Advertisment

TMC ରେ ଅସନ୍ତୋଷ ! ସାଂସଦ ପଦରୁ ଇସ୍ତଫା ଦେଲେ ମିମି ଚକ୍ରବର୍ତ୍ତୀ

ତୃଣମୂଳ କଂଗ୍ରେସ ସାଂସଦ ତଥା ଜଣାଶୁଣା ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ଏ ନେଇ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ଦେଇଛନ୍ତି।

Mimi Chakraborty

Mimi Chakraborty

Advertisment

ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସରେ ବଢୁଛି କି ଅସନ୍ତୋଷ ? ତୃଣମୂଳ କଂଗ୍ରେସ ସାଂସଦ ତଥା ଜଣାଶୁଣା ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ଏ ନେଇ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ଦେଇଛନ୍ତି। ସ୍ଥାନୀୟ କର୍ମକର୍ତ୍ତାଙ୍କ କାର୍ଯ୍ୟକଳାପରେ ଅସନ୍ତାଷ ହୋଇ ସେ ଦଳ ଛାଡିଥିବା କହିଛନ୍ତି।

Advertisment

ମିମି କହିଛନ୍ତି, ସ୍ଥାନୀୟ କର୍ମକର୍ତ୍ତାଙ୍କ କାର୍ଯ୍ୟକଳାପରେ ସେ ଖୁସି ନାହାନ୍ତି। ସେ ତାଙ୍କ ଇସ୍ତଫା ପତ୍ର ଲୋକସଭା ଅଧ୍ୟକ୍ଷଙ୍କୁ ଦେଇନାହାନ୍ତି। ତେଣୁ ବୈଷୟିକ ଦୃଷ୍ଟିରୁ ସେ କେବଳ ତାଙ୍କ ନିଷ୍ପତ୍ତି ଘୋଷଣା କରିଛନ୍ତି। ଏହାକୁ ଏକ ଆନୁଷ୍ଠାନିକ ଇସ୍ତଫା ଭାବରେ ବିବେଚନା କରାଯିବ ନାହିଁ।

୨୦୧୯ ଲୋକସଭା ନିର୍ବାଚନରେ ମିମି ଚକ୍ରବର୍ତ୍ତୀ ଯାଦବପୁର ଲୋକସଭା ଆସନରୁ ମାତ୍ର ୩୦ ବର୍ଷ ବୟସରେ ବିଜୟୀ ହୋଇଥିଲେ। ମିମି ସାଂସଦ ହେବା ସହ ଜଣେ ଅଭିନେତ୍ରୀ ମଧ୍ୟ। ସେ ବଙ୍ଗାଳି ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଚେହାରା। ୨୦୧୨ରେ ଫିଲ୍ମ ଚାମ୍ପିଅନ୍‌ ଜରିଆରେ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ମିମି। ସେ ବଙ୍ଗାଳି ଫିଲ୍ମ ଇଣ୍ଡଷ୍ଟ୍ରିରେ ୨୫ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ତାଙ୍କ ଲୋକପ୍ରିୟତାକୁ ଦେଖି ୨୦୧୯ରେ ଟିଏମ୍‌ସି ତାଙ୍କ ନିବାଚର୍ନୀ ଟିକେଟ ଦେଇଥିଲା। ପାଖାପଖି ୨ ଲକ୍ଷ ୯୫ ହଜାର ଭୋଟ୍‌ରେ ବିଜେପି ପ୍ରାର୍ଥୀକୁ ହରାଇ ଥିଲେ। 

Advertisment
TMC Leaders Resign
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ