Advertisment

ଦେଶରେ ବଢ଼ୁଛି ଅଣ୍ଡାର ଚାହିଦା, କେମିତି ଜାଣିବେ ଏହା ଅସଲି ନା ନକଲି ?

ସବୁବେଳେ ଅଣ୍ଡାର ଚାହିଦା ଅଧିକ ଥାଏ, ହେଲେ ଶୀତ ଦିନରେ ଏହାର ଚାହିଦା ଆହୁରି ବୃଦ୍ଧି ପାଏ। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି କିଛି ଅସାଧୁ ବ୍ୟବସାୟୀ ଏହାର ଫାଇଦା ଉଠାଇବା ପାଇଁ ଚେଷ୍ଟା କରିଥାନ୍ତି ଓ ନକଲି ଅଣ୍ଡା ବିକ୍ରି କରିଥାନ୍ତି।

ଅଦ୍ୟତନ ହୋଇଛି
How To Identify Plastic Egg And Original Egg

How To Identify Plastic Egg And Original Egg

Advertisment

ଉତ୍ତର ଭାରତରେ ଶୀତର ପ୍ରକୋପ ଆରମ୍ଭ ହୋଇଯାଇଛି। କିଛି କିଛି ସ୍ଥାନରେ ଏବେଠୁ ହାଡ଼ଭଙ୍ଗା ଶୀତ ମଧ୍ୟ ଅନୁଭୂତ ହେଲାଣି। ଦେଶରେ ଥଣ୍ଡା ଆସିବା ମାତ୍ରେ ଅଣ୍ଡା(Egg)ର ଚାହିଦା ବଢ଼ିଯାଏ। କାରଣ ଅଣ୍ଡାରେ ପ୍ରୋଟିନ୍‌, କ୍ୟାଲସିୟମ ଏବଂ ଓମେଗା-୩ ଅଧିକ ମାତ୍ରାରେ ଥାଏ। ଏମିତିରେ ସବୁବେଳେ ଅଣ୍ଡାର ଚାହିଦା ଅଧିକ ଥାଏ, ହେଲେ ଶୀତ ଦିନରେ ଏହାର ଚାହିଦା ଆହୁରି ବୃଦ୍ଧି ପାଏ। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି କିଛି ଅସାଧୁ ବ୍ୟବସାୟୀ ଏହାର ଫାଇଦା ଉଠାଇବା ପାଇଁ ଚେଷ୍ଟା କରିଥାନ୍ତି ଓ ନକଲି ଅଣ୍ଡା ବିକ୍ରି କରିଥାନ୍ତି। ଯଦି ଆପଣ ଶୀତ ଦିନରେ ଅଣ୍ଡା ଖାଉଛନ୍ତି, ତା’ହେଲେ କିଣିବା ପୂର୍ବରୁ ଏହା ଅସଲି ନା ନକଲି ଜାଣନ୍ତୁ। ନଚେତ୍‌ ନକଲି ଅଣ୍ଡା ଖାଇବା ଯୋଗୁ ଆପଣ ରୋଗରେ ପଡ଼ିପାରନ୍ତି।

Advertisment

ଭାରତରେ ଅଣ୍ଡାର ଉତ୍ପାଦନ ଓ କାରବାର...

ମିଡିଆ ରିପୋର୍ଟ ଅନୁସାରେ, ଦେଶରେ ଅଣ୍ଡା କାରବାର ୧ ଲକ୍ଷ କୋଟିରୁ ଅଧିକ ଥିବାବେଳେ ଭାରତ ବିଶ୍ୱର ତୃତୀୟ ଅଣ୍ଡା ଉତ୍ପାଦନକାରୀ ଦେଶ। ପ୍ରଥମ ସ୍ଥାନରେ ଆମେରିକା ଥିବାବେଳେ ଦ୍ୱିତୀୟ ସ୍ଥାନରେ ଚୀନ ରହିଛି। ସରକାରୀ ସୂତ୍ର ଅନୁସାରେ, ୨୦୨୦-୨୧ ମସିହାରେ ଭାରତରେ ୧୨୨.୦୫ ଅରବ ଅଣ୍ଡା ଉତ୍ପାଦନ କରାଯାଇଥିଲା। ଭାରତରେ ସବୁଠାରୁ ଅଧିକ ସଂଖ୍ୟକ ଅଣ୍ଡା ଉତ୍ପାଦନ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ହୋଇଥାଏ।

ବଢ଼ୁଛି ନକଲି ଅଣ୍ଡାର କାରବାର...

ଲୋକଙ୍କ ମଧ୍ୟରେ ଅଣ୍ଡାର ଚାହିଦା ବୃଦ୍ଧି ପାଉଥିବାରୁ ଭାରତରେ ନକଲି ଅଣ୍ଡାର କାରବାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ବର୍ଷ ହେବ ମାର୍କେଟ୍‌ରେ ନକଲି ଅଣ୍ଡା (Artificial Egg) ବିକ୍ରି ମାମଲା ବଢ଼ିବାରେ ଲାଗିଛି। ତେଣୁ ଦୋକାନରୁ ଅଣ୍ଡା କିଣିବା ପୂର୍ବରୁ ଭଲ ଭାବରେ ଏହା ଅସଲି ନା ନକଲି ପରଖି ଏହାକୁ କିଣନ୍ତୁ। କାରଣ ନକଲି ଅଣ୍ଡା ଅଧିକ ସୁନ୍ଦର ଓ ଚକ୍‌ଚକ୍‌ ଦିଶିଥାଏ। ଅଧିକାଂଶ ଲୋକ ଅଣ୍ଡାର ଚମକଦାର୍‌କୁ ନେଇ ଭ୍ରମରେ ପଡ଼ି ଯାଆନ୍ତି ଓ ଏହାକୁ ଅସଲି ଅଣ୍ଡା ଭାବି କିଣିଥାନ୍ତି। ରିପୋର୍ଟ ଅନୁସାରେ, ହାଇଦ୍ରାବାଦରେ କେବଳ ପ୍ରତ୍ୟେକ ଦିନ ୭୫ ଲକ୍ଷ ଅଣ୍ଡା ବିକ୍ରି ହୋଇଥାଏ। 

Advertisment

କେମିତି ଜାଣିବେ ଅସଲି ନା ନକଲି ? 

ନକଲି ଅଣ୍ଡା ପ୍ରସ୍ତୁତ ପାଇଁ ଏଥିରେ ପ୍ଲାଷ୍ଟିକ ଖୋଳ ବ୍ୟବହାର କରାଯାଇଥାଏ। ଯଦି ଆପଣ ନକଲି ଅଣ୍ଡାକୁ ନିଆଁ ପାଖରେ ରଖିବେ ତା’ହେଲେ ପ୍ଲାଷ୍ଟିକ ଜିନିଷ ଜଳିବା ଭଳି ଦୁର୍ଗନ୍ଧ ସେଥିରୁ ବାହାରିବ। ଏପରିକି ଏହି ପ୍ଲାଷ୍ଟିକ ଖୋଳ ଜଳି ଯାଇଥାଏ। 

ଏସବୁ କଥା ଉପରେ ମଧ୍ୟ ଧ୍ୟାନ ରଖନ୍ତୁ...

ଅସଲି ଅଣ୍ଡାକୁ ହାତରେ ହଲାଇଲେ ଏଥିରୁ କୌଣସି ଶବ୍ଦ ବାହାରି ନଥାଏ। ହେଲେ ନକଲି ଅଣ୍ଡାକୁ ହଲାଇଲେ ଏଥିରେ କିଛି ଥିବା ଭଳି ଶବ୍ଦ ହୋଇଥାଏ। ତେଣୁ ଯେବେବି ମାର୍କେଟ୍‌ରୁ ଅଣ୍ଡା କିଣିବେ, ଏହା ପୂର୍ବରୁ ଅସଲି ନା ନକଲି ଭଲ ଭାବରେ ପରଖନ୍ତୁ। ନଚେତ୍‌ ନକଲି ଅଣ୍ଡା ଖାଇବା ଯୋଗୁ ଆପଣଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିପାରେ। 

Advertisment
Egg Plastic Egg
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ