Advertisment

‘ଏମିତି ମାରିବୁ, କୋମାକୁ ଚାଲିଯିବ’ ! ହଷ୍ଟେଲରେ ଛାତ୍ରକୁ ନିର୍ଧୁମ ମାଡ଼

ଏହି ଘଟଣାରେ ମୋଟ୍‌ ୧୨ଜଣ ଅଭିଯୁକ୍ତ ଛାତ୍ରଙ୍କ ମଧ୍ୟରୁ ଆଠ ଜଣଙ୍କୁ ଗିରଫ କରାଯାଇଛି

ଅଦ୍ୟତନ ହୋଇଛି
CRIME

CRIME

Advertisment

ହଷ୍ଟେଲ ରୁମରେ ଆଇନ ଛାତ୍ରଙ୍କୁ ନିର୍ଧୁମ ମାଡ଼ । ଧାର୍ମିକ ସ୍ଲୋଗାନ ଦେବାକୁ ମନା କରିବା ପରେ ହାଇଦ୍ରାବାଦର ଏକ ହଷ୍ଟେଲରେ ଏପରି କାଣ୍ଡ ଘଟିଛି । ପିଲାଟିକୁ ତଳେ ପକାଇ ଅତି ନିଷ୍ଠୁର ଭାବେ କେତେକ ସହପାଠୀ ପିଟୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି। କିଏ ଗୋଇଠା ମାରୁଉଛି ତ’ ପୁଣି କିଏ ବିଧା ମାରୁଛି । ଏହି ପୁରା ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

Advertisment

ICFAI ଫାଉଣ୍ଡେସନ୍ ନାମକ ଅନୁଷ୍ଠାନର ହିମାଙ୍କ ବଂଶଲ ନାମକ ଜଣେ ଛାତ୍ରଙ୍କ ସହ ଏଭଳି ପାଶବିକ ଅତ୍ୟାଚାର କରାଯାଇଛି । ହିମାଙ୍କକୁ ତଳେ ପକାଇ କିଛି ଛାତ୍ର ଗୋଇଠା ବିଧା ମାରୁଥିବା ଭିଡିଓରେ ଦେଖିବାକୁ ମିଳୁଛି । ଆଉ ହିମାଙ୍କ ମାଡ଼ ଖାଇ ଭୟରେ ଛାତ୍ର ଜଣକ ‘ଜୟ ମାତାଦି ଓ ଆଲ୍ଲା ହୋ ଆକବର’ ସ୍ଲୋଗାନ ଦେଉଛନ୍ତି ।

ଏମିତି ମାରିବୁ କୋମାକୁ ଚାଲିଯିବ

ଜଣେ ଅଭିଯୁକ୍ତ କହିଛି, ଆମେ ତାର ଆଦର୍ଶକୁ ସୁଧାରିବାକୁ ଚାହୁଁଛୁ । ଆମେ ତାଙ୍କୁ ଏମିତି ମାରିବୁ, ସେ କୋମାରେ ଚାଲିଯିବ ଆଉ ସେ ଏକ ନୂତନ ଦୁନିଆକୁ ଯିବ । ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ୱାଲେଟ ଛଡ଼ାଇ ନେଇ ଅନ୍ୟ ଜଣକୁ ଧରାଇ ଦେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ।

Advertisment

ଏହି ଘଟଣାରେ ମୋଟ୍‌ ୧୨ଜଣ ଅଭିଯୁକ୍ତ ଛାତ୍ରଙ୍କ ମଧ୍ୟରୁ ଆଠ ଜଣଙ୍କୁ ଗିରଫ କରାଯାଇଛି । ସମସ୍ତ ଅଭିଯୁକ୍ତ ଛାତ୍ରଙ୍କୁ କଲେଜରୁ ନିଲମ୍ବିତ କରାଯାଇଛି । କଲେଜ୍ ନିର୍ଦ୍ଦେଶକଙ୍କ ସମେତ କଲେଜର ପାଞ୍ଚ ଜଣ ଅଧିକାରୀଙ୍କୁ ପୋଲିସ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ କିଛି ପିଲା ଏଥିରେ ଉତକ୍ଷିପ୍ତ ହୋଇ ହିମାଙ୍କଙ୍କୁ ଅକଥନୀୟ ନିର୍ଯାତନା ଦେଇଥିବା କୁହାଯାଇଛି । ନଭେମ୍ବର ୧ରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । କେବଳ ଏତିକି ନୁହେଁ ହିମାଙ୍କଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ମଧ୍ୟ ଦିଆଯାଇଛି ।

ଏନେଇ ପୋଲିସ୍‌ରେ ଏକ ମାମଲା ରୁଜୁ ହୋଇଛି । ପରେ ନିଜେ ହିମାଙ୍କ ମଧ୍ୟ ଏହି ଭିଡିଓକୁ ତେଲେଙ୍ଗାନା ମନ୍ତ୍ରୀ କେ.ଟି ରାମା ରାଓ ଏବଂ ହାଇଦ୍ରାବାଦ ପୋଲିସ କମିଶନରଙ୍କୁ ଟ୍ୟାଗ୍ କରି ଟ୍ୱିଟ୍ କରିଛନ୍ତି। ତେବେ ଅଭିଯୁକ୍ତଙ୍କ ପ୍ରତି ଜିରୋ ଟଲେରେନ୍ସ ନୀତି ଆପଣା ଯିବ ବୋଲି ପୋଲିସ୍‌ କମିଶନର କହିଛନ୍ତି । ସେହିପରି ଉକ୍ତ କଲେଜ ପକ୍ଷରୁ ୧୨ ଜଣଙ୍କୁ ନିଲମ୍ବିତ କରାଯାଇଥିବା କୁହାଯାଇଛି । ଏଥିସହ କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ତେଲେଙ୍ଗାନା ସରକାରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ