Advertisment

ତେଜିଲା ବ୍ୟାନ୍‌ ବିବାଦ, ବିଷ ଉଦଗାରିଲେ ଅଭିନେତା ମନୋଜ ମିଶ୍ର

ଫିଲ୍ମ ଇଣ୍ଡଷ୍ଟ୍ରୀ କହିଲେ କଟକ, ଭୁବନେଶ୍ୱର ନୁହେଁ । ଫିଲ୍ମ ଇଣ୍ଡଷ୍ଟ୍ରୀ ସାରା ଓଡ଼ିଶାର, ମୁଁ ଜଣେ ଓଡ଼ିଆ । ମୋତେ ବ୍ୟାନ୍‌ କରାଯାଇଛି ବୋଲି କିଛି ଚିଠି ପାଇନି: ମନୋଜ ମିଶ୍ର

ଅଦ୍ୟତନ ହୋଇଛି
Manoj Mishra

Manoj Mishra

Advertisment

ଓଲିଉଡ ଇଣ୍ଡଷ୍ଟ୍ରୀରେ ବ୍ୟାନକୁ ନେଇ ତେଜିଲା ବିବାଦ । ବିଷ ଉଦଗାରିଲେ ଅଭିନେତା ମନୋଜ ମିଶ୍ର । ସେ କହିଛନ୍ତି ଫିଲ୍ମ ଇଣ୍ଡଷ୍ଟ୍ରୀ କେବଳ କଟକ, ଭୁବନେଶ୍ୱରର ନୁହେଁ । ସାରା ଓଡ଼ିଶାରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ବ୍ୟାପ୍ତ । ଆଉ ମୁଁ ଜଣେ ଓଡ଼ିଆ ଅଭିନେତା । ମୋତେ ବ୍ୟାନ୍ କରାଯାଇଛି ବୋଲି କିଛି ଚିଠି ପାଇନି । ମୋତେ ଟୁଟୁ ନାୟକ ବ୍ୟାନ୍ କରାଯାଇଥିବା ମିଡିଆରେ କହିଛନ୍ତି । ମୁଁ ସେହି ଟୁଟୁ ନାୟକଙ୍କୁ ବ୍ୟାନ୍ କରୁଛି । ମୁଁ ଟୁଟୁ ନାୟକଙ୍କ କୌଣସି ଫିଲ୍ମରେ ଅଭିନୟ କରିବିନି । ସେ ମୋତେ ବ୍ୟାନ୍ କରିବାକୁ କିଏ ବୋଲି ପଚାରିଛନ୍ତି । ଅନ୍ୟପଟେ ଅନୁଭବ ଓ ଅରିନ୍ଦମ ଟୁଟୁ ନାୟକ ଚକ୍କରରେ ପଡ଼ି ଯାଇଥିବା ମଧ୍ୟ ସେ କହିଛନ୍ତି । ସେହିପରି ଓଡ଼ିଶା ଦି ଭାଗ ମନ୍ତବ୍ୟ ଉପରେ ପ୍ରଶ୍ନ ପଚରାଯିବାରୁ ଉଠି ପଳାଇଲେ ମନୋଜ ମିଶ୍ର ।

Advertisment

ସେହପରି ମନୋଜ ମିଶ୍ର କହିଛନ୍ତି ସମସ୍ତଙ୍କ ସମର୍ଥନ କରିବା ଶୈଳୀ ଭିନ୍ନ ରହିଥାଏ । ନରସିଂହ ମିଶ୍ର ତାଙ୍କ ଶୈଳୀରେ ସମର୍ଥନ କଲେ । ମୁଁ ଖୁସି, ସାରା ଓଡ଼ିଶା ମୋତେ ସପୋର୍ଟ କରୁଛି । ବିବାଦ ହେଲେ ଓଡ଼ିଆ ସିନେମା ଆଗକୁ ଯାଇ ପାରିବନି । ସମସ୍ତ ଡିଷ୍ଟ୍ରିବ୍ୟୁଟରଙ୍କ ସହ ସରକାର ଆଲୋଚନା କରନ୍ତୁ । ମାସେ ପାଇଁ ଯେଭଳି ଓଡ଼ିଆ ଫିଲ୍ମ ହଲରୁ ହଟିବନି ବ୍ୟବସ୍ଥା କରନ୍ତୁ । ଗତକାଲି ମନୋଜଙ୍କ ବାସନ୍ଦକୁ ବିରୋଧ କରିଥିଲେ ନରସିଂହ ମିଶ୍ର । ଦରକାର ପଡ଼ିଲେ ଓଡ଼ିଶା ଦୁଇ ଭାଗ ହୋଇଯିବ କହିଥିଲେ ।

ସେପଟେ ଓଲିଉଡ କଳିରେ ପୁଣି ମନ୍ତବ୍ୟ ଦୋହରାଇ ଏଭଳି କହିଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର। ମନୋଜ ମିଶ୍ରଙ୍କୁ ଫିଲ୍ମରୁ ବାସନ୍ଦ ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ସ୍ପଷ୍ଟ ହେଉଛି। ଓଡ଼ିଶା ଦି ଭାଗ ମନ୍ତବ୍ୟ ନେଇ ଚର୍ଚ୍ଚାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।ଓଲିଉଡ଼ କଳି ବାବଦରେ ମନ୍ତବ୍ୟ ଦେବାକୁ ଯାଇ ରାଜ୍ୟ ଦି ଭାଗ ହୋଇଯିବ ବୋଲି ଆଞ୍ଚଳିକବାଦି ମନ୍ତବ୍ୟ ଦେଇଥିଲେ ନରସିଂହ । ଏବେ ସେ ସେହି ବୟାନରେ କାଏମ ରହିବା ସହ ପୁଣି ତାଙ୍କ ମନ୍ତବ୍ୟକୁ ଦୋହରାଇଛନ୍ତି ।

Advertisment

ଅଭିନେତା ମନୋଜ ମିଶ୍ରଙ୍କୁ ବାସନ୍ଦ କରିବା ଦୁର୍ଭାଗ୍ୟଜନକ ବୋଲି କହିବା ସହ ଏଥିରୁ ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ସ୍ପଷ୍ଟ ହେଉଛି ବୋଲି କହିଛନ୍ତି ନରସିଂହ । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି ହେଲେ ବିରୋଧ ହେଉଛି । ବଲାଙ୍ଗିରରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବି ହେଲେ ବିରୋଧ ହେଉଛି । ପଶ୍ଚିମ ଓଡ଼ିଶା ସବୁବେଳେ ଅବହେଳିତ ହୋଇ ରହୁ ସରକାର ଚାହୁଁଛନ୍ତି । ସ୍ୱତନ୍ତ୍ର ରାଜ୍ୟ ଦାବି କରିବା ନେଇ ଲୋକଙ୍କୁ ବାଧ୍ୟ କରାଯାଉଛି । ସ୍ୱତନ୍ତ୍ର କୋଶଳ ରାଜ୍ୟ ପ୍ରତିଷ୍ଠା ସପକ୍ଷରେ ମୁଁ ନଥିଲି, କି ଆଜି ବି ନାହିଁ ।

ସରକାରଙ୍କ ମନୋବୃତ୍ତି କିନ୍ତୁ ଓଡ଼ିଶାକୁ ଭାଗ ଭାଗ କରିବାକୁ ବାଧ୍ୟ କରୁଛି । ଯଦି ଓଡ଼ିଶା ଭାଗ ଭାଗ ହୁଏ ସରକାର ଦାୟୀ, ଉପକୂଳ ଲୋକେ ଦାୟୀ ରହିବେ ବୋଲି ସେ କହିଛନ୍ତି । ପୂର୍ବରୁ ଓଲିଉଡ ପ୍ରସଙ୍ଗରେ ମତ ଦେଇ ନରସିଂହ କହିଥିଲେ ମନୋଜ ମିଶ୍ରଙ୍କୁ ବାସନ୍ଦ ବିବାଦର ଶୀଘ୍ର ସମାଧାନ ନହେଲେ ଓଡ଼ିଶା ଦୁଇ ଭାଗ ହୋଇଯିବ । ଗତକାଲି ବଲାଙ୍ଗିର ଭରସୁଜାରେ ହେଉଥିବା ଛେଲିଆପାଟ୍ ଉତ୍ସବ ଅବସରରେ ନରସିଂହ ଖୋଲାଖୋଲି ଭାବେ ଏଭଳି କହିଥିଲେ । ନରସିଂହ ମିଶ୍ରଙ୍କ ବିଛିନ୍ନାତବାଦୀ ମନ୍ତବ୍ୟକୁ ନେଇ ଚାରିଆଡ଼େ ପ୍ରଶ୍ନ ଉଠିଛି। ନରସିଂହ କେଉଁ ଉଦ୍ଦେଶ୍ୟ ନେଇ ଏଭଳି କହିଛନ୍ତି ତାକୁ ଉଠିଛି ପ୍ରଶ୍ନ।

Advertisment

ଅନ୍ୟପଟେ ଏପ୍ରସଙ୍ଗରେ ଅଭିନେତା ଶ୍ରୀତମ ଦାସ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ପଶ୍ଚିମ ଓଡିଶାରୁ ଆସି ଏଠି ନମ୍ବର ୱାନ କଳାକାର ହୋଇଛନ୍ତି, ବହୁ ବଡ ବଡ଼ ଜାଗାରେ ଅଛନ୍ତି । ସେମାନେ ସମସ୍ତେ ଓଡିଶାର ସୁପୁତ୍ର । ଆମ ପରିବାର ଭିତରେ ଟିକେ ମନୋମାଳିନ୍ୟ ହୋଇଛି । ଆମ ପରିବାର ଭିତର କଥା ବାହାରକୁ ପଳେଇ ଆସିଛି ତାହା ବଡ଼ ଭଳି ଲାଗୁଛି, କିଛି ଦିନ ଭିତରେ ସମାଧାନ ହୋଇଯିବ। ଏହାକୁ ନେଇ ରାଜନୀତି ହେବା କଥା ନୁହେଁ । ଗଣମାଧ୍ୟମ ଆଗରେ ସମସ୍ତ ରାଜନେତାଙ୍କୁ ଅନୁରୋଧ କରିବି ଏହା ଭିତରେ କେହି ମୁଣ୍ଡ ପୁରାନ୍ତୁ ନାହିଁ ବୋଲି ଶ୍ରୀତମ କହିଛନ୍ତି। ...

Film Industry Manoj Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ