Malaika arora fitness routine and yoga for older women
ଅଭିନେତ୍ରୀ ମଲାଇକା ଅରୋରାଙ୍କୁ ଏବେ ୫୦ ବର୍ଷ। କିନ୍ତୁ ମଲାଇକାଙ୍କ ଫିଟ୍ନେସ୍ ଏବଂ ସୌନ୍ଦର୍ଯ୍ୟରୁ ତାଙ୍କ ବୟସକୁ ଆକଳନ କରିବା ଅତ୍ୟନ୍ତ କଷ୍ଟକର। ଯେଉଁ ବୟସରେ ମହିଳାଙ୍କ ଶରୀର ଅଧିକ କ୍ଲାନ୍ତ ଦେଖାଯାଏ ଏବଂ ଦୁର୍ବଳ ଦେଖାଯିବା ଆରମ୍ଭ କରେ, ସେହି ବୟସରେ ବି ମଲାଇକା ବହୁତ ସକ୍ରିୟ ଏବଂ ବଢିଆ ଡ୍ୟାନ୍ସ ମୁଭ୍ସ ମଧ୍ୟ କରନ୍ତି।
ଫିଟ୍ ମଲାଇକା ଅରୋରାଚର୍ମ କୁଞ୍ଚିତ ହେବା ସହିତ ବିଭିନ୍ନ ଶାରୀରିକ ସମସ୍ୟା ମହିଳାମାନଙ୍କଠାରେ ଏକ ସାଧାରଣ କଥା, କିନ୍ତୁ ମଲାଇକା ଅରୋରା ସୁସ୍ଥ ଖାଦ୍ୟ ଅଭ୍ୟାସ, ବ୍ୟାୟାମ ଏବଂ ଏକ ଭଲ ଜୀବନଶୈଳୀ ଯୋଗୁଁ ସେ ୫୦ ବର୍ଷ ବୟସରେ ମଧ୍ୟ ୨୦ ବର୍ଷର ଯୁବତୀଙ୍କ ଭଳି ଦେଖଯାଉଛନ୍ତି। ଯୋଗ କରି ସେ ତାଙ୍କ ସ୍ୱାସ୍ଥ୍ୟକୁ ମାନସିକ ଏବଂ ଶାରୀରିକ ଭାବରେ ରକ୍ଷା କରିଛନ୍ତି।
ମଲାଇକା ପ୍ରାୟତଃ ଯୋଗ କରନ୍ତି। ସେ ନିୟମିତ ଭାବରେ ଯୋଗ କରିବା ସହ ଅନ୍ୟମାନଙ୍କୁ ଉତ୍ସାହିତ କରିବା ପାଇଁ ନିଜ ସୋସିଆଲ ମିଡିଆରେ ଫଟି ମଧ୍ୟ ଶେୟାର କରନ୍ତି। ଯଦି ଆପଣ ବି ୫୦ବର୍ଷ ବୟସ ପରେ ମଲାଇକା ଅରୋରା ପରି ଫିଟ୍ନେସ୍ ଚାହାଁନ୍ତି, ଯୁବକ ପରି ଦେଖାଯିବାକୁ ଏବଂ ଶାରୀରିକ ଭାବରେ ସକ୍ରିୟ ରହିବାକୁ ଚାହାଁନ୍ତି, ତେବେ ଆପଣ ଅଭିନେତ୍ରୀଙ୍କଠାରୁ କିଛି ଟିପ୍ସ ଶିଖିବା ଜରୁରୀ।
ଉତ୍କଟାସନ:
ଉତ୍କଟାସନମଲାଇକା ଅରୋରା ପ୍ରତିଦିନ ଉତ୍କଟାସନ ଅଭ୍ୟାସ କରନ୍ତି। ଏହି ଆସନକୁ ନିୟମିତ ଅଭ୍ୟାସ କରିବା ଦ୍ୱାରା ଗୋଡ, ଜଙ୍ଘ, ପେଣ୍ଡା ଏବଂ ମେରୁଦଣ୍ଡ ମଜବୁତ ରହିଥାଏ। ଏହା ଶାରୀରିକ ସନ୍ତୁଳନକୁ ରକ୍ଷା କରିବା ସହ କାନ୍ଧ ଏବଂ ଛାତିକୁ ଷ୍ଟ୍ରେଚ୍ କରେ।
ମତ୍ସ୍ୟାସନ:
ମତ୍ସ୍ୟାସନଏହି ଆସନର ନିୟମିତ ଅଭ୍ୟାସ ଶ୍ୱାସକ୍ରିୟାରେ ଉନ୍ନତି ଆଣିବାରେ ସାହାଯ୍ୟ କରେ। ଶ୍ୱାସକ୍ରିୟା ସମସ୍ୟା ଦୂର କରିବା ପାଇଁ ମତ୍ସ୍ୟାସନ ହେଉଛି ସବୁଠାରୁ ଉପଯୋଗୀ ଯୋଗାସନ। ଏହା ବ୍ୟତୀତ ଏହି ଆସନ ଛାତି ଏବଂ ବେକର ମାଂସପେଶୀକୁ ବିସ୍ତାର କରି କାନ୍ଧ ଏବଂ ବେକର ମାଂସପେଶୀରୁ ଚାପ କରିଥାଏ।
ଗୋମୁଖାସନ:
ଗୋମୁଖାସନଗୋମୁଖାସନ ଅଭ୍ୟାସ କରିବାର ଅନେକ ଲାଭ ଅଛି। ଏହା ଶରୀରକୁ ଟୋନ୍ଡ କରିଥାଏ ଏବଂ ପିଠି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ।
ମରିଚ୍ୟାସନ:
ମରିଚ୍ୟାସନପିଠି ଯନ୍ତ୍ରଣାର ସମସ୍ୟା ମଧ୍ୟ ବୟସ ବଢିବା ଦ୍ୱାରା ହୋଇଥାଏ। ମଲାଇକା ଅରୋରା ପ୍ରତିଦିନ ମରିଚ୍ୟାସନ ଅଭ୍ୟାସ କରନ୍ତି, ଯାହା ପିଠି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ଏହା ସହିତ ମନ ମଧ୍ୟ ଶାନ୍ତ ରହିବା ସହିତ ଚାପ ଦୂର ହୋଇଥାଏ।
ଚକ୍ରାସନ:
ଚକ୍ରାସନଏହି ଆସନ ହଜମ ପ୍ରକ୍ରିୟା ଠାରୁ ଆରମ୍ଭ କରି ଅଣ୍ଟା ଏବଂ ମେରୁଦଣ୍ଡକୁ ଶକ୍ତିଶାଳୀ କରିବା ସହ ନମନୀୟତା କରିଥାଏ। ଏହି ଆସନର ନିୟମିତ ଅଭ୍ୟାସ ଚାପ ଏବଂ ଅବସାଦରୁ ମୁକ୍ତି ଦେଇଥାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724512885.jpg)