Advertisment

ସରକାରୀ ଡାକ୍ତରଖାନାରେ ଇଏ କି ଚିତ୍ର ? ଉଲଗ୍ନ ହୋଇ ବୁଲିଲେ ନିଶାରେ ଚୁର୍‌ ଡାକ୍ତର

ଜାକ୍ତର ଜଣକ ମେଡିକାଲ ପରିସରରେ ଉଲଗ୍ନ ହୋଇ ବୁଲିବା ସହ ବୁଲି ବୁଲି ପରିଶ୍ରା କରୁଛନ୍ତି। ବାଥରୁମ୍‌ ଡୋର୍‌ ଖୋଲା ଥିବା ସତ୍ତ୍ୱେ ସେ ହାତରେ ଏକ କପଡ଼ା ଧରି ଉଲଗ୍ନ ହୋଇ ବୁଲୁଛନ୍ତି।

Drunk Doctor

Drunk Doctor

Advertisment

ମେଡିକାଲ୍‌ ପରିସରରେ ଉଲଗ୍ନ ହୋଇ ବୁଲିଲେ ଡାକ୍ତର ବାବୁ। ସିସିଟିଭିରେ କଏଦ ହେଲା ଭିଡିଓ। ମହାରାଷ୍ଟ୍ର ଛତ୍ରପତି ସମ୍ଭାଜିନଗର ଜିଲ୍ଲା ସରକାରୀ ଡାକ୍ତରଖାନାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଡାକ୍ତର ବାବୁ ଜଣକ ନିଶାସକ୍ତ ଅବସ୍ଥାରେ ଏଭଳି କରିଥିବା ସୂଚନା ମିଳିଛି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ସ୍ଥାନୀୟ ଡାକ୍ତରଙ୍କ କହିବାନୁଯାୟୀ ଏଭଳି କାଣ୍ତ କରିଥିବା ବ୍ୟକ୍ତି ଜଣକ ଔରାଙ୍ଗାବାଦରୁ ୨୦ କିମି ଦୂରରେ ଥିବା ବିଡକିନ୍‌ ସରକାରୀ ମେଡିକାଲରେ ଡାକ୍ତର ଅଛନ୍ତି। ସେ ସଦାସର୍ବଦା ନିଶାସକ୍ତ ଅବସ୍ଥାରେ ରୁହନ୍ତି। ସିସିଟିଭି ଭିଡିଓରେ ଦେଖିବାକୁ ମିଳିଛି ଯେ ଜାକ୍ତର ଜଣକ ମେଡିକାଲ ପରିସରରେ ଉଲଗ୍ନ ହୋଇ ବୁଲିବା ସହ ବୁଲି ବୁଲି ପରିଶ୍ରା କରୁଛନ୍ତି। ବାଥରୁମ୍‌ ଡୋର୍‌ ଖୋଲା ଥିବା ସତ୍ତ୍ୱେ ସେ ହାତରେ ଏକ କପଡ଼ା ଧରି ଉଲଗ୍ନ ହୋଇ ବୁଲୁଛନ୍ତି।

ବିଡକିନ୍‌ ସରକାରୀ ମେଡିକାଲ୍‌ର ମୁଖ୍ୟ ଡଃ ଦୟାନନ୍ଦ ମୋତିପାଭଲେ କହିଛନ୍ତି, ଘଟଣାର ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ସେନେଇ ଏବେ ତଦନ୍ତ ଚାଲିଛି। ତେବେ ସେହି ଡାକ୍ତରଙ୍କ ପରିଚୟ କଣ ତାହା ଏବେ ବି ସ୍ପଷ୍ଟ କରାଯାଇନାହିଁ।

Advertisment
CCTV Footage Doctors Drunk Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ