Advertisment

ବଦଳିଲା ଯୁକ୍ତ ଦୁଇ ପ୍ରଶ୍ନପତ୍ର ଢାଞ୍ଚା

ବଦଳିଲା ଯୁକ୍ତ ଦୁଇ ପ୍ରଶ୍ନପତ୍ର ଢାଞ୍ଚା। ବାର୍ଷିକ ପରୀକ୍ଷାରେ ଏଣିକି ଆଉ ୧୦୦ ନୁହେଁ, ୮୦ ମାର୍କର ଥିଓରୀ ପରୀକ୍ଷା।

ଅଦ୍ୟତନ ହୋଇଛି
CHSE Odisha

CHSE Odisha

Advertisment

ବଦଳିଲା ଯୁକ୍ତ ଦୁଇ ପ୍ରଶ୍ନପତ୍ର ଢାଞ୍ଚା । ଯେଉଁ ଛାତ୍ରଛାତ୍ରୀ ୨୦୨୩ରେ ପଞ୍ଜୀକୃତ କରିଥିବେ ଏବଂ ଆସନ୍ତାବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେବେ ସେମାନଙ୍କ ପାଇଁ ପ୍ରଶ୍ନପତ୍ର ଢାଞ୍ଚା ବଦଳିଛି । ଏହା ଅନୁଯାୟୀ, ବାର୍ଷିକ ପରୀକ୍ଷାରେ ଏଣିକି ଆଉ ୧୦୦ ମାର୍କ ନୁହେଁ, ୮୦ ମାର୍କର ଥିଓରୀ ପରୀକ୍ଷା ଦେବାକୁ ହେବ। ପାସ୍ ହେବାକୁ ହେଲେ, ୩୦ ପ୍ରତିଶତ ଅର୍ଥାତ୍ ୨୪ ମାର୍କ ରଖିବା ବାଧ୍ୟତାମୂଳକ । ବାକି ୨୦ ମାର୍କ ଇଣ୍ଟରନାଲ୍ ପରୀକ୍ଷା ହେବ ।

Advertisment

ଇଣ୍ଟରନାଲ୍ ପରୀକ୍ଷାରେ ଜଣେ ଯେତେ ନମ୍ବର ରଖିବ, ତାହା ମୂଳ ନମ୍ବର ସହ ଯୋଡ଼ାଯାଇ ମୋଟ୍ ମାର୍କ ବୋଲି ଧରାଯିବ । ହେଲେ ଥିଓରି ମାର୍କ ସହ ଯୋଡାଯାଇ ତାକୁ ପାସ୍ ମାର୍କ ବୋଲି ଧରାଯିବ ନାହିଁ। ଉଦାରଣସ୍ୱରୁପ ଯଦି ଜଣେ ପରୀକ୍ଷାର୍ଥୀ ଇଣ୍ଟରନାଲରେ ୨୦ରୁ ୧୫ ମାର୍କ ପାଇଥିବେ, କିନ୍ତୁ ଥିଓରୀ ପରୀକ୍ଷାରେ ୮୦ରୁ ୧୯ ମାର୍କ ରଖିଥିବେ, ତେବେ ସେ ପାସ୍ କରିପାରିବେ ନାହିଁ । ଉଚ୍ଚ ମଧ୍ୟମିକ ଶିକ୍ଷା ପରିଷଦ ବା CHSE, CBSE ଭଳି ଜାତୀୟ ସ୍ତରୀୟ ବୋର୍ଡ ପରିକ୍ଷା ଢାଞ୍ଚାରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିବାରୁ ଏଣିକି ଆଉ ମାତୃଭାଷା କିମ୍ବା ଇଂରାଜୀରେ ପିଲାଙ୍କୁ ରଚନା ଲେଖିବାକୁ ପଡିବନି । କିମ୍ବା ୧୦ ମାର୍କିଆ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ବି ଆସିବନି । ଯାହାକୁ ଛାତ୍ରଛାତ୍ରୀମାନେ ସ୍ୱାଗତ କରିଛନ୍ତି।

ନୂଆ ଢାଞ୍ଚାରେ ହେବାକୁ ଥିବା ପରୀକ୍ଷାରେ ଅତିକମରେ ୨୦ଟି ଏକ ମାର୍କିଆ MCQ ବାଧ୍ୟତାମୂଳକ । କୌଣସି ବିଷୟରେ ୧୦ମାର୍କ ବିଶିଷ୍ଟ ପ୍ରଶ୍ନ ରହିବନି । କଳା ବିଭାଗରେ ସର୍ବାଧିକ ୮ ମାର୍କିଆ ପ୍ରଶ୍ନ ରହିବ । ସେହିପରି ବାଣିଜ୍ୟ ଏବଂ ବିଜ୍ଞାନରେ ସର୍ବାଧିକ ୫ ମାର୍କ ବିଶିଷ୍ଟ ପ୍ରଶ୍ନ ରହିବ । ୨ ମାର୍କର ପ୍ରଶ୍ନର ଉତ୍ତର ୪୦ ରୁ ୫୦ ଶବ୍ଦ, ୩ ମାର୍କର ପ୍ରଶ୍ନର ଉତ୍ତର ୬୦ରୁ ୮୦ ଶବ୍ଦ, ୫ ମାର୍କ ପ୍ରଶ୍ନର ଉତ୍ତର ୧୨୦ରୁ ୧୫୦ ଏବଂ ୮ ମାର୍କ ପ୍ରଶ୍ନର ଉତ୍ତର ୩ଶହରୁ ୩ଶହ ୫୦ ଶବ୍ଦ ଭିତରେ ଜଣେ ଲେଖିପାରିବେ ।

Advertisment

ତେବେ ପୂର୍ବଭଳି ପରୀକ୍ଷା ସମୟ ସେହି ୩ ଘଣ୍ଟା ରହିବ। ନୂଆଢାଞ୍ଚାରେ ପ୍ରାକ୍ଟିକାଲ ଥିବା ବିଷୟବସ୍ତୁରେ ୭୦ ମାର୍କ ଥିଓରି ଓ ୩୦ ମାର୍କ ପ୍ରାକ୍ଟିକାଲ ଏବଂ ପ୍ରୋଜେକ୍ଟ ବିଷୟରେ ୮୦ ମାର୍କ ଥିଓରି ଏବଂ ୨୦ ମାର୍କ ପ୍ରୋଜେକ୍ଟ ରହିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର କହିଛି, ପ୍ରଶ୍ନପତ୍ର ଢାଞ୍ଚା ବଦଳାଇବାର ମୂଳ ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀଙ୍କ ଉପରୁ ଚାପ କମାଇବା । ପ୍ରତିଯୋଗିତାମୂଳକ ପରୀକ୍ଷାକୁ ଆଖିରେ ରଖି MCQ ବାଧ୍ୟତା ମୂଳକ କରାଯାଇଛି ।

ପରିଷଦର ନିଷ୍ପତିକୁ ଶିକ୍ଷାବିତ୍ ସ୍ବାଗତ କରିଛନ୍ତି । କିନ୍ତୁ କହିଛନ୍ତି ପରିଷଦ ପାଖରେ ଆନୁସଙ୍ଗିକ ସୁବିଧା କିମ୍ବା ଆବଶ୍ୟକ ଶିକ୍ଷକ ଶିକ୍ଷୟତ୍ରୀ ନଥିବାରୁ ତାହା ଉପରେ ଅଧିକ ଗୁରୁତ୍ବ ଦେବା ଦରକାର ।  ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ଫେବୃଆରୀ 15ରୁ ମାର୍ଚ୍ଚ 25 ତାରିଖ ଭିତରେ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା କରିବାକୁ ପରିଷଦ ଲକ୍ଷ୍ୟ ରଖିଛି। 

Advertisment

CHSE Exam Exam Pattern
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ