Advertisment

ଆଖି ବୁଝିଦେଲେ ସରକାର: ରାସ୍ତା ମରାମତି କରିବାକୁ ୨.୭ ଲକ୍ଷ ଟଙ୍କା ଋଣ କଲେ ଯୁବକ

ସରକାରଙ୍କୁ ବାରମ୍ବାର ଅନୁରୋଧ ପରେ ବି ହେଲାନି ରାସ୍ତା କାମ। ରାସ୍ତାରେ ହୋଇଥିବା ଖାଲ ଅନେକ ଜୀବନକୁ ବିପଦରେ ପକେଇଲା। ଅତିଷ୍ଠ ହୋଇ ଯୁବକ ରାସ୍ତା ମରାମତି କରିବାକୁ ୨.୭ ଲକ୍ଷ ଟଙ୍କା ଋଣ କଲେ।

ଅଦ୍ୟତନ ହୋଇଛି
Man takes loan of rs 2-7 lakh to fill potholes in the road

Man takes loan of rs 2-7 lakh to fill potholes in the road

Advertisment

ପୂର୍ବ ବେଙ୍ଗାଲୁରୁରେ ଏକ ନାଗରିକ ଗୋଷ୍ଠୀଙ୍କ ଦ୍ୱାରା ଏକ ଅଭିଯାନ ଆରମ୍ଭ ହୋଇଛି, 'ନୋ ​​ଡେଭଲପମେଣ୍ଟ ନୋ ଟ୍ୟାକ୍ସ'। ଏହି ଅଭିଯାନର ଆରମ୍ଭ ଯେତେବେଳେ ହେଲା ଯେତେବେଳେ ରାସ୍ତାରେ ସୃଷ୍ଟି ହୋଇଥିବା ଖାଲଗୁଡିକୁ ମରାମତି କରିବା ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ଉନ୍ନତ ନାଗରିକ ସୁବିଧା ଯୋଗାଇଦେବାକୁ ବାରମ୍ବାର ଦାବି ସତ୍ତ୍ୱେ ସରକାରଙ୍କ ମନୋଭାବ ଉଦାସୀନ ରହିଲା।

Advertisment

ଏଥିରେ ଅସନ୍ତୁଷ୍ଟ ହୋଇ ନାଗରିକ ଗୋଷ୍ଠୀ ଏହି ଅଭିଯାନ ଆରମ୍ଭ କରିଛନ୍ତି ଏବଂ ଯାହା ଅଧୀନରେ ଏଠାରେ ସମ୍ପତ୍ତି ଟିକସ ଦେୟକୁ ଅମାନ୍ୟ କରିଛନ୍ତି। କେବଳ ଏତିକି ନୁହେଁ, ଗୋଷ୍ଠୀର ସଦସ୍ୟମାନେ ଏକତ୍ରିତ ହୋଇ ଟଙ୍କା ସଂଗ୍ରହ କରି ହଲନାୟକନହଲ୍ଲୀ, ମୁନେଶ୍ୱର ଲେଆଉଟ୍ ଏବଂ ଚୁଡାସନ୍ଦ୍ର ଠାରେ ୬ କିଲୋମିଟର ରାସ୍ତାରେ ଖାଲଗୁଡ଼ିକର ମରାମତି କାର୍ଯ୍ୟ କରିଛନ୍ତି।

୨.୭ ଲକ୍ଷ ଟଙ୍କା ଋଣ :

ଗୋଷ୍ଠୀର ପ୍ରତିଷ୍ଠାତା ସଦସ୍ୟ ୩୨ ବର୍ଷିୟ ଟେକ୍‌ନିକ୍ ବିଶେଷଜ୍ଞ ଆରିଫ୍ ମୁଦଗଲ୍ ଏଥିପାଇଁ ୨.୭ ଲକ୍ଷ ଟଙ୍କା ଋଣ କରିଛନ୍ତି। TOI ଖବର ଅନୁଯାୟୀ, ସେ କିଛି ଦିନ ପୂର୍ବରୁ ହୋସା ରୋଡ୍‌ରେ ଦୁଇଟି ଦୁର୍ଘଟଣା ଦେଖିଥିଲେ, ଯାହା ତାଙ୍କୁ ବ୍ୟଥିତ କରିଥିବା ଆଉ ସେ ଏ କ୍ଷେତ୍ରରେ କିଛି ସହଯୋଗର ହାତ ବଢେଇବା ନେଇ ମନ କରିଥିଲେ।

Advertisment

ମୁଦଗଲ କହିଛନ୍ତି ଯେ ତାଙ୍କ ବାସଭବନ ନିକଟରେ ରହୁଥିବା ଜଣେ ମହିଳା ଅଟୋରେ ଯାଉଥିବା ବେଳେ ହୋସା ରୋଡ୍‌ରେ ଥିବା ଏକ ଖାଲରେ ପଡି ତାଙ୍କ ଅଟୋ ଓଲଟି ପଡ଼ିବାରୁ ସେ ଆହତ ହୋଇଥିଲେ। ସେହିପରି ଅଗଷ୍ଟ ୧୪ ତାରିଖ ରାତିରେ ଏକ ଇ-କମର୍ସ ଫାର୍ମର ଡେଲିଭରି ଏଜେଣ୍ଟ ମଧ୍ୟ ଏହି ଖାଲରୁ ରକ୍ଷା ପାଇବା ନେଇ ଏକ କାରରେ ଧକ୍କା ହୋଇ ଆହତ ହୋଇଥିଲେ।”

ମୁଦଗାଲ କହିଛନ୍ତି ଯେ ସେ ତାଙ୍କ ଭଳି ଚିନ୍ତା କରୁଥିବା କିଛି ଲୋକଙ୍କୁ ଏକତ୍ର କରି 'ନାଗରିକ ଗୋଷ୍ଠୀ, ପୂର୍ବ ବେଙ୍ଗାଲୁରୁ' ପ୍ରତିଷ୍ଠା କରିଛନ୍ତି। ଗୋଷ୍ଠୀର ଅନ୍ୟ ସଦସ୍ୟମାନେ ମଧ୍ୟ ରାସ୍ତାର ଏହି ଖାଲଗୁଡିକ ଠିକ୍ କରିବା ପାଇଁ ସହଯୋଗ କରିଥିଲେ, କିନ୍ତୁ ଯେତେବେଳେ ଟଙ୍କା ସରିଗଲା, ମୁଦଗଲ ଋଣ ନେଇଥିଲେ।

Advertisment

ଗୋଷ୍ଠୀର ଅନ୍ୟ ସଦସ୍ୟମାନେ କହିଛନ୍ତି ଯେ ଉନ୍ନତ ସଡ଼କ, ଡ୍ରେନ୍ ଏବଂ ଅନ୍ୟାନ୍ୟ ନାଗରିକ ସୁବିଧା ପାଇଁ ସେମାନେ ଅନେକ ଥର ଜନ ପ୍ରତିନିଧୀଙ୍କୁ ଭେଟିଛନ୍ତି, କିନ୍ତୁ କୌଣସି ଲାଭ ମିଳି ନାହିଁ।

ଜଣେ ସଦସ୍ୟ କହିଛନ୍ତି, “ରାଜନେତାମାନେ ଏହି ପ୍ରସଙ୍ଗ ପ୍ରତି ସବୁବେଳେ ଉଦାସୀନ, ସେମାନେ ଭାବନ୍ତି ଯେ ଏହି ଅଞ୍ଚଳର ବାସିନ୍ଦା ଅନ୍ୟ ରାଜ୍ୟ କିମ୍ବା ଅନ୍ୟ ସ୍ଥାନରୁ ଆସିଛନ୍ତି। ତେଣୁ, ଆମେ ସମ୍ପତ୍ତି ଟ୍ୟାକ୍ସ ବୟକଟ୍ ଅଭିଯାନ ଆରମ୍ଭ କରିଛୁ।

Bank Loan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ