Advertisment

ସ୍ତ୍ରୀର ପ୍ରେମିକକୁ ଖଣ୍ଡ ଖଣ୍ଡ କଲା ସ୍ୱାମୀ, ଅଖାରେ ପୁରାଇ ଅଳିଆଗଦାରେ ଫିଙ୍ଗିଦେଲେ...

ଅନ୍ୟ ପୁରୁଷ ସହ ସ୍ତ୍ରୀର ସମ୍ପର୍କ ଥିବା ଜାଣିବା ପରେ ସବୁଦିନ ପାଇଁ ରାସ୍ତାରୁ ହଟାଇବା ଲାଗି ଯୋଜନା କରିଥିଲା ସ୍ୱାମୀ। ଶେଷରେ ଯୋଜନା ମୁତାବକ ସ୍ତ୍ରୀର ପ୍ରେମିକକୁ ହତ୍ୟା କଲେ ଓ ପ୍ରମାଣ ଲୁଚାଇବା ପାଇଁ ମୃତଦେହକୁ ଖଣ୍ଡ ଖଣ୍ଡ କରି ଫିଙ୍ଗିଲେ।

ଅଦ୍ୟତନ ହୋଇଛି
Man Kills Wife's Lover

Man Kills Wife's Lover

Advertisment

ସ୍ତ୍ରୀର ପ୍ରେମିକକୁ ଖଣ୍ଡ ଖଣ୍ଡ କରି ଫିଙ୍ଗିଲା ସ୍ୱାମୀ। ଅନ୍ୟ ପୁରୁଷ ସହ ସ୍ତ୍ରୀର ସମ୍ପର୍କ ଥିବା ଜାଣିବା ପରେ ସବୁଦିନ ପାଇଁ ରାସ୍ତାରୁ ହଟାଇବା ଲାଗି ଯୋଜନା କରିଥିଲା ସ୍ୱାମୀ। ଶେଷରେ ଯୋଜନା ମୁତାବକ ସ୍ତ୍ରୀର ପ୍ରେମିକକୁ ହତ୍ୟା କଲେ ଓ ପ୍ରମାଣ ଲୁଚାଇବା ପାଇଁ ମୃତଦେହକୁ ଖଣ୍ଡ ଖଣ୍ଡ କରି ଫିଙ୍ଗିଲେ। ହତ୍ୟା ପରେ ବ୍ୟକ୍ତି ଜଣକ ମୃତଦେହକୁ ୬ରୁ ଅଧିକ ଖଣ୍ଡ କରିଥିଲେ।ଉତ୍ତରପ୍ରଦେଶର ଗାଜିଆବାଦରେ ଏହି ହତ୍ୟାକାଣ୍ଡ ଘଟିଛି।

Advertisment

ଅଭିଯୁକ୍ତର ନାଁ ମିଲାଲ୍‌ ପ୍ରଜାପତି। ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ସ୍ତ୍ରୀର ପରକୀୟା ପ୍ରୀତି ଥିବା ଜାଣିବା ପରେ ମିଲାଲ୍‌, ସ୍ତ୍ରୀର ପ୍ରେମିକ ଅକ୍ଷୟଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲା ବୋଲି ପୋଲିସ୍‌ କହିଛି। ଅକ୍ଷୟଙ୍କ ଘର ଗାଜିଆବାଦରେ। ସୂଚନା ଅନୁସାରେ, ମିଲାଲ୍‌ ଘର ବାହାରକୁ ଯିବାପରେ ଅକ୍ଷୟ ତାଙ୍କ ଘରକୁ ବୁଲିବାକୁ ଆସିଥିଲେ। ଏହି ସମୟରେ ଅକ୍ଷୟଙ୍କୁ ମିଲାଲ୍‌ଙ୍କ ପତ୍ନୀ ଚା’ ଦେବା ବେଳେ ଏହା ତାଙ୍କ ଝିଅର ପାଦରେ ଉପରେ ପଡ଼ି ଯାଇ ଜଳି ଯାଇଥିଲା।

ମିଲାଲ୍‌ ଘରକୁ ଫେରି ଘଟଣା ସମ୍ପର୍କରେ ଜାଣିବା ପରେ ଝିଅକୁ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ଏହାପରେ ପ୍ରତିଶୋଧ ନେବା ପାଇଁ ସେ ମନେ ମନେ ଯୋଜନା କରିଥିଲେ। ସ୍ତ୍ରୀକୁ ନିଜର ଉଦ୍ଦେଶ୍ୟ ସମ୍ପର୍କରେ ନଜଣାଇ ମିଲାଲ୍‌, ଅକ୍ଷୟଙ୍କୁ ଡାକିବା ପାଇଁ ପତ୍ନୀଙ୍କୁ କହିଥିଲେ। ହସ୍ପିଟାଲ୍‌ରେ ଝିଅ ପାଖରେ ସେ ରହୁଥିବାରୁ ଘର କାମରେ ସାହାଯ୍ୟ ପାଇଁ ଅକ୍ଷୟଙ୍କୁ ଡାକିବା ପାଇଁ ମିଲାଲ୍‌ ପତ୍ନୀଙ୍କୁ କହିଥିଲେ।

Advertisment

ଅକ୍ଷୟ ଘରେ ପହଞ୍ଚିବା ପରେ ମିଲାଲ୍‌ ତାଙ୍କ ଗଳା କାଟି ହତ୍ୟା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରିଥିଲା। ଏହାପରେ ଏହି ଖଣ୍ଡ ଶରୀରକୁ ଅଖାରେ ଭର୍ତ୍ତି କରି ଗାଜିଆବାଦରେ ଏକ ଅଳିଆଗଦାରେ ମିଲାଲ୍‌ ଫିଙ୍ଗି ଦେଇଥିଲା। ଅଳିଆଗଦାରେ ଖଣ୍ଡ ଶରୀର ଦେଖି ସ୍ଥାନୀୟ ଲୋକେ ପୋଲିସ୍‌କୁ ଖବର ଦେଇଥିଲେ। ଘଟଣାର ଛାନ୍‌ଭିନ୍‌ ପୋଲିସ୍‌ ମିଲାଲ୍‌କୁ ଗିରଫ କରିଥିଲା।

Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ