Advertisment

ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା; ବାରଣାସୀରୁ ମୋଦି, ଗାନ୍ଧିନଗରରୁ ଅମିତ ଶାହ..

ବାରଣାସୀରୁ ପୁଣି ଥରେ ଲଢ଼ିବେ ପ୍ରଧାନମନ୍ତ୍ରୀ ନରେନ୍ଦର ମୋଦି। ବିଜେପି ମୁଖ୍ୟାଳୟରେ ପ୍ରେସମିଟରେ ଏନେଇ ଘୋଷଣା କରାଯାଇଛି।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ବିଜେପି ୨୦୨୪ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦିଲ୍ଲୀ ସ୍ଥିତ ମୁଖ୍ୟାଳୟରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ବିଜେପି ତା’ର ପ୍ରଥମ ପର୍ଯ୍ୟାୟ ତାଲିକା ଘୋଷଣା କରିଛି। ବିଜେପି ୧୯୫ ସିଟ୍ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୧୬ ରାଜ୍ୟ ଏବଂ ୨ କେନ୍ଦ୍ର ଶାସିତ ଅଞ୍ଚଳରୁ ୧୯୫ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ଉତ୍ତର ପ୍ରଦେଶରୁ ସର୍ବାଧିକ ୫୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି। ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶା ନାହିଁ। ଓଡ଼ିଶାର କୌଣସି ସିଟ୍‌ ପାଇଁ ପ୍ରାର୍ଥୀ ଘୋଷଣା କଲାନି ବିଜେପି।

Advertisment

ରାଜସ୍ଥାନ, ଗୁଜରାଟରୁ ୧୫ଟି ଲେଖାଏଁ ପ୍ରାର୍ଥୀ, ମଧ୍ୟ ପ୍ରଦେଶରୁ ୨୪, ଉତ୍ତର ପ୍ରଦେଶରୁ ୫୧, ପଶ୍ଚିମବଙ୍ଗରୁ ୨୬, କେରଳରୁ ୧୨, ତେଲେଙ୍ଗାନାରୁ ୯, ଆସାମ ଓ ଝାଡ଼ଖଣ୍ଡରୁ ୧୧, ଛତିଶଗଡ଼ ୧୧, ଦିଲ୍ଲୀ ୫, ଝାଡ଼ଖଣ୍ଡ ୨, ଉତ୍ତରାଖଣ୍ଡ ୩, ଅରୁଣାଚଳରୁ ୨ ପ୍ରାର୍ଥୀ, ଗୋଆ, ତ୍ରିପୁରା, ଆଣ୍ଡାମାନ, ଡାମନ ଡିଉରୁ ଜଣେ ଲେଖାଏଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟ ତାଲିକାରେ ସ୍ଥାନ ପାଇଲେ ୫୭ ଓବିସି ପ୍ରାର୍ଥୀ। ୨୭ SC ଓ ୧୮ ST ପ୍ରାର୍ଥୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକେଟ୍‌ ମିଳିଛି।

ବିଜେପିର ପ୍ରଥମ ପର୍ଯ୍ୟାୟ ତାଲିକାରେ ୩୪ କେନ୍ଦ୍ର ମନ୍ତ୍ରୀ ସାମିଲ ରହିଛନ୍ତି। ଲୋକସଭାର ବାଚସ୍ପତି, ୨ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ୍‌ ଦିଆଯାଇଛି। ତାଲିକାରେ ୫୦ ବର୍ଷରୁ କମ୍‌ ୪୭ ଯୁବ ନେତା ଓ ୨୮ ମହିଳା ରହିଛନ୍ତି।

Advertisment

ବାରଣାସୀରୁ ପୁଣି ଥରେ ଲଢ଼ିବେ ପ୍ରଧାନମନ୍ତ୍ରୀ ନରେନ୍ଦର ମୋଦି। ବିଜେପି ମୁଖ୍ୟାଳୟରେ ପ୍ରେସମିଟରେ ଏନେଇ ଘୋଷଣା କରାଯାଇଛି। ଗାନ୍ଧିନଗରରୁ ଲଢ଼ିବେ ଗୃହମନ୍ତ୍ରୀ ଅମିତ ଶାହ। ଲକ୍ଷ୍ନୌରୁ ରାଜନାଥ ସିଂହ ଓ ଆମେଥିରୁ ସ୍ମୃତି ଇରାନୀ ଲଢ଼ିବେ।

ଜାଣନ୍ତୁ କିଏ କେଉଁଠୁ ଲଢ଼ିବେ..

ଅରୁଣାଚଳ ୱେଷ୍ଟ- କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ

ଦିବ୍ରୁଗଡ଼- କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ

କୋର୍ବା- ସରୋଜ ପାଣ୍ଡେ

ରାୟପୁର- ବ୍ରିଜମୋହନ ଅଗ୍ରୱାଲ

ଦିଲ୍ଲୀ ଚାନ୍ଦିନୀଚୌକ- ପ୍ରବୀଣ ଖଣ୍ଡେଲୱାଲ

ନର୍ଥଇଷ୍ଟ ଦିଲ୍ଲୀ- ମନୋଜ ତିୱାରୀ

ନୂଆଦିଲ୍ଲୀ- ବାଂସୁରୀ ସ୍ୱରାଜ

ପୋରବନ୍ଦର- ମନସୁଖ ମାଣ୍ଡଭୀୟ

ଉଦ୍ଦମପୁର- ଜିତେନ୍ଦ୍ର ସିଂହ

ଜମ୍ମୁ- ଯୁଗଳ କିଶୋର ଶର୍ମା

ଖୁଣ୍ଟି- ଅର୍ଜୁନ ମୁଣ୍ଡା

ତିରୁବନନ୍ତପୁରମ- ରାଜୀବ ଚନ୍ଦ୍ରଶେଖର

ଗୁନା- ଜ୍ୟୋତିରାଦିତ୍ୟ ସିନ୍ଦିଆ

ବିଦିଶା- ଶିବରାଜ ସିଂ ଚୌହ୍ୱାନ

ବିକାନିର- ଅର୍ଜୁନରାମ ମେଘୱାଲ

ଅଲୱାର- ଭୂପେନ୍ଦ୍ର ଯାଦବ

ଯୋଧପୁର- ଗଜେନ୍ଦ୍ର ସିଂ ଶେଖାୱତ

କୋଟା- ଓମ୍‌ ବିର୍ଲା

ସିକନ୍ଦରାବାଦ- ଜି. କୀଷନ ରେଡ୍ଡୀ

ତ୍ରିପୁରା ପଶ୍ଚିମ- ବିପ୍ଳବ ଦେବ

ମଥୁରା- ହେମା ମାଳିନୀ

ଖେରି- ଅଜୟ ମିଶ୍ରା ଟେନି

ଫତେପୁର- ସାଧ୍ୱୀ ନିରଞ୍ଜନା ଜ୍ୟୋତି

ଦୁମୁରିଆଗଞ୍ଜ- ଜଗଦମ୍ବିକା ପାଲ୍‌

ଗୋରଖପୁର- ରବି କିଷନ

କୁଚ୍‌ବେହାର- ନୀଶିଥ ପ୍ରମାଣିକ

ବେଲୁରଘାଟ- ସୁକାନ୍ତ ମଜୁମଦାର

ହୁଗ୍‌ଲି- ଲକେଟ ଚାଟାର୍ଜୀ

ସବୁଠୁ ବଡ଼ କଥା ହେଉଛି ଯେଉଁ ଅଞ୍ଚଳର ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି, ସେଠି ନିର୍ବାଚନୀ ବିଗୁଲ ଏକରକମ ବାଜିଛି। ତେଣୁ ସେଠାରେ ରାଜନୈତିକ ଉଷ୍ଣତା ବଢ଼ିବ। ସୂଚନା ଅନୁଯାୟୀ ବିଜେପି ମାର୍ଚ୍ଚ ୧୦ ତାରିଖ ପୂର୍ବରୁ ୩୦୦ ସିଟରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାକୁ ଲକ୍ଷ୍ୟ ରଖିଛି।

Advertisment
Amit Shah PM Modi BJP General Elections 2024 Lok Sabha Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ