Advertisment

Minor Burnt Case: AIIMSରୁ ଏୟାର ଲିଫ୍ଟ, ବଳଙ୍ଗାରେ ଟେନସନ୍

ନାବାଳିକା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସ ଏୟାରଲିଫ୍ଟ କରାଯାଉଥିବା ବେଳେ ପୁରୀ ବଳଙ୍ଗା ଥାନାରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି। ବଳଙ୍ଗା ଥାନା ବାହାରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେଡି ନେତାମାନେ ଥାନାରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୋଲିସ୍ ସହ ଧସ୍ତାଧସ୍ତି ସହ ପ୍ରବଳ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

Balanga Minor Burnt Case (Edited Image)

Balanga Minor Burnt Case (Edited Image)

Advertisment

ବଳଙ୍ଗା ଥାନାରେ ପ୍ରବଳ ଉତ୍ତେଜନା। ବିଜେଡି ନେତା-ପୋଲିସ୍ ଧସ୍ତାଧସ୍ତି। ଗୋଟିଏ ପଟେ ବଳଙ୍ଗା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଉଥିବାବେଳେ ଅନ୍ୟପଟେ ବଳଙ୍ଗା ଥାନାରେ ବିକ୍ଷୋଭ ଦେଖିବାକୁ ମିଳିଛି।

Advertisment

ନାବାଳିକା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସ ଏୟାରଲିଫ୍ଟ କରାଯାଉଥିବା ବେଳେ ପୁରୀ ବଳଙ୍ଗା ଥାନାରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି। ବଳଙ୍ଗା ଥାନା ବାହାରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେଡି ନେତାମାନେ ଥାନାରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୋଲିସ୍ ସହ ଧସ୍ତାଧସ୍ତି ସହ ପ୍ରବଳ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଗତକାଲି ଅପେକ୍ଷା ଉନ୍ନତି ଆସିଛି ଏବଂ ଦିଲ୍ଲୀ ଏମ୍ସରେ ତାଙ୍କୁ ଅଧିକ ଉନ୍ନତ ଚିକିତ୍ସା ମିଳିପାରିବ ବୋଲି କହିଛନ୍ତି ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ। କିଛି ସମୟ ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକ କହିଛନ୍ତି ଯେ, ଦିଲ୍ଲୀ ଏମ୍ସର ଡାକ୍ତରୀଦଳ ଟିମ୍ ସହ ଯୋଗାଯୋଗ ସରିଛି। ପୀଡ଼ିତାଙ୍କ ଶରୀରର ପ୍ରାୟ ୭୫% ପୋଡ଼ିଯାଇଥିବାରୁ ଦିଲ୍ଲୀ ଏମ୍ସରେ ତାଙ୍କୁ ସବୁ ପ୍ରକାର ଅତ୍ୟାଧୁନିକ ଚିକିତ୍ସା ମିଳିପାରିବ। ସେଥିପାଇଁ ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଉଛି।

Advertisment

ତେବେ ନାବାଳିକାଙ୍କ ଦେହରେ କିଏ ଲଗାଇଲା ନିଆଁ ? କିଏ ସେହି ୩ରୁ ୪ ଜଣ ଦୁର୍ବୃତ୍ତ ଏବଂ କାହିଁକି ସଂପୃକ୍ତ ୧୫ ବର୍ଷିୟା ନାବାଳିକା ଦେହରେ ଲଗାଇଲେ ନିଆଁ ? ନିର୍ମମ କାଣ୍ଡ ପଛର କାରଣ ଏଯାଏଁ ଜଣାପଡ଼ିନଥିବାବେଳେ ପୁରୀ ବଳଙ୍ଗା ଗାଁରେ ଛାନଭିନ ଚଲାଇଛି ପୋଲିସ୍। ଏସବୁ ଭିତରେ ପୋଲିସକୁ ପ୍ରାଥମିକ ତଦନ୍ତରୁ ମିଳିଛି ବଡ଼ ସୁରାକ୍। ପୀଡ଼ିତାଙ୍କ ଘରେ ଯାଞ୍ଚ ବେଳେ ମିଳିଛି କିଛି ବୋତଲ। ଏସବୁ ବୋତଲ ଘଟଣାସ୍ଥଳରୁ ମିଳିଥିବା କିରୋସିନ୍ ବୋତଲ ସହ ଲିଙ୍କ୍ ଅଛି କି ତାକୁ ନେଇ ଯାଞ୍ଚ କରାଯାଉଛି। ଯୁବତୀଙ୍କୁ ଅପହରଣ ସମ୍ପର୍କରେ କୌଣସି ସୁରାକ ପୋଲିସ୍ ହାତରେ ଲାଗିନି। ସିସିଟିଭିରେ ବି କୌଣସି ପ୍ରମାଣ ମିଳିନଥିବା ବିଶ୍ବସ୍ତ ସୁତ୍ରରୁ ଖବର ମିଳିଛି। ଅନ୍ୟପଟେ ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଇଛି ବଳଙ୍ଗା ପୋଲିସ। ପୂର୍ବରୁ ପୀଡ଼ିତାଙ୍କ ସାଙ୍ଗକୁ ବି ଥାନାରେ ହୋଇଥିଲା ଜେରା।

Puri Minor Girl AIIMS Minor Girl Set Ablaze Balanga Police Station Patient Airlift
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ