Advertisment

କର୍ଣ୍ଣାଟକରେ ଲଜ୍ଜା ! ଅଧ ଏକର ଜମି ପାଇଁ ମହିଳାଙ୍କୁ ରାସ୍ତାରେ ଉଲଗ୍ନ କରି ଚଲାଇଲେ..ଭିଡିଓ ଭାଇରାଲ..

ଅଧ ଏକର ଜମି ପାଇଁ ମହିଳାଙ୍କୁ ରାସ୍ତାରେ ନଗ୍ନ ଅବସ୍ଥାରେ ଚଲାଇଲା ଅଭିଯୁକ୍ତ। ତା’ଛଡ଼ା ପରିବାର ଲୋକଙ୍କୁ ନିସ୍ତୁକ ମାଡ଼ ବି ମାରିଲା।

ଅଦ୍ୟତନ ହୋଇଛି
Woman Paraded Naked in Karnataka

Woman Paraded Naked

Advertisment

କର୍ଣ୍ଣାଟକରେ ଲଜ୍ଜାଜନକ ଘଟଣା। ଜମି ଖଣ୍ତକ ପାଇଁ ମହିଳାଙ୍କୁ ରାସ୍ତାରେ ଉଲଗ୍ନ କରି ଚଲାଇଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଭାଇରାଲ ହେବା ପରେ ଘଟଣା ସମସ୍ତଙ୍କ ସାମ୍ନାକୁ ଆସିଛି। ପୀଡ଼ିତାଙ୍କ ଝିଅ ଏନେଇ ଥାନାରେ ଅଭିଯୋଗ କରିଛନ୍ତି।

Advertisment

ଅଧ ଏକର ଜମି ପାଇଁ ମହିଳାଙ୍କୁ ରାସ୍ତାରେ ଉଲଗ୍ନ ଅବସ୍ଥାରେ ଚଲାଇଲା ଅଭିଯୁକ୍ତ। ତା’ଛଡ଼ା ପରିବାର ଲୋକଙ୍କୁ ନିସ୍ତୁକ ମାଡ଼ ବି ମାରିଲା। ଘଟଣାଟି ଜୁଲାଇ ୩୧, ୨୦୨୩ ରେ ଘଟିଛି। ଅଭିଯୁକ୍ତର ଚାପ ବଳରେ ପୀଡ଼ିତା ଏନେଇ ଥାନାରେ କୌଣସି ଏତଲା ଦେଇନଥିଲେ। କିନ୍ତୁ ମହିଳାଙ୍କ ଭିଡିଓ ଭାଇରାଲ ହେବା ପରେ ତାଙ୍କ ଝିଅ ଥାନାରେ ଅଭିଯୁକ୍ତ ନାଁରେ ମାମଲା ରୁଜୁ କରିଥିଲେ।

ସୂଚନାନୁଯାୟୀ ମହିଳାଙ୍କ ନାଁରେ ସରକାର ଏକ ଜମି ଆଲଟ୍ କରିଥିଲେ। କିନ୍ତୁ ତାଙ୍କ ଶତ୍ରୁ ସେ ଜମିକୁ ହାତେଇବା ପାଇଁ ନାନା ଚେଷ୍ଟା ଚଳାଇଥିଲା। ପରେ ମହିଳାଙ୍କ ଘରେ ପଶି ପରିବାର ଲୋକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଥିଲେ। ଘଟଣା ନେଇ ଥାନାରେ ଅଭିଯୋଗ ନ କରିବା ପାଇଁ ଧମକ ବି ଦେଇଥିଲେ। ବର୍ତ୍ତମାନ ପୀଡ଼ିତାଙ୍କ ଝିଅର ଅଭିଯୋଗ ଆଧାରରେ ଜିଲ୍ଲା ପ୍ରଶାସନ ତଦନ୍ତ ଆରମ୍ଭ କରିଛି। 

Advertisment

ଗତ ବର୍ଷ ମେ ମାସ ୪ ତାରିଖରେ ମଣିପୁର କାଙ୍ଗପୋକପି ଜିଲ୍ଲାରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ଥିଲେ।

Crime Against Women
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ