Advertisment

ଘରର ପଞ୍ଚତତ୍ତ୍ୱକୁ କିପରି କରିବେ ସମନ୍ୱୟ; ଜାଣନ୍ତୁ ଏହି ୩ ପଏଣ୍ଟରେ

ଵାସ୍ତୁଶାସ୍ତ୍ରର ନିୟମଗୁଡିକ ଏପରି ଭାବେ କରାଯାଇଛି ଯେ ଯାହା ଆମ ଶରୀର, ଗୃହ ଏବଂ ବ୍ରହ୍ମାଣ୍ଡ ମଧ୍ୟରେ ପଞ୍ଚତତ୍ତ୍ୱ ଆଧାରରେ ଏକ ସମନ୍ଵୟ ରକ୍ଷା ହୋଇଥାଏ I ଏହା ଦ୍ୱାରା ଆମ ଗୃହରେ ସକାରାତ୍ମକ ବା ପଜିଟିଭ ଏନର୍ଜି ସୃଷ୍ଟି ହୋଇଥାଏ I ତେବେ ଗୃହରେ ଏହି ପଞ୍ଚତତ୍ତ୍ୱକୁ କିପରି ସୁଦୃଢ କରିବେ ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
Vastu Tips For House

How to balance five elements in your home

Advertisment

ବାସ୍ତୁ ଏକ ପ୍ରାଚୀନ ବିଦ୍ୟା ଯେଉଁଥିରେ ସୁଖ ସମୃଦ୍ଧି ପାଇଁ ଗୃହ ନିର୍ମାଣର ନିୟମ ପ୍ରତି ପ୍ରାଧାନ୍ୟ ଦିଆଯାଇଛି I ଏହି ଗୃହନିର୍ମାଣର ନିୟମଗୁଡିକ ବିଶେଷ କରି ପଞ୍ଚତତ୍ତ୍ୱର ସମନ୍ଵ ରକ୍ଷା ପାଇଁ କରାଯାଇଛି I ଏହି ପଞ୍ଚତତ୍ତ୍ୱ ହେଉଛି ପୃଥିବୀ, ଆକାଶ, ଜଳ, ବାୟୁ, ଓ ଅଗ୍ନି I ଏହି ପଞ୍ଚତତ୍ତ୍ୱରେ ହିଁ ବିଶ୍ୱବ୍ରହ୍ମାଣ୍ଡ ଓ ଜୀବଜଗତ ଗଢା I ଯେତେବେଳେ ଏହି ପଞ୍ଚତତ୍ତ୍ୱରେବିଷମତା ଆମ ଶରୀରରେ ଦେଖାଦିଏ ସେତେବେଳେ ଆମ ଉପରେ ଅଶୁଭ ପ୍ରଭାବ ପଡେ ଏବଂ ଆମେ ବିଭିନ୍ନ ସମସ୍ୟାରେ ପିଡୀତ ହୋଇଥାଉ I

Advertisment

ତେବେ ଵାସ୍ତୁଶାସ୍ତ୍ରର ନିୟମଗୁଡିକ ଏପରି ଭାବେ କରାଯାଇଛି ଯେ ଯାହା ଆମ ଶରୀର, ଗୃହ ଏବଂ ବ୍ରହ୍ମାଣ୍ଡ ମଧ୍ୟରେ ପଞ୍ଚତତ୍ତ୍ୱ ଆଧାରରେ ଏକ ସମନ୍ଵୟ ରକ୍ଷା ହୋଇଥାଏ I ଏହା ଦ୍ୱାରା ଆମ ଗୃହରେ ସକାରାତ୍ମକ ବା ପଜିଟିଭ ଏନର୍ଜି ସୃଷ୍ଟି ହୋଇଥାଏ I ବାସ୍ତୁଶାସ୍ତ୍ରରେ ନିର୍ମାଣ ଶୈଳୀର ନିୟମ ସହିତ ବିଭିନ୍ନ ନିତ୍ୟ ବ୍ୟବହୃତ ବସ୍ତୁର ବ୍ୟବହାର ନିୟମ ଏବଂ ଆମ ଦୈନନ୍ଦିନର ଜୀବନ ଶୈଳୀ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି I

ଅଧିକ ପଢ଼ନ୍ତୁ: ଗୃହର ଐଶାନ୍ୟ କୋଣ ବା ଉତ୍ତର-ପୂର୍ବ କୋଣର ଦୋଷ ଓ ତା’ର ପ୍ରତିକାର

ଏହି ଶାସ୍ତ୍ରର ନିୟମଗୁଡିକ ଭିତରୁ କିଛି ନିୟମ ବିଷରେ ଆଲୋଚନା କରିବା ଯାହା ଆପଣ ନିଜେ ବ୍ୟବହାର କରି ଘରେ ପଜିଟିଭ ଏନର୍ଜିକୁ ଆକର୍ଷିତ କରିପାରିବେ ଏବଂ ଶାନ୍ତି ପାଇପାରିବେ।

Advertisment
  • ଗୃହ ନିର୍ମାଣ କଲାବେଳେ ଦ୍ୱାର ଏବଂ ଝରକା ପ୍ରତି ବିଶେଷ ଧ୍ୟାନ ଦେବେI ଉତ୍ତର ଏବଂ ପୂର୍ବ ପଟରେ ଥିବା ଝରକାର ଆକାର ସବୁବେଳେ ପଶ୍ଚିମ ଏବଂ ଦକ୍ଷିଣରେ ଥିବା ଝରକାର ଆକାର ଠାରୁ ବଡ ହେବା ଦରକାର। ଏହା ଦ୍ୱାରା ପୂର୍ବ ଏବଂ ଉତ୍ତର ପଟୁ ପଜିଟିଭ ଏନର୍ଜି ବାୟୁ ମାଧ୍ୟମରେ ଅଧିକ ପରିମାଣରେ ଘରକୁ ଆସିଥାଏ I ଏବଂ ଘରର ମୁଖ୍ୟ ଦ୍ୱାରର ଆକାର ଅନ୍ୟାନ୍ୟ ଦ୍ଵାରର ଆକାର ଠାରୁ ବଡ ହେବା ଭଲ।

କିନ୍ତୁ ମନରେ ପ୍ରଶ୍ନ ଆସିବା କଥା ଯେ ଏହି ମୁଖ୍ୟ ଦ୍ୱାର ଯଦି ପଶ୍ଚିମ କିମ୍ବା ଦକ୍ଷିଣ ପଟରେ ହୋଇଥାଏ ତେବେ କ’ଣ ଆମେ ଏହାକୁ ବଡ କରିବା ?

Advertisment

ଏହି ପ୍ରଶ୍ନର ସମାଧାନ ହେଉଛି ଘରର ମୁଖ୍ୟଦ୍ଵାରକୁ ଵାସ୍ତୁବିତଙ୍କ ପରାମର୍ଶରେ ହିଁ ଠିକ୍ ସ୍ଥାନରେ କରିବେ ଏବଂ ଠିକ ସ୍ଥାନ ରେ ଥିଲେ ହିଁ ମୁଖ୍ୟଦ୍ଵାର ବଡ ଆକାରରେ କଲେ ଅଧିକ ଶୁଭ ବା ପଜିଟିଭ ଏନର୍ଜି ଘରକୁ ଆସିଥାଏ। ଅନ୍ୟଥା ଅଶୁଭ ଫଳ ମିଳେ I

  • ଘରର ବ୍ରହ୍ମସ୍ଥାନ ବା ମଧ୍ୟସ୍ଥାନ ସବୁବେଳେ ସଫାସୁତୁରା ରଖିବା ନିହାତି ଦରକାର ଏବଂ ବ୍ରହ୍ମସ୍ଥାନରେ କୌଣସି ଖମ୍ବ ନିର୍ମାଣ ନ କରିବା ଭଲ। ବ୍ରହ୍ମସ୍ଥାନରେ ଖମ୍ବ ନିର୍ମାଣ ହେଲେ ଏହା ଗୃହର ମଧ୍ୟସ୍ଥାନର ପଜିଟିଭ ଏନର୍ଜିକୁ ଡିଷ୍ଟର୍ବ କରିଥାଏ। ଏହି ବ୍ରହ୍ମସ୍ଥାନରେ ଏନର୍ଜି ଡିଷ୍ଟର୍ବ ହେଲେ ଏହାର ନକାରାତ୍ମକ ପ୍ରଭାବ ଗୃହବାସୀଙ୍କ ଉପରେ ପଡିଥାଏ।

ଏଣୁ ଯଦିବି ଖମ୍ବ ଥାଏ ତେବେ ଏହି ସ୍ଥାନରେ ପ୍ରତିକାର ସ୍ୱରୂପ ସୁଵର୍ଣ୍ଣ ସ୍ଥାପନା କରିବା ଦରକାର।

  • ଗୃହର ଐଶାନ୍ୟ କୋଣରୁ ସବୁବେଳେ ପଜିଟିଭ ଏନର୍ଜି ଗୃହକୁ ଆସିଥାଏ। ଏହି ସ୍ଥାନ ହେଉଛି ଉତ୍ତର ଏବଂ ପୂର୍ବର କୋଣ। ଏଣୁ ଏହି ସ୍ଥାନକୁ ସବୁବେଳେ ସଫା ରଖିବା ସହ ଖୋଲା ରଖିବା ଉଚିତ। ଏଠାରେ କୌଣସି ଭାରି ନିର୍ମାଣ କାର୍ଯ୍ୟ କରିବା ଅନୁଚିତ। ଯଦି ବି ଐଶାନ୍ୟ କୋଣରେ କୌଣସି ଵାସ୍ତୁଦୋଷ ଥାଏ ତେବେ ଵାସ୍ତୁବିତଙ୍କ ପରାମର୍ଶରେ ପ୍ରତିକାର କରିବା ଜରୁରୀ। ନିଜେ ମଧ୍ୟ ଏହି ଜାଗାରେ ସ୍ୱସ୍ତିକ ଚିହ୍ନର ବ୍ୟବହାର କରି କିଛି ମାତ୍ରାରେ ଦୋଷର ସମାଧାନ କରିପାରିବେ।
Vastu Tips For Home Vastu Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ