Advertisment

ରାଷ୍ଟ୍ରପତିଙ୍କ ଝିଅ ନାଁରେ ଫେକ୍‌ ଆକାଉଣ୍ଟ୍‌ ତିଆରି କରି ଯୁବ ଇଞ୍ଜିନିୟର ଗିରଫ

ଅଭିଯୁକ୍ତକୁ ଏହି ମାମଲାରେ ପୋଲିସ ଅଧିକ ପଚରାଉଚୁରା ଜାରିରଖିଛି।

ଅଦ୍ୟତନ ହୋଇଛି
Special story

Special story

Advertisment

ରାଷ୍ଟ୍ରପତିଙ୍କ ଝିଅ ନାଁରେ ଫେକ୍‌ ଆକାଉଣ୍ଟ୍‌ କରି ବନ୍ଧାହେଲେ ଯୁବକ । ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଝିଅ ନାଁରେ ନକଲି ଟ୍ୱିଟର ଆକାଉଣ୍ଟ ତିଆରି କରିଥିବା ଜଣେ ଇଞ୍ଜିନିୟରଙ୍କୁ ଗ୍ରେଟର ନୋଏଡାରୁ ଗିରଫ କରିଛି ପୋଲିସ । ସେ ନକଲି ଆକାଉଣ୍ଟ ଟ୍ୱିଟର ଆଉକାଉଣ୍ଟରୁ ଟୁଇଟ୍‌ କରି ପୋଲିସ୍‌କୁ ଭୁଆଁ ବୁଲାଇଥିଲା । ଗିରଫ ହେବା ପରେ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି ସାଇବର ଟିମ୍‌ ।

Advertisment

ଅଭିଯୁକ୍ତ ଶୈଲେନ୍ଦ୍ର ଶୁକ୍ଲା ଏକ ଘରୋଇ କମ୍ପାନୀରେ ଇଞ୍ଜିନିୟର ଭାବରେ କାର୍ଯ୍ୟରତ । ସେ ନିବଂସ ସୋସାଇଟିରେ ରହୁଥିଲେ । କିଛି ଦିନ ପୂର୍ବରୁ ରାଷ୍ଟ୍ରପତିଙ୍କ ଝିଅଙ୍କ ନାମରେ ଏକ ଟୁଇଟର ଆକାଉଣ୍ଟ ଖୋଲି ପଡ଼ୋଶୀଙ୍କ ଘରେ ବେଆଇନ ହୁକ୍କା ବାର ଚାଲୁଥିବା କହି ଟୁଇଟ୍‌ ଜରିଆରେ ପୋଲିସକୁ ଜଣାଇଥିଲା । ତେବେ ଟୁଇଟ୍‌ ଦେଖିବା ପରେ ପୋଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଏହି ମାମଲାର ତନାଘନା କରିଥିଲା । ହେଲେ ଫ୍ଲାଟରୁ ପୋଲିସ୍‌କୁ କିଛି ମିଳିନଥିଲା, ଆଉ ଏହା ମିଥ୍ୟା ବୋଲି ଜଣାପଡ଼ିଲା ।

ଏହା ପରେ ପୋଲିସ ଟ୍ୱିଟର ଆକାଉଣ୍ଟ ଯାଞ୍ଚ ଆରମ୍ଭ କରିଥିଲା । ​​ ଅଭିଯୁକ୍ତ ରାଷ୍ଟ୍ରପତିଙ୍କ ଝିଅ ଇତିଶ୍ରୀ ମୁର୍ମୁଙ୍କ ନାମରେ ଏକ ନକଲି ଟ୍ୱିଟର ଆକାଉଣ୍ଟ ତିଆରି କରିଥିବା ଜାଣିବାକୁ ମିଳିଥିଲା । ଆଉ ସେହି ଆକାଉଣ୍ଟରୁ ହିଁ ହୁକ୍କା ବାର୍ ସମ୍ବନ୍ଧରେ ଟୁଇଟ୍ କରାଯାଇଥିଲା । ଏକଥା ଜଣାପଡ଼ିବା ପରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ପୋଲିସ ତା ନିକଟରୁ ତିନୋଟି ମୋବାଇଲ୍ ଫୋନ୍ ଜବତ କରିଛି । ଅଭିଯୁକ୍ତ ପୂର୍ବରୁ ବି ଏପରି କାଣ୍ଡ ଘଟାଇଥିବା ଆଶଙ୍କା କରାଯାଉଛି ।

Advertisment
Twitter Account
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ