ଭାରତର ସ୍ମାର୍ଟ ମନ୍ଦିର, ଏଠି ଭକ୍ତଙ୍କ ପାଇଁ ସବୁକିଛି ଅନଲାଇନ୍ ସୁବିଧା

ଅନେକ ମନ୍ଦିରରେ ଦେଖିବାକୁ ମିଳିଲାଣି ଆପ୍ ସେବା । ଯାହା ଦ୍ୱାରା ଶ୍ରଦ୍ଧାଳୁମାନେ ଭଗବାନଙ୍କ ଦର୍ଶନ ସହ ବିଭିନ୍ନ ସୁବିଧା ପାଇପାରିବେ ।

ସ୍ମାର୍ଟ ମନ୍ଦିର

ବଢୁଛି ଟେକ୍ନୋଲୋଜି । ଡିଜିଟାଲ ହେଉଛି ଭାରତ । ପ୍ରଥମେ ବ୍ୟାଙ୍କିଂ ଏବଂ ପରେ ଶିକ୍ଷା ଓ ଗମନାଗମନ କ୍ଷେତ୍ରରେ ଡିଜିଟାଲର ଛାପ ଦଖିବାକୁ ମିଳିଛି । ହେଲେ ଏବେ ଅନେକ ମନ୍ଦିରରେ ଦେଖିବାକୁ ମିଳିଲାଣି ଆପ୍ ସେବା । ବର୍ତ୍ତମାନ ନୂତନ ଟେକ୍ନୋଲୋଜିକୁ ଗ୍ରହଣ କରି ଭାରତର କିଛି ବଡ଼ ବଡ଼ ମନ୍ଦିରମାନେ ନିଜସ୍ୱ ମୋବାଇଲ୍ ଆପ୍ ପ୍ରସ୍ତୁତ କରିଛନ୍ତି । ଯାହା ଦ୍ୱାରା ଶ୍ରଦ୍ଧାଳୁମାନେ ଭଗବାନଙ୍କ ଦର୍ଶନ ସହ ବିଭିନ୍ନ ସୁବିଧା ପାଇପାରିବେ । ମନ୍ଦିର ଗୁଡ଼ିକ ପକ୍ଷରୁ ଅଫିସିଆଲ ଆପ୍ କରାଯାଇଥିବ ବେଳେ କତେକ ଆଇଫୋନ୍ ଓ ଆଇପ୍ୟାଡକୁ ନେଇ ମଧ୍ୟ ବ୍ୟବସ୍ଥା କରାଯାଛି । 

ଫଳରେ ଶ୍ରଦ୍ଧାଳୁ ବା ଭକ୍ତମାନେ ଭଗବାନଙ୍କ ଦର୍ଶନ କରିବା ସହ ଆଳତି ଦେଖିବାର ସୁଯୋଗ ପାଇପାରିବେ । ମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଥିବା ଏହି ଆପ୍ ଜରିଆରେ ଶ୍ରଦ୍ଧାଳୁମାନେ କିଛି ପ୍ରମୁଖ ସେବା ଓ ସହାୟତା ମଧ୍ୟ ପାଇପାରିବାର ବ୍ୟବସ୍ଥା କରାଯାଇଛି । ମନ୍ଦିର ପକ୍ଷରୁ ଭଗବାନଙ୍କ ଦର୍ଶନ ପାଇଁ ପାସ୍, ଆଳତି ସ୍ଲଟ୍ ବୁକ୍ ଏବଂ ପ୍ରସାଦ କିଣିବା ନେଇ ବ୍ୟବସ୍ଥା ହୋଇଛି। 

କାଶୀ ବିଶ୍ୱନାଥ ମନ୍ଦିର, ବାରଣାସୀ 

ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିର ପକ୍ଷରୁ ଭକ୍ତଙ୍କ ପାଇଁ ଆପ୍‌ର ବ୍ୟବସ୍ଥା ହୋଇଛି । ଭକ୍ତମାନଙ୍କୁ ବାବାଙ୍କ ଆଳତି, ରୁଦ୍ରାଭିଷେକ, ମହାଦେବଙ୍କ ପୂଜା ପରି ଦର୍ଶନ ପାଇଁ ଅନେକ ବ୍ୟବସ୍ଥା କରାଯାଇଛି । ଯାହାଦ୍ୱାରା ଭକ୍ତମାନେ ମହାଦେବଙ୍କୁ ଦର୍ଶନ କରିପାରିବେ । ଭକ୍ତମାନେ ଆପ୍ ମାଧ୍ୟମରେ ବୁକିଂ କଲେ ଏସଏମଏସ୍ ସହ ଟୋକନ ନମ୍ବର ପାଇପାରିବେ ।  ଯାହାଫଳରେ ଭକ୍ତମାନେ ସିଧାସଳଖ ମହାଦେବଙ୍କୁ ଦର୍ଶନ କରିପାରିବେ । ଖାଲି ସେତିକି ନୁହେଁ ଏହି ଆପ୍ ମାଧ୍ୟମରେ ମହାଦେବଙ୍କ ପୂଜା ମଧ୍ୟ ଦେଖିହେବ । 

ଶ୍ରୀ ସିଦ୍ଧି ବିନାୟକ ମନ୍ଦିର, ମୁମ୍ବାଇ 

ମୁମ୍ବାଇ ସ୍ଥିତ ସିଦ୍ଧି ବିନାୟକ ମନ୍ଦିର ପକ୍ଷରୁ ଅଫିସିଆଲ୍ ଆପ୍‌ର ବ୍ୟବସ୍ଥା କରାଯାଇଛି । ଏହି ଆପ୍ ମାଧ୍ୟମରେ ଶ୍ରୀ ଗଣେଶଙ୍କୁ ଦର୍ଶନ କରିହେବ । ଏହା ବ୍ୟତୀତ ବ୍ୟକ୍ତିଗତ ପୂଜା ପାଇଁ ମଧ୍ୟ ଶ୍ରଦ୍ଧାଳୁମାନେ ତାରିଖ ବୁକିଂ କରିପାରିବେ । ମନ୍ଦିର ସମ୍ବଦ୍ଧୀୟ ସମସ୍ତ ତଥ୍ୟ ମଧ୍ୟ ଏଥିରୁ ମିଳିପାରିବ । 

ଶ୍ରୀ ମହାକାଳେଶ୍ୱର ଜ୍ୟୋର୍ତିଲିଙ୍ଗ ମନ୍ଦିର, ଉଜ୍ଜୈନ୍

ଶ୍ରୀ ମହାକାଳେଶ୍ୱର ଜ୍ୟୋର୍ତିଲିଙ୍ଗଙ୍କ ଦର୍ଶନ, ସମୟ ଅନୁସାରେ ମନ୍ଦିର ପକ୍ଷରୁ ଭକ୍ତଙ୍କ ପାଇଁ ହୋଇଥିବା ଆପ୍‌ରେ ଲାଇଭ୍ ଦର୍ଶନର ବ୍ୟବସ୍ଥା କରାଯାଇଛି । ତାହା ସହ ମନ୍ଦିର ପରିଦର୍ଶନ କରିବାକୁ ଏହି ଆପ୍‌ରେ ବୁକିଂର ବ୍ୟବସ୍ଥା ରହିଛି । ଆଳତି ଦେଖିବା କିମ୍ବା ମନ୍ଦିର ପରିଦର୍ଶନ କରିବାକୁ ହେଲେ ଆଇଡି ପ୍ରୁଫ୍‌ର ବ୍ୟବସ୍ଥା ହୋଇଛି । ଏହାହାସହ ମନ୍ଦିର ପକ୍ଷରୁ ପାଳନ କରାଯାଥିବା ପର୍ବ ଓ ମନ୍ଦିର ବିଷୟରେ ଅନ୍ୟାନ୍ୟ ସମସ୍ତ ତଥ୍ୟ ଦିଆଯାଇଛି । 

ସାଇବାବା ମନ୍ଦିର, ସିରିଡ଼ି

ଶିରିଡିର ସାଇବାବାଙ୍କ ମନ୍ଦିର ପକ୍ଷରୁ ମଧ୍ୟ ଭକ୍ତଙ୍କ ସୁବିଧା ପାଇଁ ଆପ୍‌ର ବ୍ୟବସ୍ଥା କରାଯାଇଛି । ବାବାଙ୍କ ଦର୍ଶନ ପାଇଁ ଏହି ଆପ୍ ମାଧ୍ୟମରେ ବୁକିଂ କରିବାର ବ୍ୟବସ୍ଥା ରହିଛି । ବାବାଙ୍କ ଆଳତି, ଦର୍ଶନ ଓ ଭକ୍ତଙ୍କ ରହିବାର ବ୍ୟବସ୍ଥା ପାଇଁ ମଧ୍ୟ ଏଥିରେ ସୁବିଧା ରହିଛି । 

ତିରୁପତି ମନ୍ଦିର

ତିରୁପତି ମନ୍ଦିର ପକ୍ଷରୁ ମଧ୍ୟ ଏକ ଆପ୍ ରହିଛି । ଭକ୍ତଙ୍କ ସୁବିଧା ପାଇଁ ମନ୍ଦିର ପକ୍ଷରୁ ଆପ୍ କରାଯାଇଥିବା ବେଳେ ଏଥିରେ ତିରୁପତିଙ୍କ ଦର୍ଶନ କରିବା ସହ ଅନ୍ୟାନ୍ୟ ସୁବିଧା ପାଇଁ ବ୍ୟବସ୍ଥା ରହିଛି । ଏହି ଆପର ଲଗିନ୍ ବ୍ୟବସ୍ଥା ଅତ୍ୟନ୍ତ ସହଜ ରହିଥିବା କୁହାଯାଇଛି ।