Advertisment

ସରକାରଙ୍କ ଫୋକସ୍‌ରେ ଯୁବପିଢି ! ଭୋଟ୍‌ ହାତେଇବାକୁ କଲେଜ୍‌ରେ ସ୍ପେଶାଲ ଡ୍ରାଇଭ୍‌ ଫନ୍ଦି?

ପ୍ରଥମ ଥର ଲାଗି ଅଭିନବ ପଦକ୍ଷେପ ନେଇଛି ଉଚ୍ଚଶିକ୍ଷା ବିଭାଗ । ରାଜ୍ୟରେ ଯୁବ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଇଛି ।

ଅଦ୍ୟତନ ହୋଇଛି
undefined

College Admission & Voter I Card Form

Advertisment

କଲେଜରେ ନାମ ଲେଖା ଫର୍ମ ସହିତ ମିଳିବ ଭୋଟର ଲିଷ୍ଟରେ ସାମିଲ ଲାଗି ଫର୍ମ । ପ୍ରଥମ ଥର ଲାଗି ଏପରି ଅଭିନବ ଢଙ୍ଗରେ ରାଜ୍ୟରେ ଯୁବ ଭୋଟରଙ୍କ ସଂଖ୍ୟା ବଢ଼ାଇବାକୁ ପଦକ୍ଷେପ ନେଇଛି ଉଚ୍ଚଶିକ୍ଷା ବିଭାଗ । ଉଦ୍ଦେଶ୍ୟ ଯୁବ ଭୋଟରଙ୍କ ପଞ୍ଜୀକରଣ ସଂଖ୍ୟା ବଢ଼ାଇବା। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେବା ପରେ ଆଜି ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଏହା ପଛରେ ରାଜନୀତିର ଗନ୍ଧ ବାରିଛନ୍ତି ବିରୋଧୀ ।

Advertisment

ରାଜ୍ୟରେ ନୂଆ ଭୋଟରଙ୍କ ସଂଖ୍ୟା ହ୍ରାସ ପାଉଛି। ଯୁବ ଭୋଟର, ଭୋଟର୍ ଲିଷ୍ଟରେ ନାଁ ପଞ୍ଜୀକରଣ ଲାଗି ଅମଙ୍ଗ ହେଉଛନ୍ତି। ଅନ୍ୟ ଭୋଟର ବର୍ଗ ଗୁଡ଼ିକ ଅପେକ୍ଷା ଯୁବ ଭୋଟର ବର୍ଗରେ ଭୋଟରଙ୍କ ସଂଖ୍ୟା ଆଶାନୁରୂପ ନୁହେଁ। ଯାହାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଯୁବ ଭୋଟରଙ୍କ ସଂଖ୍ୟା ବଢାଇବା ଲାଗି ଉଚ୍ଚଶିକ୍ଷା ସଚିବଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ଯେଉଁଥିରେ ନିର୍ଦ୍ଦେଶ ଅଛି, ନୂଆ ଭୋଟରଙ୍କ ପଞ୍ଜୀକରଣ ଲାଗି କ୍ୟାଂପସ୍ ରେ କରାଯାଉ ସ୍ପେଶାଲ ଡ୍ରାଇଭ।

ଆଡମିଶନ ସମୟରେ ଛାତ୍ରଛାତ୍ରୀଙ୍କୁ ଭୋଟର ପଞ୍ଜୀକରଣ ଲାଗି ଫର୍ମ ପୂରଣ କରାଇବେ କର୍ତ୍ତୃପକ୍ଷ। ଖାଲି ସେତିକି ନୁହେଁ ଛାତ୍ରଛାତ୍ରୀଙ୍କୁ ଭୋଟର ହେଲପ୍ ଲାଇନ୍ ଆପ୍ ମାଧ୍ୟମରେ ଆବେଦନ କରିବା ଲାଗି ମଧ୍ୟ ସଚେତନ କରିବେ । ନିର୍ବାଚନ ଅଧିକାରୀଙ୍କ ଚିଠି ପାଇବା ପରେ ଉଚ୍ଚ ଶିକ୍ଷା ସଚିବ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟର କୁଳସଚିବ ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ।

Advertisment

ଯୁବ ଭୋଟରଙ୍କ ପଞ୍ଜୀକରଣ ପାଇଁ ସରକାର ହଠାତ୍ କାହିଁକ ତତ୍ପରତା ଦେଖାଇଲେ? କଲେଜ କ୍ୟାଂପସରେ ନୂଆ ଭୋଟରଙ୍କ ପାଇଁ ସ୍ପେଶାଲ ଡ୍ରାଇଭ, ରାଜନୈତିକ ଅଭିସନ୍ଧିମୂଳକ ନୁହେଁ ତ ? ସରକାର ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଥିବା ବେଳେ ନୂଆ ଭୋଟର ପଞ୍ଜୀକରଣ କରି ଭୋଟ୍ ହାତେଇବାକୁ ଚେଷ୍ଟା କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ବର୍ଷକୁ ହାରାହାରି ୬ ଲକ୍ଷ ପିଲା ମାଟ୍ରିକ୍ ପାସ୍ କରୁଛନ୍ତି । ସେ ହିସାବକୁ ଦେଖିଲେ ୨୦୧୯ ତୁଳନାରେ ପ୍ରାୟ ୨୭ ଲକ୍ଷ ଯୁବ ଭୋଟର ୨୪ ନିର୍ବାଚନରେ ଭାଗ ନେବେ। ତେବେ ଭୋଟ ବିମୁଖ ଯୁବପିଢ଼ିକୁ ଏହି ନୂଆ କ୍ୟାମ୍ପେନ୍ କେତେ ଆକୃଷ୍ଟ କରିପାରୁଛି, ତା ଉପରେ ନଜର ।

Advertisment
College Admission Voters List
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ