Puri Police Crack Down on Crime & Drugs Ahead of Festive Season
ପାର୍ବଣ ପୂର୍ବରୁ ପୁରୀକୁ ଅପରାଧ ଅପରାଧ ଓ ନିଶାମୁକ୍ତ କରିବା ପାଇଁ ଜୋରଦାର ଚଢ଼ାଉ । ଗତ ୨୪ ଘଣ୍ଟାରେ ଆତଙ୍କ ସୃଷ୍ଟି କରୁଥିବା ସାତଜଣ ଦୁର୍ବୃତ୍ତ ଓ ଜଣେ ନାବାଳକଙ୍କୁ ଗିରଫ କରିଛି ପୁରୀ ପୋଲିସ। ବାଇକ୍ ଚୋରି ଠାରୁ ଆରମ୍ଭ କରି ଡ୍ରଗସ ବେପାରରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ କାବୁ କରିଛି ପୁରୀ ପୋଲିସ।
ସେହିପରି ପର୍ଯ୍ୟଟନ ସହରରେ ଦୌରାତ୍ମ୍ୟ କରୁଥିବା ୫୨ ଜଣ ମାତାଲଙ୍କୁ ପୁରୀ ପୋଲିସ୍ ଧରିଥିବା ଏସପି ସୂଚନା ଦେଇଛନ୍ତି। ସାର୍ବଜନୀନ ସ୍ଥାନରେ ମଦ୍ୟପାନ ଓ ଅସଭ୍ୟାଚାର ବିରୋଧରେ ପୁରୀ ପୋଲିସ ର ଅଭିଯାନ। ଚେକିଂ ସମୟରେ ସାର୍ବଜନୀନ ସ୍ଥାନରେ ମଦ୍ୟପାନ କରିଥିବା ଓ ଅଶାନ୍ତି ସୃଷ୍ଟି କରୁଥିବା ମୋଟ ୫୨ ଜଣ ଉଲ୍ଲଙ୍ଘନକାରୀଙ୍କୁ ଧରିଛି ପୋଲିସ୍ ।
ସେହିପରି ଅପରାଧ ଦମନ ପାଇଁ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଗକୁ ସହରକୁ ନିଶାମୁକ୍ତ ସହ ଅପରାଧ ମୁକ୍ତ ପାଇଁ ପୁରୀ ପୋଲିସ ପକ୍ଷରୁ ଚଢାଉ ଅଭିଯାନ ଜାରି ରହିବ ବୋଲି ପୁରୀ ଏସପି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1757078225.jpg)