radhika
ରାଧିକା ଯାଦବଙ୍କ ହତ୍ୟା ଘଟଣାକୁ ନେଇ ଏବେ ବି ସସପେନ୍ସ ଜାରି ରହିଛି । ହତ୍ୟାକାଣ୍ଡର ନିର୍ଦ୍ଦିଷ୍ଟ କାରଣ ଜଣାପଡି ନଥିଲେ ମଧ୍ୟ ରାଧିକାଙ୍କ ଜଣେ ସାଙ୍ଗ ଦେଇଛନ୍ତି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ରାଧିକାଙ୍କ ସାଙ୍ଗ ହିମାଂଶିକା ସିଂହ କହିଛନ୍ତି ଯେ ରାଧିକା ଶର୍ଟସ ପିନ୍ଧୁଥିବା ଏବଂ ପୁଅଙ୍କ ସହ ମିଶୁଥିବା କାରଣରୁ ତାଙ୍କ ବାପା ରାଗି ଯାଇ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି।
ହିମାଂଶିକା ହେଉଛନ୍ତି ରାଧିକାଙ୍କର ଜଣେ ଘନିଷ୍ଠ ବାନ୍ଧବୀ । ସେ ଏକ ଭିଡିଓ ଜାରି କରି କହିଛନ୍ତି, ରାଧିକା ତାଙ୍କ ଘରେ ରହିବା ବେଳେ ଅଣନିଃଶ୍ୱାସୀ ହୋଇପଡୁଥିଲେ । ରାଧିକା ନିଜ ଷ୍ଟାଇଲରେ ତାଙ୍କ ଜୀବନ ଜୀଇଁବାକୁ ଚାହୁଁଥିବା ବେଳେ ତାଙ୍କ ବାପା ଏଥିରେ ବାଧକ ସାଜିଥିଲେ । ଘରେ ରାଧିକାଙ୍କ ଉପରେ ବହୁତ କଟକଣା ଥିଲା ।
ଗୁରୁଗ୍ରାମରେ ଏକ ଚାଞ୍ଚଲ୍ୟକର ଘଟଣା ଭାବେ ଚର୍ଚ୍ଚାରେ ରହିଛି। ଏହି ଘଟଣାରେ ରାଧିକାଙ୍କ ବାପା ଦୀପକ ଯାଦବଙ୍କୁ ଅଭିଯୁକ୍ତ ଭାବେ ଗିରଫ କରାଯାଇଛି । ସେ ତାଙ୍କ ୨୫ ବର୍ଷୀୟ ଝିଅ ରାଧିକାଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ରହିଛି। ରାଧିକା ଜଣେ ଜୁନିଅର ଅନ୍ତର୍ଜାତୀୟ ଟେନିସ ଖେଳାଳି ଥିଲେ ଏବଂ ଅଭିନୟ କ୍ଷେତ୍ରରେ ମଧ୍ୟ ନାମ ଅର୍ଜନ କରିବାକୁ ଚାହୁଁଥିଲେ। ଏହି ଘଟଣା ସମ୍ପର୍କରେ ରାଧିକାଙ୍କ ସାଙ୍ଗ ହିମାଂଶିକା ସିଂହ ରାଜପୁତ ଏକ ଭିଡିଓ ଜାରି କରି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି ।
ହିମାଂଶିକା କହିଛନ୍ତି ଯେ ରାଧିକା ଶର୍ଟସ ପିନ୍ଧୁଥିବା ଏବଂ ପୁଅଙ୍କ ସହ ମିଶୁଥିବା କାରଣରୁ ତାଙ୍କ ବାପା ଦୀପକ ଯାଦବ ରାଗି ଯାଇଥିଲେ। ଏହା ତାଙ୍କ ବାପାଙ୍କ ପାଇଁ ଅସହ୍ୟ ଥିଲା । ଏହା ହତ୍ୟାର ଏକ ମୁଖ୍ୟ କାରଣ ହୋଇଥାଇ ପାରେ। ରାଧିକାଙ୍କ ଇନଷ୍ଟାଗ୍ରାମରେ ଅଭିନେତା ଇନାମୁଲ ହକଙ୍କ ସହ ଏକ ରିଲ୍ ପୋଷ୍ଟ କରିବା ମଧ୍ୟ ତାଙ୍କ ବାପାଙ୍କ ରାଗକୁ ବଢ଼ାଇଥିଲା। ରାଧିକାଙ୍କ ଇନଷ୍ଟାଗ୍ରାମରେ ଅଭିନେତା ଇନାମୁଲ ହକଙ୍କ ସହ ଏକ ରିଲ୍ ପୋଷ୍ଟ କରିବା ଦୀପକଙ୍କ ପାଇଁ ଆପତ୍ତିଜନକ ଥିଲା। ତାଙ୍କର କିଛି ପରିଚିତ ବ୍ୟକ୍ତି ଏହାକୁ ନେଇ ଆପତ୍ତି ଉଠାଇଥିଲେ, ଯାହା ହତ୍ୟାର ଏକ ମୁଖ୍ୟ କାରଣ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି ।
ରାଧିକା ଭିଡିଓ କରିବାକୁ ଓ ଫଟୋ ଉଠାଇବାକୁ ଭଲ ପାଉଥିଲେ । ତାକୁ ସୋସିଆଲ ମିଡିଆରେ ମଧ୍ୟ ଅପଲୋଡ୍ କରୁଥିଲେ । ରାଧିକାଙ୍କ ରକ୍ଷଣଶୀଳ ପରିବାର ପକ୍ଷରୁ ଏହାକୁ ବିରୋଧ କରାଯାଉଥିଲା । ତେଣୁ ସେ ଅନେକ ଭିଡିଓ ସୋସିଆଲ ମିଡିଆରୁ ଡିଲିଟ୍ କରିଦେଇଥିଲେ ।
ରାଧିକା ହିମାଂଶିକାଙ୍କ ସହ ଭିଡିଓ କଲେ କଲେ ମଧ୍ୟ ପ୍ରଥମେ ଘରେ ଦେଖାଉଥିଲେ, କାହା ସହ କଥା ହେଉଛନ୍ତି । କଟକଣା ଭିତରେ ରାଧିକା ମାନସିକ ଭାବେ ଦୁଶ୍ଚିନ୍ତାରେ ରହୁଥିଲେ । ଏହା କହିଛନ୍ତି ହିମାଂଶିକା ।
ରାଧିକା ଜଣେ ପ୍ରତିଭାବାନ ଟେନିସ ଖେଳାଳି ଥିଲେ ଏବଂ ଏକ ଆଲବମ ଗୀତରେ ଅଭିନୟ କରି ଅଭିନୟ କ୍ଷେତ୍ରରେ ପାଦ ଥାପୁଥିଲେ। ତାଙ୍କ ବାପା ତାଙ୍କ କ୍ୟାରିଅର ପାଇଁ ୧.୫ କୋଟି ଟଙ୍କାର ଟେନିସ ଏକାଡେମୀ ଖୋଲିଥିଲେ। ରାଧିକା ଅଧିକ ସମୟ ସେଇଠି ଦେଉଥିଲେ । ତାଙ୍କ ଘରଠାରୁ ଟେନିସ୍ ଏକାଡେମୀ ମାତ୍ର ୧୫ ମିନିଟର ବାଟ ଥିଲା । ହେଲେ ଘର ଛାଡିବା ବେଳକୁ ତାଙ୍କୁ ପଚରାଯାଉଥିଲା, କେତେବେଳକୁ ଫେରିବେ ?
ରାଧିକାଙ୍କ ଅନ୍ତିମ ସଂସ୍କାର ଶୁକ୍ରବାର ସନ୍ଧ୍ୟା ୬ଟାରେ ସମ୍ପନ୍ନ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/radhika_1752397584.jpg)