Advertisment

ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ଦିବଙ୍ଗଦ ସଙ୍ଗୀତଜ୍ଞ ସ୍ୱରୂପ ନାୟକଙ୍କ ଅନ୍ତିମ ସତ୍କାର

କର୍କଟ ରୋଗରେ ପୀଡ଼ିତ ଥାଇ ୭୬ ବର୍ଷରେ ହୋଇଥିଲା ପରଲୋକ, ଦୀର୍ଘ ୬ ଦଶନ୍ଧି ଧରି ଓଲିଉଡ଼ରେ ଚାଲିଥିଲା ସ୍ବରୂପଙ୍କ କାଳଜୟୀ ଯାତ୍ରା...ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ...

ଅଦ୍ୟତନ ହୋଇଛି
Swarup Nayak

Swarup Nayak

Advertisment

ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ଦିବଙ୍ଗତ ସଂଗୀତଜ୍ଞ ସ୍ୱରୂପ ନାୟକଙ୍କ ଅନ୍ତିମ ସତ୍କାର। ଏନେଇ ମୁଖ୍ୟମନ୍ତ୍ରୀ ସ୍ୱରାଷ୍ଟ୍ର ବିଭାଗକୁ ନିର୍ଦ୍ଦେଶ ଦେଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସ୍ୱରୂପ ନାୟକଙ୍କ ମରଶରୀର କଟକ ସ୍ଥିତ ବାସଭବନରେ ରଖାଯାଇଛି। ସେଠାରେ ବହୁ ବିଶିଷ୍ଟ କଳାକାରଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଛନ୍ତି।

Advertisment

ଦୀର୍ଘଦିନ ଧରି ଫୁସଫୁସ୍ କ୍ୟାନସରରେ ପୀଡ଼ିତ ଥିଲେ ଓଡ଼ିଆ ସଂଗୀତ ଜଗତର ଏହି ଅନ୍ୟତମ ବେତାଜ ବାଦଶାହା। ୪୦ରୁ ଅଧିକ ସିନେମା ପାଇଁ ସଂଗୀତ ନିର୍ଦ୍ଦେଶନା ଦେବା ସହ ଗୀତ ରଚନା, ଫିଲ୍ମରେ ଅଭିନୟ କରି ଓଲିଉଡକୁ ସମୃଦ୍ଧ କରିଥିଲେ ସ୍ୱରୂପ ନାୟକ। ଜୀବନ ବ୍ୟାପି ସାଧନା ପାଇଁ ତରଙ୍ଗ ପକ୍ଷରୁ ସ୍ୱରୂପ ଦା’ଙ୍କୁ ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ମଧ୍ୟ ଦିଆଯାଇଛି।

ଗତକାଲି ତାଙ୍କର ପରଲୋକ ଘଟିଥିବାବେଳେ ବିଭିନ୍ନ ବର୍ଗ ତାଙ୍କ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।....

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ