Advertisment

ବିଜେପିର ହାତ ଛାଡିଲେ ଗୌତମୀ ତାଡିମଲା; ଦେଲେ ସାଂଘାତିକ ଅଭିଯୋଗ

ତାମିଲନାଡୁରେ ବିଜେପିକୁ ବଡ଼ ଝଟ୍‌କା। ଅଭିନେତ୍ରୀ ତଥା ବିଜେପି ନେତା ଗୌତମୀ ତାଡିମଲା ବିଜେପିରୁ ଇସ୍ତଫା ଦେଇଛନ୍ତି। ଗୌତମୀ ଏକ ଚିଠି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
actress and leader gautami tadimalla resigns from bjp

actress and leader gautami tadimalla resigns from bjp

Advertisment

ତାମିଲନାଡୁରେ ବିଜେପିକୁ ବଡ଼ ଝଟ୍‌କା। ଅଭିନେତ୍ରୀ ତଥା ବିଜେପି ନେତା ଗୌତମୀ ତାଡିମଲା ବିଜେପିରୁ ଇସ୍ତଫା ଦେଇଛନ୍ତି। ଗୌତମୀ ଏକ ଚିଠି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଦଳରେ ଦୀର୍ଘ ଦିନ ଧରି ସଦସ୍ୟ ଥିବା ଗୌତମୀ ସୋମବାର ଇସ୍ତଫା ଘୋଷଣା କରିଛନ୍ତି। ଅକ୍ଟୋବର ୨୩ ତାରିଖ ଦିନ ଏକ ଚିଠିରେ ସେ ବ୍ୟକ୍ତିଗତ ସଙ୍କଟ ସମୟରେ ଦଳର ନେତୃତ୍ୱର ସମର୍ଥନ ଅଭାବରୁ ନିରାଶ ହୋଇଥିବା କହିଛନ୍ତି।

Advertisment

ସେ ଏହି ଚିଠିରେ କହିଛନ୍ତି ଯେ “ଅତ୍ୟଧିକ ଦୁଃଖ ମୁଁ ବିଜେପି ସଦସ୍ୟତାରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ରାଷ୍ଟ୍ର ନିର୍ମାଣରେ ଏହାର ପ୍ରୟାସରେ ମୁଁ ୨୫ ବର୍ଷ ପୂର୍ବେ ଦଳରେ ଯୋଗ ଦେଇଥିଲି। ମୋ ଜୀବନରେ ମୁଁ ସମ୍ମୁଖୀନ ହୋଇଥିବା ସମସ୍ତ ଆହ୍ୱାନ ସହିତ ମଧ୍ୟ ମୁଁ ସେହି ପ୍ରତିବଦ୍ଧତାକୁ ସମ୍ମାନ ଦେଇଛି। ତଥାପି ଆଜି ମୁଁ ମୋ ଜୀବନରେ ଏକ ଅକଳ୍ପନୀୟ ସଙ୍କଟର ସ୍ଥିତିରେ ଛିଡା ହୋଇଛି। ଦଳ ଏବଂ ନେତାଙ୍କଠାରୁ ମୁଁ କୌଣସି ପ୍ରକାର ସମର୍ଥନ ପାଇପାରୁ ନାହିଁ।”

ଗୌତମୀ ଚିଠିରେ ଅଭିଯୋଗ କରିଛନ୍ତି ଯେ ସେ ଜାଣିବାକୁ ପାଇଛନ୍ତି, କିଛି ଲୋକ ସେହି ବ୍ୟକ୍ତିକୁ ସମର୍ଥନ କରୁଛନ୍ତି, ଯିଏ ତାଙ୍କ ବିଶ୍ୱାସ ଭାଙ୍ଗିଛନ୍ତି ଏବଂ ତାଙ୍କୁ ବିଶ୍ୱାସଘାତକତା କରିଛନ୍ତି।

Advertisment

ସେ କହିଛନ୍ତି ଯେ “ମୁଁ ୧୭ ବର୍ଷ ବୟସରୁ କାମ କରିଆସୁଛି ଆଉ ସିନେମା, ଟେଲିଭିଜନ୍, ରେଡିଓ ଏବଂ ଡିଜିଟାଲ୍ ମିଡିଆରେ ମୋ କ୍ୟାରିୟର୍ ୩୭ ବର୍ଷ କଟିଛି। ମୁଁ ମୋର ପୂରା ଜୀବନ କାମ କରିଛି ଯାହା ଦ୍ୱାରା ମୁଁ ଏହି ବୟସରେ ଆର୍ଥିକ ଭାବେ ସୁରକ୍ଷିତ ହୋଇପାରିବି ଏବଂ ମୋ ଝିଅର ଭବିଷ୍ୟତକୁ ମଧ୍ୟ ଗଢିପାରିବି। ମୁଁ ବର୍ତ୍ତମାନ ସେହିଠାରେ ଠିଆ ହୋଇଛି ଯେଉଁଠାରେ ମତେ ଏବଂ ମୋ ଝିଅକୁ ସ୍ଥିର ଏବଂ ନିରାପଦ ରହିବା ଉଚିତ୍। ତଥାପି ଏହା ଭାବି ମତେ ଡର ଲାଗୁଛି ଯେ ସି. ଆଲଗପ୍ପନ୍ ମୋତେ ପ୍ରତାରଣା କରି ମୋର ସମସ୍ତ ଟଙ୍କା, ସମ୍ପତ୍ତି ଏବଂ ଡକ୍ୟୁମେଣ୍ଟ୍ ହଡପ କରିନେଇଛନ୍ତି।”

Advertisment

ସେ ଆହୁରି ମଧ୍ୟ ତାଙ୍କ ଚିଠିରେ କହିଛନ୍ତି ଯେ “ମୋର ଅସୁରକ୍ଷା ଏବଂ ଏକଲାପଣକୁ ବିଚାର କରି ଅଲଗପ୍ପନ ପ୍ରାୟ ୨୦ ବର୍ଷ ପୂର୍ବେ ମୋ ସହ ଯୋଗାଯୋଗ କରିଥିଲେ। ସେତେବେଳେ ମୁଁ କେବଳ ମୋ ବାପାମାଆଙ୍କୁ ହରେଇ ଏକ ଅନାଥ ନଥିଲି, ବରଂ ଏକ ନବଜାତ ଶିଶୁର ମା’ ମଧ୍ୟ ଥିଲି। ସେ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଦେଖାଶୁଣା କରିବା ଆଳରେ ନିଜକୁ ଏବଂ ତାଙ୍କ ପରିବାରକୁ ନାମରେ ମୋ ଜୀବନ ସହିତ ଜଡିତ କରିବାର ନାଟକ କରିଥିଲେ।”

ଅଭିନେତ୍ରୀରୁ ରାଜନେତା ହୋଇଥିବା ଗୌତମୀ ମଧ୍ୟ ତାଙ୍କ ଦଳର 'ସମର୍ଥନର ସମ୍ପୂର୍ଣ୍ଣ ଅଭାବ'ର ଅଭିଯୋଗ କରିଛନ୍ତି। ସେ ତାଙ୍କ ଚିଠିରେ ଲେଖିଛନ୍ତି, 'ଅଲଗପ୍ପନ ଆଇନକୁ ଚକ୍‌ମା ଦେଇ ମାମଲା ପଞ୍ଜିକରଣ ହେବା ପରେ ବି ୪୦ ଦିନ ଫେରାର ଅଛନ୍ତି।

ଏହି ମାମଲାରେ ନ୍ୟାୟ ପାଇଁ ଗୌତମୀ ମୁଖ୍ୟମନ୍ତ୍ରୀ ଏବଂ ପୋଲିସ ଅଧିକାରୀଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ “ଏଫ୍ଆଇଆର୍ ପଞ୍ଜୀକୃତ ହୋଇଛି, ମୁଁ ଆଶା କରୁଛି ଯେ ମୁଖ୍ୟମନ୍ତ୍ରୀ ଏବଂ ପୋଲିସ କର୍ମଚାରୀ ମୋତେ ନ୍ୟାୟ ପ୍ରଦାନ କରିବେ। ଏନେଇ ଆଜି ମୁଁ ବିଜେପିରୁ ମୋର ପଦରୁ ଇସ୍ତଫା ଦେଉଛି।”

BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ