJP in UP, Tripura; AAP suffers upset in Punjab

ଲୋକସଭା ଉପନିର୍ବାଚନରେ ଆମ୍ ଆଦମି ପାର୍ଟି ଓ ସମାଜବାଦୀ ପାର୍ଟିକୁ ଜୋରଦାର ଝଟକା ଲାଗିଛି । ୨୦୧୯ରେ ୨ ଦଳ ଯେଉଁ ଆସନରେ ବିଜୟୀ ହୋଇଥିଲେ,ଗତକାଲି ଫଳାଫଳ ଘୋଷଣା ହୋଇଥିବା ଉପନିର୍ବାଚନରେ ପରାସ୍ତ ହୋଇଛନ୍ତି । ଉପନିର୍ବାଚନରେ ପଞ୍ଜାବର ସଙ୍ଗରୁର ଆସନରେ ଶିରୋମଣି ଅକାଳି ଦଳର ପ୍ରାର୍ଥୀ ସିମରନଜିତ ସିଂ ମାନ୍ ବିଜୟୀ ହୋଇଛନ୍ତି ।

ଭଗୱନ୍ତ ମାନ୍ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବା ପରେ ସଙ୍ଗରୁରର ସାଂସଦ ପଦରୁ ଇସ୍ତଫା ଦେବାରୁ ଉପନିର୍ବାଚନ ଆବଶ୍ୟକ ହୋଇଥିଲା । ତେବେ ଉପନିର୍ବାଚନରେ ସିମରନଜିତ୍ ୭ ହଜାର ଭୋଟ୍‌ରେ ଆପ୍‌ର ଗୁରମେଲ ସିଂହଙ୍କୁ ପରାସ୍ତ କରିଛନ୍ତି ।

ସେହିପରି ଉତ୍ତରପ୍ରଦେଶର ରାମପୁର ଓ ଆଜମଗଡ଼ ଆସନରେ ବିଜେପିର ବିଜୟ ହୋଇଛି । ରାମପୁରରେ ବିଜେପି ପ୍ରାର୍ଥୀ ଘନଶ୍ୟାମ ଲୋଧି ଓ ଆଜମଗଡ଼ରେ ଦୀନେଶ ଲାଲ୍ ଯାଦବ ବା ନିରୁହା ଜିତିଛନ୍ତି । ବିଧାନସଭା ନିର୍ବାଚନରେ ବିଜୟୀ ପରେ ଆଜମଗଡ଼ ସାଂସଦ ଅଖିଳେଶ ଯାଦବ ଓ ରାମପୁର ସାଂସଦ ଆଜମ ଖାଁ ସାଂସଦ ପଦରୁ ଇସ୍ତଫା ଦେବାରୁ ନିର୍ବାଚନ ଆବଶ୍ୟକ ହୋଇଥିଲା ।

ସଙ୍ଗରୁର ଆସନ ହାସଲ କରିଥିବା ଆପ୍‌ର ଗୁରମେଲ ସିଂହଙ୍କ ପ୍ରତିକ୍ରିୟା :-

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିକ୍ରିୟା :-

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରତିକ୍ରିୟା :-