Man Kills Wife By Hitting Her With Stone
ପାର୍କ ବୁଲାଇବା ବାହାନାରେ ସ୍ତ୍ରୀକୁ ଘରୁ ଡାକିନେଲେ, ପରେ ଆଇସ୍କ୍ରିମ ଖାଇବାକୁ ଦେଇ ପଥରରେ ଛେଚି ଜୀବନ ନେଇଗଲେ। ସବୁଠାରୁ ଆଶ୍ଚର୍ଯ୍ୟକର କଥା, ସ୍ତ୍ରୀକୁ ହତ୍ୟା କରିବା ପରେ ବ୍ୟକ୍ତି ଜଣକ ପୋଲିସ୍ ନିକଟରେ ଆତ୍ମସମର୍ପଣ କରିଥିଲେ ଓ ନିଜ ଅପରାଧ ସ୍ୱୀକାର କରିଥିଲେ। ଉତ୍ତରପ୍ରଦେଶର ଗାଜିଆବାଦରେ ଏହି ଘଟଣା ଘଟିଛି। ଗୁରୁବାର ଅପରାହ୍ଣରେ ୩୨ ବର୍ଷୀୟ ମହମ୍ମଦ ସଦାମ୍ ସ୍ତ୍ରୀକୁ ହତ୍ୟା କରିଥିବା ସୂଚନା ମିଳିଛି। ମହମ୍ମଦ ଦିନ ମଜୁରିଆ ଭାବେ କାମ କରନ୍ତି।
ସୂଚନା ଅନୁସାରେ, ଲୋନି ଅଞ୍ଚଳର ମହମ୍ମଦ ସଦାମ୍ ୨୦୧୦ ମସିହାରେ ରୁକ୍ସାନାଙ୍କୁ ବିବାହ କରିଥିଲେ। ସେମାନଙ୍କର ୬ ବର୍ଷର ପୁଅ ଓ ୮ ବର୍ଷର ଝିଅ ଅଛି। ଗୁରୁବାର ସକାଳେ ସଦାମ୍ ଓ ରୁକ୍ସାନାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ରାଗି ଯାଇ ସଦାମ୍ ଘରୁ ପଳାଇଥିଲେ। ଅପରାହ୍ଣରେ ଘରେ ପହଞ୍ଚିବା ପରେ ପାର୍କ ଯିବା ଲାଗି ସ୍ତ୍ରୀକୁ କହିଥିଲେ। ସ୍ତ୍ରୀକୁ ପାର୍କ ବୁଲାଇବା ବାହାନାରେ ଘରୁ ଡାକି ନେଇ ଆଇସ୍କ୍ରିମ ଖାଇବାକୁ ଦେଇଥିଲେ। ଦୁଇ ଜଣ ଆଇସ୍କ୍ରିମ ଖାଇବା ସହ କିଛି ସମୟ କଥାବାର୍ତ୍ତା ହୋଇଥିଲେ। ଏହାପରେ ସଦାମ୍ ପଥର ଆଣି ରୁକ୍ସାନାଙ୍କ ମୁହଁକୁ ଛେଚି ଛେଚି ହତ୍ୟା କରିଥିଲେ।
ଏତିକିରେ ତାଙ୍କ ମନ ବୁଝି ନଥିଲା ଯେ, ସଦାମ୍ ବାରମ୍ବାର ଛୁରୀରେ ରୁକ୍ସାନାଙ୍କଙ୍କ ପେଟକୁ ଭୁସି ଥିଲେ। ମୃତଦେହକୁ ଏକ ଡ୍ରେନ୍ରେ ଫିଙ୍ଗି ରାଜ ନଗର ଜିଲ୍ଲା ସେଣ୍ଟର ଥିବା SSP ଅଫିସକୁ ଯାଇ ସଦାମ୍ ନିଜ ଅପରାଧ ସ୍ୱୀକାର କରିଥିଲେ। ଚାଲି ଚାଲି SSP ଅଫିସ ଯିବାବେଳେ ସେ ଚିତ୍କାର କରି କହୁଥିଲେ, ‘ସ୍ତ୍ରୀକୁ ମାରି ମୁଁ ଏବେ ମୁକ୍ତ।’ ଅନ୍ୟ କାହାସହ ସ୍ତ୍ରୀର ଅବୈଧ ସମ୍ପର୍କ ଥିବା ନେଇ ସନ୍ଦେହ ହେବାରୁ ପତ୍ନୀଙ୍କୁ ହତ୍ୟା କରିଥିବା ସଦାମ୍ କହିଛନ୍ତି। ସେ ଛାଡ଼ପତ୍ର ଚାହୁଁଥିଲେ। ହେଲେ ତାଙ୍କ ସ୍ତ୍ରୀ ଏହା ଚାହୁଁ ନଥିଲେ ବୋଲି ସଦାମ୍ କହିଛନ୍ତି।
ସୂଚନା ଆଧାରରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ପଚରାଉଚରା ପରେ ସଦାମ୍କୁ ଗିରଫ କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1668239432.jpg)