Advertisment

ଗୃହର ଐଶାନ୍ୟ କୋଣ ବା ଉତ୍ତର-ପୂର୍ବ କୋଣର ଦୋଷ ଓ ତା’ର ପ୍ରତିକାର

ଗୃହର ଐଶାନ୍ୟ କୋଣ ଅନ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହି କୋଣରେ ଦୋଷତୃଟି ଥିଲେ ଗୃହବାସୀଙ୍କୁ ଅନେକ ସମସ୍ୟା ଭୋଗିବାକୁ ପଡିଥାଏ। ଏଣୁ ଏହି କୋଣର ଦୋଷ ତୃଟିକୁ ଜାଣିବା ସହ ଏହି ସ୍ଥାନକୁ ଏତେ ଗୁରୁତ୍ୱ କାହିଁକି ଦିଆଯାଏ ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
Faults of North East or North-East corner of the house and its remedy

Faults of North East or North-East corner of the house and its remedy

Advertisment

ଗୃହରେ ଐଶାନ୍ୟ କୋଣକୁ ବହୁତ ପ୍ରାଧାନ୍ୟ ଦିଆଯାଇଥାଏ। ଏଣୁ ଏହି କୋଣରେ ଦୋଷତୃଟି ଥିଲେ ଗୃହବାସୀଙ୍କୁ ଅନେକ ସମସ୍ୟା ଭୋଗିବାକୁ ପଡିଥାଏ। ଏଣୁ ଏହି କୋଣର ଦୋଷ ତୃଟିକୁ ଜାଣିବା ପୂର୍ବରୁ ପ୍ରଥମେ ଜାଣିବା ଏହି ସ୍ଥାନକୁ ଏତେ ଗୁରୁତ୍ୱ କାହିଁକି ଦିଆଯାଇଛି।

Advertisment

ଏହା ଜାଣିବା ପାଇଁ ଆମକୁ ଆମ ପୁରାଣ ଶାସ୍ତ୍ର ଆଡକୁ ନଜର ପକେଇବାକୁ ପଡିବ। ସମ୍ପୁର୍ଣ୍ଣ ବାସ୍ତୁ ଶାସ୍ତ୍ରର ଉତ୍ପତ୍ତି ଓ ବାସ୍ତୁଶାସ୍ତ୍ରର ଉପଦେଷ୍ଟା ବିଷୟରେ ମତ୍ସ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି। ଭଗବାନ ଶଙ୍କର ଯେତେବେଳେ ଅନ୍ଧତାସୁରକୁ ବଧ କଲେ ସେତେବେଳେ ଭଗବାନ ଶଙ୍କରଙ୍କ ଲଲାଟରୁ ଝାଳ ବୋହି ପୃଥିବୀ ଉପରେ ପଡିଲା। ସେହି ଝାଳରୁ ଏକ ବିକଟାଳ ବିଶିଷ୍ଟ ପୁରୁଷ ସୃଷ୍ଟିହେଲା। ସେହି ପୁରୁଷ ଏତେ ଅତୃପ୍ତ ଥିଲା ଯେ ତିନି ଲୋକକୁ ଅବରୋଧ କରିବାକୁ ଲାଗିଲା।

ଏଣୁ ବ୍ରହ୍ମାଙ୍କ ନିର୍ଦ୍ଦେଶରେ ସମଗ୍ର ଜନତା ସେହି ପୁରୁଷକୁ ଅଧୋମୁଖ କରି ପୃଥିବୀ ପୃଷ୍ଠରେ ସ୍ଥାପନ କଲେ। ସେହି ପୁରୁଷ ବାସ୍ତୁ ପୁରୁଷ ନାମରେ ପ୍ରସିଦ୍ଧ। ଏହି ପୁରୁଷର ମୁହଁ ଉତ୍ତର-ପୂର୍ବ ବା ଐଶାନ୍ୟ କୋଣ ଏବଂ ଗୋ ଦକ୍ଷିଣ-ପଶ୍ଚିମ ବା ନୈରୁତ କୋଣକୁ ରହିଛି।

Advertisment

ବାସ୍ତୁ ପୁରୁଷର ଏହିପରି ସ୍ଥିତିକୁ ନେଇ ବାସ୍ତୁ ପୁରୁଷର ଅଙ୍ଗପ୍ରତ୍ୟେଙ୍ଗର ସ୍ଥାନକୁ ନେଇ ଗୃହ ନିର୍ମାଣ କରାଯାଏ। ଯେହେତୁ ଐଶାନ୍ୟ କୋଣରେ ବାସ୍ତୁ ପୁରୁଷଙ୍କର ମୁଣ୍ଡ ରହିଛି ତେଣୁ ଏ ଜାଗା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାତ ଥିଲା ପୌରାଣିକ ମତ କିନ୍ତୁ ବିଜ୍ଞାନ ମତକୁ ଦେଖିଲେ ଜାଣିବା ଯେ ପୃଥିବୀର ଉତ୍ତର ଦିଗରୁ ମେରୁ ଶକ୍ତି ଏବଂ ପୂର୍ବ ନିଗରୁ ସୂର୍ଯ୍ୟଙ୍କ ଶକ୍ତି ପ୍ରବାହିତ ହୋଇଥାଏ। ଏଣୁ ଆମର ବାସସ୍ଥାନରେ ମଧ୍ୟ ଉତ୍ତର ଓ ପୂର୍ବ ଦିଗରୁ ଏହି ପଜିଟିଭ୍‌ ଏନର୍ଜି ପ୍ରବାହ ହେଉଥିବାରୁ ଏହି ଦିଗରେ ନିର୍ମାଣ ସମୟରେ କୌଣସି ଅବରୋଧ ହେବା କଥା ନୁହେଁ। ପୌରାଣିକ ମତ ହେଉ କି ବିଜ୍ଞାନ ସମ୍ମତ, ଉଦ୍ଦେଶ୍ୟ ଏକ କି ଏହି ଦିଗରେ କୌଣସି ଦୋଷତୃଟି ହେବା କଥା ନୁହେଁ। ତେବେ କ’ଣ ଏହି ଦୋଷ ତୃଟି ଆସନ୍ତୁ ଜାଣିବା।

  • ଗୃହର ଐଶାନ୍ୟ କୋଣରେ ଶୌଚ୍ଚାଳୟ ଥିଲେ ଗୃହରେ ନାନା ପ୍ରକାର ଅଶାନ୍ତି ଦେଖାଦିଏ। ଉନ୍ନତିରେ ବାଧା ସୃଷ୍ଟି କରିଥାଏ।
  • ଐଶାନ୍ୟ କୋଣରେ ଅଳିଆ ଆବର୍ଜନା ଗଦା ହୋଇଥିଲେ ଗୃହରେ ଅଶାନ୍ତି ବୃଦ୍ଧି ଏବଂ ଧନନାସ ହୋଇଥାଏ।
  • ଐଶାନ୍ୟ କୋଣ ଉଚ୍ଚ ହେଲେ ତାହା ଧନହାନୀ, ସନ୍ତାନହାନୀ ଓ ଅନେକ ସମସ୍ୟାର କାରଣ ହୋଇଥାଏ।
  • ଯଦି ଐଶାନ୍ୟ କୋଣ କଟି ଯାଇଥାଏ ତେବେ ଗୃହକର୍ତ୍ତା ଅନେକ ସମସ୍ୟା ଘେରରେ ପଡନ୍ତି ଯଥା ବ୍ୟବସାୟରେ ହାନୀ, ସନ୍ତାନ ପକ୍ଷକୁ ନେଇ କଷ୍ଟ ଉପୁଜିଥାଏ।
Advertisment

ଯଦି ଆପନଙ୍କ ଗୃହରେ ଏହି ସମସ୍ୟା ଅଛି ତେବେ ଏହାର ପ୍ରତିକାର ବାସ୍ତୁବିତ୍‌ଙ୍କ ପରାମର୍ଶ ନେଇ ଶିଘ୍ର ସମାଧାନ କରାଇ ନେବା ଦରକାର। କିନ୍ତୁ କିଛି ପ୍ରତିକାର ନିଜେ ମଧ୍ୟ କରିପାରବେ ତାହା ନିମ୍ନରେ ଦିଆଗଲା।

  • ଐଶାନ୍ୟ କୋଣକୁ ସବୁବେଳେ ସଫା ରଖନ୍ତୁ
  • ଗୃହକର୍ତ୍ତା ସୋମବାର ବ୍ରତ ପାଳନ କରନ୍ତୁ
  • ପ୍ରତିଦିନ ଶିବଙ୍କୁ ଉପାସନା କରନ୍ତୁ

(ବିଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

ଆଷ୍ଟ୍ରୋ ବାସ୍ତୁ ବିଶେଷଜ୍ଞ

ଦୂରଭାଷ: ୯୩୪୮୬୮୨୪୭୯

Vastu Bichar Vastu Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ