Advertisment

PM Modi Targets Congress: କଂଗ୍ରେସକୁ ଟାର୍ଗେଟ୍ କଲେ ନରେନ୍ଦ୍ର ମୋଦୀ; କହିଲେ ପାପ ଧୋଇବାରେ ସକ୍ଷମ ହୋଇପାରିବନି କଂଗ୍ରେସ

କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି ମୋଦି। କହିଛନ୍ତି, ଯେତେବେଳେ ଦେଶ ସ୍ୱାଧୀନତାର ୨୫ ବର୍ଷ ପୂରଣ କରିଥିଲା, ତା' ପରେ ସେତେବେଳେ ଆମ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇ ସମ୍ବିଧାନକୁ କୁଠାରଘାତ କରାଯାଇଥିଲା।

ଅଦ୍ୟତନ ହୋଇଛି
Modi Target To Congress:

Modi Target To Congress

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସମ୍ବିଧାନକୁ ନେଇ ଭାଷଣ ଦେଲାବେଳେ ଜରୁରୀକାଳୀନ ପରିସ୍ଥିତିକୁ ମନେ ପକାଇ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ପ୍ରତ୍ୟେକ ଦେଶ ପାଇଁ ୨୫, ୫୦ ଏବଂ ୭୫ ବର୍ଷର ବଡ ମହତ୍ତ୍ୱ ରହିଛି। କିନ୍ତୁ ଯେତେବେଳେ ଦେଶ ସ୍ୱାଧୀନତାର ୨୫ ବର୍ଷ ପୂରଣ କଲା, ସେତେବେଳେ ଆମ ଦେଶରେ ସମ୍ବିଧାନକୁ କୁଠାରଘାତ କରାଯାଇଥିଲା। ୧୯୭୫ ମସିହାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା । 

Advertisment

କଂଗ୍ରେସର ଗୋଟିଏ ପରିବାର ଦେଶର ସମ୍ୱିଧାନକୁ ବାରମ୍ୱାର ଆଘାତ ଦେଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ସେଇ ପରିବାର ଦେଶର ସମ୍ୱିଧାନ ପ୍ରଣେତାମାନଙ୍କୁ ଅପମାନିତ କରିଛି । ପ୍ରତିବଦ୍ଧ ବିଚାର ବ୍ୟବସ୍ଥା କଥା କହୁଥିବା କଂଗ୍ରେସ, ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ରାୟ ଦେଇଥିବା ଜଷ୍ଟିସ ଏଚ ଆର୍ ଖାନ୍ନାଙ୍କୁ ଦଣ୍ଡ ଦେଇଛି । 

 ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇ ସାମ୍ବିଧାନିକ ବ୍ୟବସ୍ଥା ରଦ୍ଦ କରାଯାଇଥିଲା। ଦେଶ ଜେଲଖାନାରେ ପରିଣତ ହୋଇଥିଲା। ନାଗରିକଙ୍କ ଅଧିକାର ଲୁଟ୍‌ କରାଯାଇଥିଲା। କଂଗ୍ରେସର କପାଳରେ ଥିବା ଏହି ପାପ କେବେ ଧୋଇବାରେ ସକ୍ଷମ ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ବି ଦେଶର ଗଣତନ୍ତ୍ରକୁ ନେଇ ବିଶ୍ୱରେ ଆଲୋଚନା ହେବ, କଂଗ୍ରେସର ଏହି ପାପ ନିଶ୍ଚିତ ଭାବରେ ଚର୍ଚ୍ଚା ହେବ। କାରଣ ସେତେବେଳେ ଗଣତନ୍ତ୍ରର କଣ୍ଠରୋଧ କରାଯାଇଥିଲା। ଭାରତର ସମ୍ବିଧାନର ନିର୍ମାତାଙ୍କ ତପସ୍ୟାକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଇଥିଲା। ଗଣମାଧ୍ୟମର ସ୍ୱାଧୀନତାକୁ ଲୋପ କରିଦିଆଯାଇଥିଲା, କଂଗ୍ରେସ ମୁଣ୍ଡରେ ଥିବା ଏହି ପାପ କେବେବି ଧୋଇପାରିବ ନାହିଁ।

ସମ୍ବିଧାନର ୫୦ ବର୍ଷରେ:

ପ୍ରଧାନମନ୍ତ୍ରୀ ମୋଦୀ ପୁଣି କହିଛନ୍ତି, “ସମ୍ବିଧାନ କାର୍ଯ୍ୟକାରୀ ହେବାର ୫୦ ବର୍ଷ ପରେ ସଂଯୋଗବଶତଃ ମୁଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲି। ତେବେ ଦେଶ ମଧ୍ୟ ସେହି ସମୟରେ ସମ୍ବିଧାନର ଏକ ଯାତ୍ରା ବାହାରିବାର ଦେଖିଲା। ଏକ ସଜ୍ଜିତ ହାତୀ ଉପରେ ସମ୍ବିଧାନକୁ ରଖାଯାଇଥିଲା ​​ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ତଳେ ପାଦରେ ଚାଲୁଥିଲେ। ଏହା ସମ୍ବିଧାନ ପ୍ରତି ସମ୍ମାନ। ଆଜି ଯେତେବେଳେ ସମ୍ବିଧାନକୁ ୭୫ ବର୍ଷ ପୂରିଛି, ଦେଖନ୍ତୁ ଆମେ ‘ସମ୍ବିଧାନ ଦିବସ’ ପାଳନ କରୁଛୁ। ଦେଶବାସୀଙ୍କୁ ସେମାନଙ୍କର ଅଧିକାର ଦେବା ପାଇଁ ଆମେ ଚେଷ୍ଟା କରୁଛୁ।”

Advertisment

ଦାସତ୍ୱ ମାନସିକତା ଏକତାକୁ ଭାଙ୍ଗୁଛି:

ପ୍ରଧାନମନ୍ତ୍ରୀ ମୋଦିଙ୍କ କହିବା କଥା, ବିବିଧତା ମଧ୍ୟରେ ଏକତା ହେଉଛି ଭାରତର ବିଶେଷତ୍ୱ ଏବଂ ଏହି ଦେଶର ଅଗ୍ରଗତି ମଧ୍ୟ ବିବିଧତାକୁ ପାଳନ କରିବାରେ ଲାଗିଛି। କିନ୍ତୁ ଯେଉଁମାନେ ଦାସତ୍ୱର ମାନସିକତାରେ ବଢିଛନ୍ତି, ଯେଉଁମାନେ ଭାରତର ମଙ୍ଗଳ ଦେଖିପାରୁ ନାହାନ୍ତି… ସେମାନେ ବିବିଧତା ମଧ୍ୟରେ ବିରୋଧାଭାସ ଖୋଜନ୍ତି। କେବଳ ଏତିକି ନୁହେଁ, ବିବିଧତା ଯାହା ଆମର ଅମୂଲ୍ୟ ସମ୍ପତ୍ତି ତାହାର ପାଳନ କରିବା ପରିବର୍ତ୍ତେ ସେହି ବିବିଧତାରେ ଏପରି ବିଷ ମଞ୍ଜି ବୁଣିବା ପାଇଁ ପ୍ରୟାସ କରାଯାଉଛି, ଯାହା ଦ୍ୱାରା ଦେଶର ଏକତା କ୍ଷତିଗ୍ରସ୍ତ ହେବ।

Narendra Modi BJP Congress Parliament Lok Sabha Congress Party
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ