5 yr child flying plane
୫ ବର୍ଷର ଶିଶୁ ଉଡ଼ାଇଲା ବିମାନ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ସୁରତ ଏୟାରପୋର୍ଟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଏକ ଟ୍ରେନିଂ ଏୟାରକ୍ରାଫ୍ଟରେ ବସି ଶିଶୁ ଜଣଙ୍କ ଷ୍ଟିଅରିଂ ଧରିଥିବା ଦେଖିବାକୁ ମିଳିଛି । ଏପରକି ପାଇଲଟ ଜଣଙ୍କ ଶିଶୁଟିକୁ କିଛି ଶିଖାଉଥିବା ମଧ୍ୟ ଦେଖିବାକୁ ମିଳିଛି । ପରେ ଫ୍ଲାଇଟଟି ଟେକ୍ ଅପ୍ ବି କରୁଛି । ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ତେବେ ଭିଡିଓରେ ଥିବା ଶିଶୁଜଣକ ସୁରତ ବିଧାୟକ ବିନୁ ମୋରଡିଆଙ୍କ ନାତି ହୋଇଥିବା କୁହାଯାଉଛି । ଭିଡ଼ିଓଟି ବହୁ ପୁରୁଣା ହୋଇଥିବା ବେଳେ, ନିର୍ବାଚନ ଲାଗି କିଏ ଭାଇରାଲ କରିଥିବା ଅଭିଯୋଗ ହୋଇଛି । ସୁରତ ବିମାନବନ୍ଦ କମିଟି (SAAC) ର ସଭାପତି ସଞ୍ଜୟ ଏଝାୱା ଡାଇରେକ୍ଟୋରେଟ ଜେନେରାଲ ଅଫ୍ ସିଭିଲ୍ ଆଭିଏସନଙ୍କ ନିକଟରେ ଏନେଇ ଅଭିଯୋଗ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665755089.jpg)