Advertisment

Chaitra Purnima 2024: ଚୈତ୍ର ପୂର୍ଣ୍ଣିମାରେ କୈବର୍ତ୍ତମାନେ କାହିଁକି ଘୋଡାନାଚ କରି ମଉଜ କରନ୍ତି

ଓଡ଼ିଆଙ୍କ ପାଇଁ ଚୈତ୍ର ପୂର୍ଣ୍ଣିମା ଏକ ବିଶେଷ ମହତ୍ତ୍ୱ ରଖେ। ଏହା ଓଡ଼ିଶାର ଏକ ଗଣପର୍ବ। ଏହାକୁ ସାଧାରଣ ଭାଷାରେ ଚଇତିପୁନେଇଁ ବା ଚଇତ ପୁନେଇଁ ମଧ୍ୟ କୁହାଯାଏ। ଏହା କୈବର୍ତ୍ତମାନଙ୍କର ଏକ ବିଶେଷ ପର୍ବ। ଏହି ପର୍ବକୁ ସେମାନେ ବହୁତ ଯାକଜମକରେ ପାଳନ କରନ୍ତି। ଏହା ସେମାନଙ୍କ ପାଇଁ ମନୋରଂଜନର ଢେର୍ ଖୋରାକ ଯୋଗାଏ।

ଅଦ୍ୟତନ ହୋଇଛି
Chaitra Purnima 2024

Why the fisherman make fun with horse dance during Chaitra Purnima

Advertisment

ଭାରତୀୟ ପରମ୍ପରାରେ ଚୈତ୍ର ପୂର୍ଣ୍ଣିମା ଦିନକୁ ଅତ୍ୟନ୍ତ ଶୁଭ ଓ ପବିତ୍ର ବୋଲି ବିବେଚନା କରାଯାଏ। ଚୈତ୍ର ପୂର୍ଣ୍ଣିମା ହେଉଛି ହିନ୍ଦୁ ନୂଆ ବର୍ଷର ପ୍ରଥମ ପୂର୍ଣ୍ଣିମା। ଚଳିତ ବର୍ଷ ୨୩ ଏପ୍ରିଲ ମଙ୍ଗଳବାର ଏହି ପୂର୍ଣ୍ଣିମା ପଡୁଛି। ଏହିଦିନ ଶ୍ରୀହରି ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କୁ ପୂଜା କରାଯାଏ।

Advertisment

ଏହି ଦିନ ସ୍ନାନ ଓ ଦାନର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। ଅନେକ ବ୍ୟକ୍ତି ଏହି ଦିନ ପ୍ରାତଃ ସକାଳୁ ପବିତ୍ର ନଦୀରେ ବୁଡ ପକାଇ ନିଜକୁ ଶୁଦ୍ଧ କରନ୍ତି। ବିଶ୍ୱାସ ରହିଛି ଯେ ଏହା ଦ୍ୱାରା ଜୀବନର ପାପ ଧୋଇହୋଇଯାଏ। ଅନେକ ଏହିଦିନ ବ୍ରତ ମଧ୍ୟ କରନ୍ତି।

ଓଡ଼ିଆଙ୍କ ପାଇଁ ଚୈତ୍ର ପୂର୍ଣ୍ଣିମା ଏକ ବିଶେଷ ମହତ୍ତ୍ୱ ରଖେ। ଏହା ଓଡ଼ିଶାର ଏକ ଗଣପର୍ବ। ଏହାକୁ ସାଧାରଣ ଭାଷାରେ ଚଇତିପୁନେଇଁ ବା ଚଇତ ପୁନେଇଁ ମଧ୍ୟ କୁହାଯାଏ।  ଏହା କେଉଟମାନଙ୍କର ଏକ ବିଶେଷ ପର୍ବ। ଏହି ପର୍ବକୁ ସେମାନେ ବହୁତ ଯାକଜମକରେ ପାଳନ କରନ୍ତି। ଏହା ସେମାନଙ୍କ ପାଇଁ ମନୋରଂଜନର ଢେର୍ ଖୋରାକ ଯୋଗାଏ।

Advertisment

କୈବର୍ତ୍ତମାନେ ଘୋଡ଼ାର ଏକ ଖୋଳ କରି ସେଥିରେ ପଶି ଘୋଡ଼ା ଚଢ଼ିବାର ଅଭିନୟ କରିଥାନ୍ତି। ଏହା ଚଇତିଘୋଡ଼ା ନାଚ ନାମରେ ଜଣା। ଘୋଡାନାଚର ବିଭିନ୍ନ ପାରମ୍ପରିକ ଗୀତ ମଧ୍ୟ ରହିଛି। ଏହାକୁ ସେମାନେ ଗାୟନ କରି ଏକ ମନୋରଂଜନ ପରିବେଶ ସୃଷ୍ଟି କରନ୍ତି। ପୂର୍ଣ୍ଣମୀର ପୂର୍ବ ଆଠ ଦିନ ଧରି "ଚଇତି ପର୍ବ" ପାଳନ କରାଯାଏ।

ଆଦିବାସୀମାନେ ଏହି ପର୍ବରେ ଦିନ ରାତି ବ୍ୟାପୀ ଭୋଜିଭାତ, ନାଚ, ଶିକାର ଆଦି କରିଥାନ୍ତି। ଘରର ମୁଖ୍ୟ ଏହିଦିନ ପୂର୍ବପୁରୁଷମାନଙ୍କୁ ଶ୍ରାଦ୍ଧ ଦେଇଥାନ୍ତି। ଘରର ପ୍ରତ୍ୟେକ ସଦସ୍ୟ ନୂଆ ବସ୍ତ୍ର ପିନ୍ଧି ଏଥିରେ ଅଂଶଗ୍ରହଣ କରିଥାନ୍ତି। ଏହି ଦିନ ପଶୁବଳି ଦେବା ବିଧି ମଧ୍ୟ କିଛି ସମ୍ପ୍ରଦାୟରେ ରହିଛି।

Advertisment

ବର୍ଷର ପ୍ରଥମ ପାଚିଲା ଆମ୍ବ ଲୋକେ ଏଇ ଦିନ ଖାଇଥାନ୍ତି। ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଦଣ୍ଡ ନାଚ ଓ "ଚଇତିଘୋଡ଼ା ନାଚ" ଅନୁଷ୍ଠିତ ହୋଇଥାଏ। ଏହା ଉଭୟ ଆଦିବାସୀ ଓ ଅଣଆଦିବାସୀମାନେ ପାଳିଥାନ୍ତି।

ପୌରାଣିକ ମତ:

ପୌରାଣିକ କାହାଣୀ ଅନୁସାରେ ସତ୍ୟଯୁଗରେ ପୃଥିବୀ ଜଳାର୍ଣ୍ଣବ ହୋଇଥିଲା। କଳ୍ପବଟ ଛଡ଼ା ଆଉସବୁ ଜଳ ମଧ୍ୟରେ ବୁଡ଼ିରହିଥିଲା। କଳ୍ପବଟରେ ଅନନ୍ତ ଶୟନରେ ଥିବା ବିଷ୍ଣୁ ନିଜ କର୍ଣ୍ଣମୂଳ ମଳିରୁ ପୁରୁଷ ତିଆରି କଲେ। ପାଣି ଭିତରେ ଥିବା ରାଘବ ମତ୍ସ୍ୟ ସେହି ପୁରୁଷକୁ ଗିଳିଦେଲା। ଚୈତ୍ର ପୂର୍ଣ୍ଣିମା ଦିନ ବିଷ୍ଣୁଙ୍କ ନିଦ୍ରାଭଙ୍ଗ ହେବାପରେ ସେ ରାଘବ ମତ୍ସ୍ୟକୁ ହତ୍ୟାକରି ପୁରୁଷକୁ ଉଦ୍ଧାର କଲେ ଓ ସେ ପୁରୁଷ କୈବର୍ତ୍ତ ନାମରେ ନାମିତ ହେଲା। ପୃଥିବୀ ପୂର୍ବ ଅବସ୍ଥାକୁ ଫେରିଲା।

ବିଷ୍ଣୁ କୈବର୍ତ୍ତକୁ ଘୋଡ଼ା ଦେଇ ତା’ର ଆରାଧ୍ୟ ଦେବୀ ବାସେଳୀ ଠାକୁରାଣୀଙ୍କୁ ଆରାଧନା କରି ସୁଖରେ ବଞ୍ଚିବାକୁ କହିଲେ। ସେବେଠାରୁ କୈବର୍ତ୍ତ ମାଛ ମାରିଲା ଓ ଚୈତ୍ର ପୂର୍ଣ୍ଣିମାରେ ବାସେଳୀଙ୍କୁ ପୂଜା କରି ତାଙ୍କ ପାଖରେ ଘୋଡ଼ା ନାଚ କଲା। ଏହିଦିନ କୈବର୍ତ୍ତମାନେ ନୂଆବସ୍ତ୍ର ପିନ୍ଧିବା ସହ ଡଙ୍ଗା ଓ ଜାଲ ପୂଜା କରିଥାନ୍ତି।

ଅନ୍ୟ ଏକ ମତ ଅନୁସାର ରାମଚନ୍ଦ୍ର ବନବାସ କରିବାକୁ ଯିବା ସମୟରେ ତାଙ୍କୁ ଯେଉଁ ଧୀବର ବା ଦାସରାଜ ଡଙ୍ଗାରେ ବସାଇ ସରଯୁନଦୀକୁ ପାର କରାଇଥିଲା, ରାମଚନ୍ଦ୍ର ତାକୁ ଗୋଟିଏ ଘୋଡ଼ା ପୁରସ୍କାର ରୂପେ ଦେଇଥିଲେ। ସେହି ଦିନରୁ କୈବର୍ତ୍ତମାନେ ଘୋଡ଼ାର ରୂପ ନିର୍ମାଣ କରି ପୂଜା କରି ଆସୁଛନ୍ତି।

Chaitra Mela Chaitra Parba
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ