Advertisment

ଖୁଲାସା ! ‘କ୍ରାଇମ ଶୋ’ ଦେଖି ସାପ ଚୋଟରେ ପ୍ରେମିକର ଜୀବନ ନେଲା ପ୍ରେମିକା

କ୍ରାଇମ୍‌ ଶୋ’ ‘କ୍ରାଇମ୍‌ ପାଟ୍ରୋଲ’ର ଏପିସୋଡ୍‌ ଦେଖି ପ୍ରେମିକର ଜୀବନ ନେଲା ପ୍ରେମିକା। ହେଲେ ଘଟଣାର ପର୍ଦ୍ଦାଫାସ ସେତେବେଳେ ହୋଇଥିଲା ଯେତେବେଳେ ଯୁବତୀ ଜଣକ ପ୍ରେମିକର ହତ୍ୟା ପାଇଁ ସାହାଯ୍ୟ ନେଇଥିବା ସାପୁଆ କେଳାକୁ ପୋଲିସ୍‌ ପଚରାଉଚରା କରିଥିଲା।

ଅଦ୍ୟତନ ହୋଇଛି
woman watched Crime Patrol to plan murder of boyfriend

woman watched Crime Patrol to plan murder of boyfriend

Advertisment

ହତ୍ୟା ପାଇଁ ୨ ମାସ ପୂର୍ବରୁ ପ୍ଲାନ୍‌। ତା’ବି ପୁଣି କ୍ରାଇମ୍‌ ଶୋ’ ‘କ୍ରାଇମ୍‌ ପାଟ୍ରୋଲ’ର ଏପିସୋଡ୍‌ ଦେଖି ପ୍ରେମିକର ଜୀବନ ନେଲା ପ୍ରେମିକା। ହେଲେ ଘଟଣାର ପର୍ଦ୍ଦାଫାସ ସେତେବେଳେ ହୋଇଥିଲା ଯେତେବେଳେ ଯୁବତୀ ଜଣକ ପ୍ରେମିକର ହତ୍ୟା ପାଇଁ ସାହାଯ୍ୟ ନେଇଥିବା ସାପୁଆ କେଳାକୁ ପୋଲିସ୍‌ ପଚରାଉଚରା କରିଥିଲା। ସମ୍ପୃକ୍ତ ଯୁବତୀ ସାପୁଆ କେଳା ସହାୟତାରେ ପ୍ରେମିକକୁ ବିଷଧର ସାପ କାମୁଡ଼ାଇ ହତ୍ୟା କରିଥିଲା। ଉତ୍ତରାଖଣ୍ଡର ନୈନିତାଲରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ପ୍ରେମିକା ମାହି ବୋଲି ଜଣାପଡ଼ିଛି। ପୋଲିସ୍‌ ଜାଣିବାକୁ ପାଇଛି, ଫେରାର ଅଭିଯୁକ୍ତ ମାହି ‘କ୍ରାଇମ୍‌ ପାଟ୍ରୋଲ’ର ଏପିସୋଡ୍‌ ଦେଖି ଏହି ହତ୍ୟାକାଣ୍ଡ ଭିଆଇଛି। 

Advertisment

ପୋଲିସ୍‌ ସୂଚନା ଅନୁସାରେ, ଜେରା ବେଳେ ସାପୁଆ କେଳା କହିଥିଲା ଯେ, ମାହିଙ୍କ କହିବା ମୁତାବକ ସେ ବିଷଧର ସାପ ସହାୟତାରେ ଅଙ୍କିତ ଚୌହାନଙ୍କୁ ମାରିଥିଲେ। ଏଥିରେ ମାହିଙ୍କ ସହ ତାଙ୍କର ବର୍ତ୍ତମାନର ବୟଫ୍ରେଣ୍ଡ୍‌ ଦୀପ୍‌ ଖଣ୍ଡପାଲ୍‌ଙ୍କ ମଧ୍ୟ ଭୂମିକା ରହିଛି। ଖାଲି ଏତିକି ନୁହେଁ ମାହିର ଘରେ କାମ କରୁଥିବା ଉଷା ଦେବୀ ଓ ତାଙ୍କ ସ୍ୱାମୀଙ୍କର ମଧ୍ୟ ଏହି ହତ୍ୟାକାଣ୍ଡ ପଛରେ ହାତରେ ରହିଛି।  

ମିଳିଥିବା ସୂଚନା ଅନୁସାରେ, ସାପୁଆ କେଳା ଆହୁରି କହିଛି ଯେ, କେମିତି ଅଙ୍କିତଙ୍କୁ ହତ୍ୟା କରିବେ ଏନେଇ ମାହି ‘କ୍ରାଇମ୍‌ ପାଟ୍ରୋଲ’ର ବିଭିନ୍ନ ଏପିସୋଡ୍‌ ଦେଖୁଥିଲେ। ଅଙ୍କିତ ଅଯଥାରେ ତାଙ୍କ ଜୀବନରେ ହସ୍ତକ୍ଷେପ କରୁଥିବାରୁ ମାହି ଏଭଳି ଚରମ ପଦକ୍ଷେପ ନେଇଥିଲା। ଖାଲି ଏତିକି ନୁହେଁ ହତ୍ୟା ପରେ କେମିତି ପ୍ରମାଣ ଲୁଚାଯିବ ଓ କେମିତି ଘଟଣାସ୍ଥଳରୁ ଫେରାର ହେବ, ଏସବୁ କିଛି ଜିନିଷ ମାହି ଶୋ’ରୁ ଦେଖି ଶିଖିଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା, ମାହି ନିଜ ଘରର ସିସିଟିଭି କ୍ୟାମେରାର ଡିଭିଆର୍‌ ନେଇ ଫେରାର ହୋଇଯାଇଛି। 

Advertisment

ଶବ ବ୍ୟବଚ୍ଛେଦ ରିପୋର୍ଟରେ ସାପ କାମୁଡ଼ାରେ ଅଙ୍କିତଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା । ଏପରିକି ଅଙ୍କିତଙ୍କ ଗୋଡ଼ରେ ସାପ କାମୁଡ଼ା ଚିହ୍ନ ବି ସ୍ପଷ୍ଟ ଭାବେ ଦେଖା ଯାଇଥିଲା । ତା’ପରେ ପୁଣି ଥରେ ହତ୍ୟା ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ଅନ୍ୟପକ୍ଷେ, ଅଭିଯୁକ୍ତକୁ ଧରିବା ଲାଗି ପୋଲିସ୍‌ ଛାନ୍‌ଭିନ୍‌ ଚଳାଇଛି। 

Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ