Advertisment

National Film Awards: 'ପୁଷ୍କରା' ଶ୍ରେଷ୍ଠ ଓଡ଼ିଆ ଫିଲ୍ମ

୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବ ଓଡ଼ିଆ ଚଳଚ୍ଚିତ୍ର 'ପୁଷ୍କରା'। ତରଙ୍ଗ ସିନେ ପ୍ରଡକ୍ସନ୍ସ ପ୍ରସ୍ତୁତ ଏବଂ ସବ୍ୟସାଚୀ ମିଶ୍ରଙ୍କ ଅଭିନୀତ ଫିଲ୍ମ ପୁଷ୍କରାକୁ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଘୋଷଣା କରାଯାଇଛି।

Pushkara Wins Best Odia Film

Pushkara Wins Best Odia Film

Advertisment

୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶୁକ୍ରବାର ଘୋଷଣା ହୋଇଛି। ଏଥିରେ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ପୁଷ୍କରାକୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ମନୋନୀତ କରାଯାଇଛି। ତରଙ୍ଗ ସିନେ ପ୍ରଡକ୍ସନ୍ସ ପ୍ରସ୍ତୁତ ଏବଂ ସବ୍ୟସାଚୀ ମିଶ୍ରଙ୍କ ଅଭିନୀତ ଫିଲ୍ମ ପୁଷ୍କରାକୁ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଘୋଷଣା କରାଯାଇଛି।

Advertisment

ଶଙ୍କର ତ୍ରିପାଠୀଙ୍କ ମୂଳ ଉପନ୍ୟାସ ନାଦବିନ୍ଦୁ ଉପରେ ଆଧାରିତ ଫିଲ୍ମ 'ପୁଷ୍କରା' ୨୦୨୩ ସେପ୍ଟେମ୍ବର ୧୯ରେ ମୁକ୍ତିଲାଭ କରିଥିଲା। ଶୁଭ୍ରାଂଶୁ ଦାସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସବ୍ୟସାଚୀଙ୍କ ନିଖୁଣ ଅଭିନୟକୁ ବିପୁଳ ଦର୍ଶକୀୟ ଆଦୃତି ମିଳିଥିଲା। ଏଥିରେ ନଜର ଆସିଥିଲେ ସୁପ୍ରିୟା, ଚୌଧୁରୀ ବିକାଶ ଦାସ, ଅଶ୍ରୁମୋଚନ, ପିଣ୍ଟୁ ନନ୍ଦ ପ୍ରମୁଖ ବହୁ ବିଶିଷ୍ଟ କଳାକାର। ପୁଷ୍କରା ଚଳଚ୍ଚିତ୍ରର କାହାଣୀ ମୃତ୍ୟୁ ପରେ ପୁଷ୍କର ଛଡ଼ାଇବା ପରମ୍ପରା ଉପରେ ପର୍ଯ୍ୟବେସିତ। 'ପୁଷ୍କରା' ରିଲିଜ୍ ହେବାପରେ ଏହା ତାଙ୍କ କ୍ୟାରିଅରକୁ ଏକ ନୂଆ ମୋଡ଼ ଦେବ ବୋଲି ସବ୍ୟସାଚୀ ଆଶା ପ୍ରକାଶ କରିଥିଲେ। ଏବେ ଏହା ସତ୍ୟରେ ପରିଣତ ହୋଇଛି।

ତେବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସୁପରଷ୍ଟାର ଶାହରୁଖ ଖାନ୍ ଏବଂ ବିକ୍ରାନ୍ତ ମେସିଙ୍କୁ ମଧ୍ୟ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଫିଲ୍ମ 'ଯବାନ' ପାଇଁ ଶାହରୁଖ ଖାନ ଶ୍ରେଷ୍ଠ ଅଭିନେତା ହୋଇଥିବାବେଳେ 12th ଫେଲ୍ ପାଇଁ ବିକ୍ରାନ୍ତ ମେସିଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଘୋଷଣା କରାଯାଇଛି। ଶାହରୁଖ ଓ ବିକ୍ରାନ୍ତଙ୍କ ଏହା ହେଉଛି ପ୍ରଥମ ଜାତୀୟ ପୁରସ୍କାର। ସେହିପରି ଶ୍ରେଷ୍ଠ ଅଭିନେତ୍ରୀ ହୋଇଛନ୍ତି ରାଣୀ ମୁଖାର୍ଜୀ। 'ମିସେସ୍ ଚାଟାର୍ଜୀ VS ନରୱେ' ଫିଲ୍ମ ପାଇଁ ରାଣୀ ମୁଖାର୍ଜୀଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର। ସେହିଭଳି 'ରକି ଔର ରାନୀ କି ପ୍ରେମ୍ କାହାନୀ' ଶ୍ରେଷ୍ଠ ଲୋକପ୍ରିୟ ଫିଲ୍ମ ଓ 'କେରଳ ଷ୍ଟୋରୀ' ପାଇଁ ସୁଦୀପ୍ତୋ ସେନଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବରେ ମନୋନୀତ କରାଯାଇଛି।

Advertisment

National Film Awards Odia Film Sabyasachi Mishra Tarang Cine Productions
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ