Advertisment

Yogasana: ଯୋଗ ଅଭ୍ୟାସ ବେଳେ କେବେ ବି କରନ୍ତୁ ନାହିଁ ଏହିସବୁ ଭୁଲ୍; ପଡିବ ଖରାପ ପ୍ରଭାବ

ଅଧିକାଂଶ ଲୋକ ଯୋଗ ଅଭ୍ୟାସ କରିବା ସମୟରେ କିଛି ସାଧାରଣ ଭୁଲ କରନ୍ତି, ଯାହା ସକରାତ୍ମକ ହେବା ପରିବର୍ତ୍ତେ ନକରାତ୍ମକ ହୋଇଥାଏ ଆଉ ଶରୀରକୁ ବହୁ କ୍ଷତି କରିଥାଏ। ତେବେ ଯୋଗ ଅଭ୍ୟାସ କରିବାବେଳେ କେଉଁସବୁ ଭୁଲକୁ ଏଡାଇବା ଉଚିତ ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
Avoid these common yoga mistakes that may cause physical problem

Avoid these common yoga mistakes that may cause physical problem

Advertisment

ଯୋଗ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ। ଶାରୀରିକ ଦକ୍ଷତା ବୃଦ୍ଧି ଏବଂ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଯୋଗ ନିୟମିତ ଅଭ୍ୟାସ କରାଯିବା ଉଚିତ। ଯୋଗ ମାନସିକ ଚାପକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

Advertisment

ଯୋଗ ରୋଗ ପ୍ରତିରୋଧକୁ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରେ ଏବଂ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ଏନେଇ ଏହାକୁ ପ୍ରାୟ ସମସ୍ତେ ଆପଣେଇ ନେବା ଆରମ୍ଭ କଲେଣି। କିନ୍ତୁ ଯୋଗ ନିୟମିତ, ସଠିକ୍ ସମୟରେ ଏବଂ ସଠିକ୍ ମାର୍ଗରେ ସକାରାତ୍ମକ ପ୍ରଭାବ ପକାଇଥାଏ, ନଚେତ୍ ଯୋଗ ଅଭ୍ୟାସ ସମୟରେ ତ୍ରୁଟି ମଧ୍ୟ ଶରୀରକୁ କ୍ଷତି ପହଞ୍ଚାଇପାରେ।

ଅଧିକ ପଢନ୍ତୁ : Yogasana: ଥାଇରଏଡ୍‌ ଗ୍ରନ୍ଥିରେ ସମସ୍ୟା ଥିଲେ ଦୈନିକ କରନ୍ତୁ ଏହି ଗୋଟିଏ ଆସନ, ମିଳିବ ମୁକ୍ତି

Advertisment

ଅଧିକାଂଶ ଲୋକ ଜାଣିଶୁଣି କିମ୍ବା ଅଜାଣତରେ ଯୋଗ ଅଭ୍ୟାସ କରିବା ସମୟରେ କିଛି ସାଧାରଣ ଭୁଲ କରନ୍ତି, ଯାହା ସକରାତ୍ମକ ହେବା ପରିବର୍ତ୍ତେ ନକରାତ୍ମକ ହୋଇଥାଏ ଆଉ ଶରୀରକୁ ବହୁ କ୍ଷତି କରିଥାଏ। ଏହିଭଳି ବ୍ୟକ୍ତି ଅନେକ ସମୟରେ ଅଭିଯୋଗ କରନ୍ତି ଯେ ଯୋଗ କରିବା ଦ୍ୱାରା କିଛି ଲାଭ ହେଉନି। ତେବେ ଯୋଗ ଅଭ୍ୟାସ କରିବାବେଳେ କେଉଁସବୁ ଭୁଲକୁ ଏଡାଇବା ଉଚିତ ଆସନ୍ତୁ ଜାଣିବା।

ଯୋଗ ଏବଂ ଖାଦ୍ୟ:

ପ୍ରାୟତଃ ଲୋକମାନେ ଭାବନ୍ତି ଯେ ଆସନ ସାଧାରଣତଃ ବସିକି ହିଁ କରାଯାଇଥାଏ, ଯାହାକି ଅଧିକ ଶାରୀରିକ ପରିଶ୍ରମର ଆବଶ୍ୟକ କରେ ନାହିଁ। ତେଣୁ ଏମାନେ ଯୋଗ କରିବା ପୂର୍ବରୁ କିଛି ଖାଇ ଦିଅନ୍ତି। କିନ୍ତୁ ଖାଦ୍ୟ ଥିବା ପେଟରେ ଯୋଗ ଅଭ୍ୟାସ କରିବା ଦ୍ୱାରା ଲାଭ ବଦଳରେ କ୍ଷତି ହେବାର ସମ୍ଭାବନା ବଢିଯାଏ। ଯୋଗ ସମୟରେ ପେଟରେ ଅଧିକ ଖାଦ୍ୟ କିମ୍ବା ପାଣି ରହିବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ।

Advertisment
Avoid these common yoga mistakes ଯୋଗ ଏବଂ ଖାଦ୍ୟ

ସଠିକ୍ ପଦ୍ଧତି - ଯୋଗ କରିବା ପୂର୍ବରୁ ଖାଇବାରେ ଥିଲେ ତେବେ ଏକ କିମ୍ବା ଦୁଇ ଘଣ୍ଟା ପୂର୍ବରୁ ହାଲୁକା ଜଳଖିଆ ଖାଇବା ହେଉଛି ସର୍ବୋତ୍ତମ ଉପାୟ। ଖାଦ୍ୟ ଏବଂ ଯୋଗ ମଧ୍ୟରେ ଏକ ଘଣ୍ଟାର ଅବଧି ରହିବା ଉଚିତ ଯାହା ଦ୍ୱାରା ଆପଣ ଯୋଗାସନ ଅଭ୍ୟାସ କରିବା ସମୟରେ କୌଣସି ଅସୁବିଧା ଅନୁଭବ କରିବେ ନାହିଁ।

ଅଧିକ ପଢନ୍ତୁ : Yogasana: ଅଫିସ୍‌ରେ ବସି ବସି ବିନ୍ଧୁଛି କି ଅଣ୍ଟା-ପିଠି; ଅଫିସ୍ ଚେୟାରରେ ହିଁ କରନ୍ତୁ ଏହି ଯୋଗ, ମିଳିବ ଆରାମ

ଫୋନ୍ ଏବଂ ଯୋଗ:

ଆଜିର ବ୍ୟସ୍ତବହୁଳ ଜୀବନଶୈଳୀ କାରଣରୁ ଦୁଇଟି କାମକୁ ଏକାବେଳେ କରିବା ଏକ ସାଧାରଣ ଅଭ୍ୟାସ ହୋଇଗଲାଣି। ଅନେକ ଲୋକଙ୍କୁ ଦେଖାଯାଏ ଯୋଗ କରିବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର କରିବା, ଯେପରିକି ଫୋନରେ କଥା ହେବା, ମଝିରେ ମଝିରେ ମେସେଜ୍ କରିବା ଇତ୍ୟାଦି କରୁଥାନ୍ତି। କିନ୍ତୁ ଏଠାରେ ମନେରଖିବା ଉଚିତ ଯେ ଯୋଗ ଏକ ଧ୍ୟାନର କାର୍ଯ୍ୟକଳାପ, ଯେଉଁଥିରେ ଫୋନର ବ୍ୟବହାର ଯୋଗୀଙ୍କ ଧ୍ୟାନକୁ ବିଭ୍ରାନ୍ତ କରିଥାଏ। ଫଳରେ ଏହା ନକରାତ୍ମକ ପ୍ରଭାବ ପକାଇଥାଏ।

Avoid these common yoga mistakes ଫୋନ୍ ଏବଂ ଯୋଗ

ସଠିକ୍ ପଦ୍ଧତି - ଯୋଗ କରିବା ସମୟରେ ଫୋନ୍‌କୁ ଅତି କମରେ ଏକ ଘଣ୍ଟା ସାଇଲେଣ୍ଟ୍ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏକ ଘଣ୍ଟା ପାଇଁ ମଧ୍ୟ ମୋବାଇଲକୁ ଆପଣଙ୍କଠାରୁ ଦୂରରେ ରଖନ୍ତୁ ଯାହା ଦ୍ୱାରା ମାନସିକ ଚାପ ହ୍ରାସ ହୋଇପାରିବ ଏବଂ ମନକୁ ଦ୍ୱନ୍ଦ୍ୱରେ କିମ୍ବା ବିଭ୍ରାନ୍ତରୁ ରକ୍ଷା କରାଯାଇପାରିବ।

ଯୋଗ ଏବଂ କଥାବାର୍ତ୍ତା:

ଅନେକ ସମୟରେ ଏହା ମଧ୍ୟ ଦେଖିବାକୁ ମିଳେ ଯେ ଯଦି ଲୋକ ସମୂହ ଯୋଗ କରୁଛନ୍ତି ତେବେ ସେମେନା କଥାବାର୍ତ୍ତା ହୋଇ କରିଥାନ୍ତି। ଏହା ମନ ଉପରେ ଖରାପ ପ୍ରଭାବ ପକାଏ। ମନରେ ସ୍ଥିରତା ଆଣିବା ବଦଳରେ ଚଞ୍ଚଳତା ଭରିଦିଏ।

Avoid these common yoga mistakes ଯୋଗ ଏବଂ କଥାବାର୍ତ୍ତା

ସଠିକ୍ ପଦ୍ଧତି - ସବୁବେଳେ ଚେଷ୍ଟା କରନ୍ତୁ ଏକାକୀ ଯୋଗ କରିବା ପାଇଁ। ଯଦି ସମୂହ ଯୋଗ କରୁଛନ୍ତି ତେବେ ଅନ୍ୟାନ୍ୟ ବିଷୟରେ କଥା ନ ହେବାକୁ ଚେଷ୍ଟା କରନ୍ତୁ।

ଅଧିକ ପଢନ୍ତୁ : Yogasana: ପ୍ରତିଦିନ କରନ୍ତୁ ଏହି ୪ ଯୋଗାସନ; ଝଡିବନି କି ପାଚିବନି ଚୁଟି, ହେବ ଗହଳିଆ

ଶ୍ୱାସକ୍ରିୟାକୁ ଅଣଦେଖା:

ଯୋଗ ଅଭ୍ୟାସ ଶ୍ୱାସକ୍ରିୟା ଉପରେ ଆଧାରିତ। ଯୋଗ କରିବା ସମୟରେ ଶ୍ୱାସକ୍ରିୟାକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଯୋଗ ଅଭ୍ୟାସ ଅନୁଯାୟୀ ଅନେକ ଥର ଯୋଗୀମାନେ ନିଶ୍ୱାସ ପ୍ରଶ୍ୱାସକୁ ଅଣଦେଖା କରନ୍ତି। ସେମାନେ ସବୁ କ୍ଷେତ୍ରରେ ଶ୍ୱାସ ଧରି ଯୋଗ ଅଭ୍ୟାସ କରନ୍ତି କିମ୍ବା ଶ୍ୱାସ ନେବା ଏବଂ ଛାଡିବାରେ ଭୁଲ ପଦ୍ଧତି ଗ୍ରହଣ କରନ୍ତି।

Avoid these common yoga mistakes ଶ୍ୱାସକ୍ରିୟାକୁ ଅଣଦେଖା

ସଠିକ୍ ପଦ୍ଧତି - ଯୋଗ ସମୟରେ, ପ୍ରାୟତଃ ଧୀର ଏବଂ ଗଭୀର ଶ୍ୱାସ ନେବାକୁ ପରାମର୍ଶ ଦିଆଯାଏ। କିନ୍ତୁ ଅନେକ ଯୋଗ ଆସନ ଅଛି ଯେଉଁଥିରେ ଶ୍ୱାସ ନେବା-ଆଣିବା ସହ ମଧ୍ୟ କରିବାକୁ ପଡେ। କିଛି ଯୋଗ ଅଭ୍ୟାସରେ ଶ୍ୱାସକୁ ବାହାର ଆଉ କିଛି କ୍ଷେତ୍ରରେ ଶ୍ୱାସକୁ ଭିତରେ ଧରି ରଖିବାକୁ ହୁଏ। ସଠିକ୍ ଉପାୟ ଜାଣି କରିବା ଉଚିତ।

ଯୋଗ ଏବଂ ପାଣି:

ଯୋଗ କରିବା ମଝିରେ କିମ୍ବା ଯୋଗ ଅଭ୍ୟାସ ପରେ ତୁରନ୍ତ ପାଣି ପିଇବା ଉଚିତ ନୁହେଁ। ଯୋଗର ତୁରନ୍ତ ପରେ ପାଣି ପିଇବା ଦ୍ୱାରା ଗଳାରେ କଫ ସୃଷ୍ଟି ହୁଏ।

Avoid these common yoga mistakes ଯୋଗ ଏବଂ ପାଣି

ସଠିକ୍ ପଦ୍ଧତି - ଯୋଗ ଅଭ୍ୟାସ ସମୟରେ ଆଦୌ ପାଣି ପିଅନ୍ତୁ ନାହିଁ। ଯୋଗ କରିବାର ଅତିକମରେ ଅଧ ଘଣ୍ଟା ପରେ ପରେ ପାଣି ପିଅନ୍ତୁ।

ଯୋଗ ଏବଂ ସ୍ନାନ:

ଯୋଗ କରିବା ଦ୍ୱାରା ଶରୀରର ଅନେକ ଶକ୍ତି ଖର୍ଚ୍ଚ ହୋଇଥାଏ। ଯୋଗ ଅଭ୍ୟାସ କରିବା ପରେ ଶରୀରର ତାପମାତ୍ରା ମଧ୍ୟ ବୃଦ୍ଧି ପାଇଥାଏ। ଏଭଳି ପରିସ୍ଥିତିରେ ଯୋଗ ଅଭ୍ୟାସ କରିବା ପରେ ତୁରନ୍ତ ଗାଧୋଇବା ଉଚିତ ନୁହେଁ, ଏହା ଥଣ୍ଡା ଏବଂ କାଶ ଭଳି ରୋଗ ସୃଷ୍ଟି କରିପାରେ।

Avoid these common yoga mistakes ଯୋଗ ଏବଂ ସ୍ନାନ

ସଠିକ୍ ଉପାୟ - ଯୋଗ ଅଭ୍ୟାସ କରିବାର ଏକ ଘଣ୍ଟା ପରେ ସ୍ନାନ କରନ୍ତୁ। ଯୋଗ ଅଭ୍ୟାସ ହେତୁ ଶରୀରର ବଢିଥିବା ତାପମାତ୍ରା ସାମାନ୍ୟ ହେବା ପରେ ସ୍ନାନ କରିବା ଉଚିତ।

Yogasana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ