Advertisment

FM College ଛାତ୍ରୀଙ୍କ ଆତ୍ମଦାହ ପ୍ରୟାସ: ନିଲମ୍ବିତ ଅଧ୍ୟକ୍ଷ ଗିରଫ

ବାଲେଶ୍ୱର FM କଲେଜର ନିଲମ୍ବିତ ପ୍ରିନ୍ସିପାଲ ଗିରଫ । ନିଲମ୍ବିତ ପ୍ରିନ୍ସିପାଲ ଦିଲୀପ ଘୋଷଙ୍କୁ ଗିରଫ କରିଛି ସହଦେବଖୁଣ୍ଟା ପୋଲିସ । ଦିଲୀପ ଘୋଷଙ୍କ ଗିରଫ ଦାବି କରି ଆସୁଥିଲେ ଛାତ୍ରୀଙ୍କ ପରିବାର ପୂର୍ବରୁ ଏଜୁକେସନ ବିଭାଗ HOD ସମୀର ସାହୁ ଗିରଫ ହୋଇଥିଲେ ।

ଅଦ୍ୟତନ ହୋଇଛି
ନିଲମ୍ବିତ ପ୍ରିନ୍ସିପାଲ ଦିଲୀପ ଘୋଷ ଗିରଫ

FM College Principal Arrested

Advertisment

ବାଲେଶ୍ୱର/ଭୁବନେଶ୍ୱର; ଫକୀର ମୋହନ ମହାବିଦ୍ୟାଳୟ ପରିସରରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ । ପୂର୍ବରୁ ନିଲମ୍ବିତ ହୋଇଥିବା ପ୍ରିନ୍ସିପାଲ୍ ଦିଲୀପ ଘୋଷଙ୍କୁ ଗିରଫ କରିଛି ପୋଲିସ । ଛାତ୍ରୀ ଆତ୍ମଦାହ ଉଦ୍ୟମ ଘଟଣାକୁ ଗୁରୁତର ସହ ନିଆଯାଇଥିବା ବେଳେ ବର୍ତ୍ତମାନ ଏହି ମାମଲାରେ ନିଲମ୍ବିତ ପ୍ରିନ୍ସିପାଲଙ୍କୁ ଗିରଫ କରିଛି ସହଦେବଖୁଣ୍ଟା ପୋଲିସ । ଛାତ୍ରୀଙ୍କ ପରିବାର ପକ୍ଷରୁ ଏନେଇ ତାଙ୍କୁ ଗିରଫ କରାଯାଉ ବୋଲି ଅଭିଯୋଗ ହୋଇ ଆସୁଥିଲା। ଏହି ଘଟଣାର ତଦନ୍ତ ଜାରି ରହିଥିବା ବେଳେ ସଂପୃକ୍ତ ନିଲମ୍ବିତ ପ୍ରିନ୍ସିପାଲଙ୍କୁ ଗିରଫ କରାଯାଇଛି । ପୂର୍ବରୁ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା  ଏଜୁକେସନ୍ ବିଭାଗ HOD ସମୀର ସାହୁଙ୍କୁ ପୋଲିସ ଗିରଫ କରିଥିଲା । 

Advertisment

ସେପଟେ FM କଲେଜରେ କ୍ରାଇମବ୍ରାଞ୍ଚ ଛାନଭିନ୍ ଜାରି ରଖିଛି। କ୍ରାଇମବ୍ରାଞ୍ଚ CAW & CWର ଦୁଇ ଜଣିଆ ଟିମ୍ ଆଜି ବି କଲେଜକୁ ଯାଇ ତଦନ୍ତ କରୁଛନ୍ତି । କଲେଜର ଛାତ୍ରଛାତ୍ରୀ ଓ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରି ତଦନ୍ତ କରୁଛି କ୍ରାଇମ ଏଗେନ୍ଷ୍ଟ ଓମେନ ଏବଂ ଚିଲଡ୍ରେନ୍ ୱିଙ୍ଗ୍। ୩ ଜଣିଆ ଉଚ୍ଚସ୍ତରୀୟ କମିଟି ମଧ୍ୟ ଘଟଣାର ତଦନ୍ତ ଜାରି ରଖିଛି। ଗତକାଲି ଏହି ଟିମ୍ ନିଲମ୍ବିତ ପ୍ରିନ୍ସିପାଲଙ୍କୁ ପଚରାଉଚରା କରିଥିଲା। କଲେଜର ଇଣ୍ଟରନାଲ୍ କମ୍ପ୍ଲେନ୍ କମିଟି ରିପୋର୍ଟକୁ ବି ତଦାରଖ କରାଯାଇଛି। ସେପଟେ ପୀଡ଼ିତାଙ୍କ ଦ୍ରୁତ ଆରୋଗ୍ୟ ଓ ସୁସ୍ଥତା କାମନା କରି ବାଲେଶ୍ବରରେ ସାଙ୍ଗସାଥି ବିଭିନ୍ନ ମନ୍ଦିରରେ ପୂଜା କରିଛନ୍ତି। ଆରୋଗ୍ୟ କାମନା କରି ମନ୍ଦିରରେ ପାଣି ଢାଳିବା ସହ ଦୀପଦାନ କରୁଛନ୍ତି ସହପାଠୀ।

ଅନ୍ୟପଟେ FM କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଗୁରୁତ୍ବପୁର୍ଣ୍ଣ ବୈଠକ। ତିନି ବିଭାଗର ପ୍ରମୁଖ ସଚିବ ଓ ଡିଜିପିଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା। ମହିଳା ଓ ଶିଶୁ ବିକାଶ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବଙ୍କ ସହ ଆଲୋଚନା କଲେ ସିଏସ୍। ବିଭାଗୀୟ ସଚିବଙ୍କ ସହ ଆଲୋଚନା କରି ମୁଖ୍ୟ ଶାସନ ସଚିବ ସବିଶେଷ ତଥ୍ୟ ନେଇଥିବା ସୂଚନା। ଅନ୍ୟପଟେ ପୋଲିସ ଡିଜିଙ୍କ ସହ ମଧ୍ୟ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ । ତଦନ୍ତର ଅଗ୍ରଗତି ଓ ସ୍ଥିତି ସମ୍ପର୍କରେ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି ସିଏସ୍ ।

Advertisment
Odisha News Odisha Balesore
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ